Odisha news

ବିଦୁ୍ୟତ ଆଘାତରେ ଯୁବକଙ୍କ ମୃତ୍ୟୁ

0

ତିହିଡ଼ି, ୨୮/୦୪(ଯଦୁମଣି ପାଣିଗ୍ରାହୀ): ପୀରହାଟ ଥାନା ଅନ୍ତର୍ଗତ ସାହାପୁର ପଞ୍ଚାୟତର ଝିଙ୍କିରିଆ କାସିନ୍ଦପୁର ଗାଁର ଜଣେ ଯୁବକଙ୍କ ବିଦୁ୍ୟତ ଆଘାତରେ ଆଜି ସକାଳେ ମୃତୁ୍ୟ ଘଟିଛି । ମୃତ ଯୁବକ ହେଉଛନ୍ତି ଏହି ଗାଁର ଚକ୍ରଧର ସାହୁଙ୍କ ପୁଅ ଉମେଶ ବୋଲି ଜଣାଯାଇଛି । ଗତକାଲି ରାତିରେ ଯୁବକଙ୍କ ଘର ପାଖରେ ଅଷ୍ଟମପ୍ରହର ନାମ ସଂକୀର୍ତ୍ତନ ହେଉଥିଲା । ଆଜି ସକାଳେ ବିଦୁ୍ୟତ ତାର କଢାକଢି ବେଳେ କୌଣସି କାରଣରୁ ଉମେଶ ବିଦୁ୍ୟତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ । ପରେ ତାଙ୍କୁ ଚିକତ୍ସା ଲାଗି ତିହିଡି ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Nalco

Leave A Reply