Odisha news

ଭାରତର ଏଭଳି ଗୋଟିଏ କୂଅ ଯାହାର ପାଣି ବିଦେଶକୁ ମଧ୍ୟ ରପ୍ତାନୀ ହୋଇଥାଏ, କଣ ରହିଛି ଏହା ପଛର ବିଶେଷ କାରଣ

0

ନୂଆଦିଲ୍ଲୀ – ଏହି ଦୁନିଆ ଅଦ୍ଭୁତ ଘଟଣା ଓ ସ୍ଥାନରେ ପରିପୂର୍ଣ ଅଟେ l ସେହିଭଳି ଗୋଟିଏ ସ୍ଥାନ ହେଉଛି ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟ, ଯେଉଁଠି ରହିଛି ଗୋଟିଏ ଅଦ୍ଭୁତ କୂଅ l ଯେଉଁ କୂଅର ପାଣି ରେ ରହିଛି ଚମତ୍କାର ଶକ୍ତି, ଏବଂ ଏହାର ପାଣିକୁ ପିଇଲେ ଦୂର ହୋଇ ଯାଉଛି ସମସ୍ତ ରୋଗ l ଏହାର ପାଣିକୁ ପିଇବା ଦ୍ୱାରା ଜନ୍ମ ହୋଇ ଥାଆନ୍ତି ଯାଆଁଳା ଛୁଆ l ଏହା ଆମେ କହୁନାହୁଁ, ଏହି ଗାଁ ର ଗ୍ରାମବାସୀ କହୁଛନ୍ତି l ଏହି କୂଅଟି ପୂର୍ବ ଗୋଦାବରୀ ଜିଲ୍ଲା ର ରଙ୍ଗମପେଟ ମଣ୍ଡଳ ର ଡୋଦିଗୁଣ୍ଟl ଗାଁ ରେ ଅବସ୍ଥିତ l ଏହି କୂଅ ନିକଟରେ ସର୍ବଦା ଲମ୍ବା ଲାଇନ ଲାଗିଥାଏ l

ସବୁଠୁ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ଯେଉଁ ଗାଁ ରେ ଏହି କୂଅ ଟି ଅବସ୍ଥିତ ସେଠାରେ ୧୩୦ ରୁ ଉର୍ଧ୍ଵ ଯାଆଁଳା ଛୁଆ ଅଛନ୍ତି l ଏହି କୂଅ ର ପାଣି ଟିକିଏ ପିଇବା ପାଇଁ ଖୁବ ଦୂର ବାଟରୁ ସ୍ୱାମୀ ସ୍ତ୍ରୀ ଆସି ଥାଆନ୍ତି l ସେମାନେ ଏଠାରେ ପାଣି ପୀଇଥାଆନ୍ତି ଓ ପାଣି ଡବା ଓ ବୋତଲ ରେ ମଧ୍ୟ ପୁରାଇ ଘରକୁ ନେଇ ଥାଆନ୍ତି l ଗଣମାଧ୍ୟମ ସୂଚନା ଅନୁସାରେ ଏହି କୂଅ ର ପାଣି  ବିଦେଶ କୁ ମଧ୍ୟ ରପ୍ତାନି ହୋଇଥାଏ l ଗ୍ରାମ ବାସୀ ଙ୍କ ର ଭାବନା ରହିଛି ଯେ ଉକ୍ତ କୂଅ ର ପାଣି ପିଇବା ଦ୍ୱାରା ରୋଗ ବୈରାଗ ମଧ୍ୟ ଦୂର ହୋଇଯାଇଥାଏ l ଏହି କୂଅ ର ପାଣି କୁ ଭାଇଜାଗ ଓ ହାଇଦ୍ରାବାଦ ର ଅନେକ ଲ୍ୟାବ ରେ ପରୀକ୍ଷଣ କରାଯାଇଛି କିନ୍ତୁ ସେଭଳି କୌଣସି ବିଶେଷତା ମିଳିନାହିଁ l

Leave A Reply