Odisha news

ନାଇଟ ସିଫ୍ଟ ଡିୟୁଟି କରୁଥିବା ଲୋକେ ହୋଇ ଯାଆନ୍ତୁ ସତର୍କ, ନଚେତ ହୋଇ ପାରନ୍ତି ୫ଟି ଭୟଙ୍କର ରୋଗରେ ପୀଡିତ

0

ନାଇଟ ସିଫ୍ଟ ରେ ଯଦି କାମ କରୁଛନ୍ତି ତେବେ କିଛିଟା କଥାକୁ ନିହାତି ସତର୍କ ରହିବା ଆବଶ୍ୟକ -:

୧ – ନାଇଟ ସିଫ୍ଟ ରେ ଯଦି କାମ କରୁଛନ୍ତି ତେବେ ମାନସିକ ଉତେଜନା ରେ ପୀଡିତ ହୋଇପାରନ୍ତି l ଏହାଦ୍ୱାରା ଧୀରେ ଧୀରେ ଡିପ୍ରେସନ ର ଶିକାର ହୋଇପାରନ୍ତି l ଏବଂ ମେଣ୍ଟାଲ ହେଲଥ ମଧ୍ୟ ପ୍ରଭାବିତ ହୋଇପାରେ l ଏବଂ ଅନେକ ଗୁଡିଏ ମାନସିକ ରୋଗରେ ପୀଡିତ ହୋଇପାରନ୍ତି l

୨ – ରାତିରେ ଠିକ ଭାବରେ ନ ଶୋଇବା ଦ୍ୱାରା ଲେପଟିନ ହର୍ମୋନ ଶରୀରରେ ହ୍ରାସ ପାଇଥାଏ l ଯାହାଦ୍ୱାରା ଅନେକ ପ୍ରକାର ରୋଗରେ ପୀଡିତ ହୋଇଥାଆନ୍ତି l ଏବଂ ଏଥିରେ ଆପଣ ମଧୁମେହ ରେ ପୀଡିତ ହୋଇପାରନ୍ତି l ଲେପଟିନ ହର୍ମୋନ ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରିଥାଏ l

୩ – ଖରାପ ଜୀବନ ଶୈଳୀ କାରଣରୁ ହାର୍ଟ ଉପରେ ଖରାପ ପ୍ରଭାବ ପଡିଥାଏ l ଏହାଦ୍ୱାରା ହାର୍ଟ ଆଟାକ ରିସ୍କ ଅନେକ ମାତ୍ରାରେ ବଢି ଯାଇଥାଏ l ରାତିରେ ନ ଶୋଇବା ଦ୍ୱାରା ରକ୍ତଚାପ ମଧ୍ୟ ବୃଦ୍ଧି ପାଇଥାଏ l ଏବଂ ହାର୍ଟ ଅଟାକ ହେବାର ସମ୍ଭାବନା ଅନେକ ମାତ୍ରାରେ ବଢି ଯାଇଥାଏ l ତେଣୁ ରାତିରେ ନିହାତି ଶୋଇବା ଜରୁରୀ l

୪ – ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ନାଇଟ ସିଫ୍ଟ ଡିୟୁଟି କରିବା ଦ୍ୱାରା ମହିଳା ମାନେ ବ୍ରେଷ୍ଟ କ୍ୟାନ୍ସର ରେ ପୀଡିତ ହେବାର ସମ୍ଭାବନା ଅଧିକ ବଢ଼ିଯାଇ ଥାଏ l ରାତିରେ ନ ଶୋଇବା ଦ୍ୱାରା ସ୍ଲିପ ପ୍ୟାଟର୍ନ ପ୍ରଭାବିତ ହୋଇଥାଏ, ଯାହାଦ୍ୱାରା ମେଲାଟୋନିନ ହର୍ମୋନ ଲେବୁଲ ହ୍ରାସ ହୋଇଥାଏ ଏହି ହର୍ମୋନ କ୍ୟାନ୍ସର ଠାରୁ ଦୁରେଇ ରଖିଥାଏ l

୫ – ନାଇଟ ସିଫ୍ଟ ଡିୟୁଟି କରିବା ଦ୍ୱାରା ନିଦ ପୁରା ହୋଇପାରେ ନାହିଁ, ଏବଂ ଏଙ୍ଗଯାଇଟି ର ଏହା ଗୋଟିଏ ବଡ଼ କାରଣ ହୋଇଥାଏ l ଯାହାକି ମଣିଷ କୁ ରୋଗ ଗ୍ରସ୍ତ କରାଏ ଏବଂ ଖାଦ୍ୟ ହଜମ ମଧ୍ୟ ହୋଇ ନଥାଏ l  ଏପରି ସ୍ଥିତି ଗ୍ୟାସ ଏସିଡ଼ିଟି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଏ l

Leave A Reply