Odisha news

ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଦ୍ୱାଦଶତମ ବିରୂପା ମହୋତ୍ସବ ଉଦଘାଟିତ।ପ୍ରଥମ ଓ ଦ୍ଵିତୀୟ ସନ୍ଦ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ।

0
ସାଲେପୁର :-ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଦ୍ୱାଦଶତମ ବିରୂପା ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଯାଇଛି।ଆଞ୍ଚଳିକ ସାମାଜିକ ଓ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଏବଂ ବିଜୟାନନ୍ଦ ଯୁବ ପରିଷଦ ଦ୍ୱାରା ଆୟୋଜିତ ଗୋପୀନାଥ ପୁର ହରିଡା ପଡିଆ ଠାରେ ଅନୁଷ୍ଠାନର ଉପଦେଷ୍ଟା ଦିଲ୍ଲୀପ ଦାଶଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ନ୍ୟାୟମୂର୍ତ୍ତି ପ୍ରଥମ ପଟ୍ଟନାୟକ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଟେଟ୍ରା ହେଡେନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଟାଙ୍ଗୀର ଚେୟାରମ୍ୟାନ ତ୍ରିଦେବ ବେହେରା ଯୋଗ ଦେଇ ଓଡ଼ିଶାର ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ।ଏହି ଅବସରରେ ଅତିଥିମାନେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଡ଼ଃ ସସ୍ମିତା ପଟ୍ଟନାୟକଙ୍କୁ ବିରୂପା ସ୍ୱୟଂସିନ୍ଧା ସମ୍ମାନରେ ସମ୍ମାନିତ କରିଥିଲେ।ସଙ୍ଗଠକ ବିଶ୍ୱରଞ୍ଜନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ଦ୍ଵିତୀୟ ସନ୍ଦ୍ୟାରେ ବ୍ରହ୍ମାନନ୍ଦ ମହାନ୍ତିଙ୍କ ସ୍ୱଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଡ଼କୋ ର କାର୍ଯ୍ୟ ନିର୍ଭାଇ ନିର୍ଦେଶକ ସୁରେଶ ଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ଭାବେ ଓଡ଼ିଶା କୋଷାଗାର ଏବଂ ପରିଦର୍ଶନ ନିର୍ଦ୍ଧେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ସଚ୍ଚିଦାନନ୍ଦ ବେହେରା ଯୋଗ ଦେଇ ମଧୁବାବୁ ନଥିଲେ ଓଡ଼ିଶାର ପରିଚୟ ନଥାନ୍ତା ବୋଲି ପ୍ରକାଶ କରିଥିଲେ।ପ୍ରଶାନ୍ତ କୁମାର ଭୂୟାଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରଥମ ସନ୍ଦ୍ୟାରେ ସିଧାର୍ଥ ଟିଭିର ଧାରାବାହିକ ମାୟା ଓ ମମତାର ସମସ୍ତ କଳାକାର ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହାକି ଅତି ମନମୁଗ୍ଧକର ଥିଲା। ଦ୍ଵିତୀୟ ସନ୍ଦ୍ୟାରେ ଭୁବନେଶ୍ୱର ର ଆଦୃତ ଚିଲଡ୍ରେନ ହୋମ ଓ ଶିଳ୍ପୀକା ନୃତ୍ୟ ଅନୁଷ୍ଠାନ ଓ ଜଗତସିଂହପୁରର ନଟରାଜ କଳା ପ୍ରତିଷ୍ଠାନ, ସିଧାର୍ଥ ଟିଭିର ଧାରାବାହିକ କେଦାର ଗୌରୀ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ମହୋତ୍ସବକୁ ଅନୁଷ୍ଠାନ ର ଉପଦେଷ୍ଟା ସିନେ ପ୍ରଯୋଜକ ଦିଲ୍ଲୀପ ଦାଶ,ପ୍ରଶାନ୍ତ କୁମାର କର, ଦେବେନ୍ଦ୍ର ନାଥ ସ୍ବାଇଁ, ବିଶ୍ୱ ରଞ୍ଜନ ସାହୁ, ପ୍ରଶାନ୍ତ କୁମାର ଭୂୟାଁ, ରମେଶ କୁମାର ଲେଙ୍କା, ବନମାଳୀ ପ୍ରଧାନ, ଜ୍ୟୋତିରଞ୍ଜନ ରାଉତ  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
Nalco

Leave A Reply