Odisha news

ଯଦି ବାରମ୍ବାର କେହି ରୋଗ ଗ୍ରସ୍ତ ହେଉଛନ୍ତି ତେବେ ହୋଇପାରେ ବାସ୍ତୁ ଜନିତ ଏହି ସମସ୍ୟା ନିହାତି ଜାଣି ରଖନ୍ତୁ

0
ଅନେକ ସମୟରେ ଘରର ଯେକୌଣସି ସଦସ୍ୟ ବାରମ୍ବାର ରୋଗରେ ପୀଡିତ ହୋଇ ଥିବା ଦେଖିବାକୁ ମିଳିଥାଏ l ଗୋଟିଏ ରୋଗ ପଛରେ ଆଉ ଗୋତିଏ ରୋଗ ମଣିଷକୁ ମାଡି ବସିଥାଏ l ଏପରି ସ୍ଥିତିରେ ଧନ ହାନି କଷ୍ଟ ବୃଦ୍ଧି ହେବା ଭଳି ସମସ୍ୟା ଦେଖା ଦେଇଥାଏ l ବାସ୍ତୁ ଶାସ୍ତ୍ର ଅନୁସାରେ ଦୀର୍ଘଦିନ ଧରି ରୋଗରେ ପୀଡିତ ହେବା, ଏବଂ ବାରମ୍ବାର ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେବା ହୋଇପାରେ ବାସ୍ତୁ ସମସ୍ୟାର କାରଣ l ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର କିମ୍ବା ପୂର୍ବ ଉତ୍ତର ଦିଗରେ ଯଦି କିଛି ବାସ୍ତୁ ସମସ୍ୟା ଦେଖା ଯାଇଥାଏ ତେବେ ଏହା ରୋଗ ବୈରାଗ ର କାରଣ ହୋଇଥାଏ l

* ଉତ୍ତର – ପୂର୍ବ କୋଣରେ ରଖନ୍ତୁ ଏହି ଜିନିଷ –
ବିଶେଷ ଭାବରେ ଉତ୍ତର ପୂର୍ବ ଅର୍ଥାତ ଐଶାନ୍ୟ କୋଣ ପାଣିର ଦିଗ ଅଟେ, ଏହି ଦିଗରେ କୌଣସି ଭାରି ଜିନିଷ ରଖିବା ଅଶୁଭ ଅଟେ, ଯେପରିକି ଇନଭଟର , ଆଲମିରା ଇତ୍ୟାଦି ଉଚିତ ନୁହେଁ l ଯଦି ଏହି ଦିଗରେ ଗ୍ୟାସ ସିଲିଣ୍ଡର ରଖାଗଲା ତାହା ମଧ୍ୟ ଠିକ ନୁହେଁ l ଏହି ଦିଗରେ ହାଲୁକା ଓ କୋମଳ ଜିନିଷ ରଖନ୍ତୁ , ଯେପରିକି ଫୁଲଦାନୀ, ସୁକ୍ଷ୍ମ ସାଜସଜ୍ଜା ଜିନିଷ ରଖିବା ଆବଶ୍ୟକ l ନଚେତ ରୋଗ ଆଡକୁ ଆପେ ଆପେ ଟାଣି ହୋଇଯିବେ l

* ଦକ୍ଷିଣ -ପଶ୍ଚିମ ଦିଗର ମହତ୍ୱ –
ଅନ୍ୟ ସମସ୍ୟା ସେତେବେଳେ ଆସିଥାଏ ଯେତେବେଳେ ଦକ୍ଷିଣ-ପଶ୍ଚିମ ଦିଗ ମଧ୍ୟରେ ପାଣି ରଖା ଯାଇଥାଏ କିମ୍ବା କୌଣସି ନଳ ରହିଥାଏ , ୱାସ ବେସିନ କିମ୍ବା ୱାସିଂ ମେସିନ ରହିଥାଏ, ଏହି ସ୍ଥାନରେ ପାଣି ରହିବ ଦ୍ୱାରା ଗୃହ ମାଲିକ ଙ୍କର ଅନିଷ୍ଟ ହୋଇଥାଏ , ଏବଂ ରୋଗ ଗ୍ରସ୍ତ ହୋଇ ଥାଆନ୍ତି l ଏବଂ ଘର ମାଲିକ ଙ୍କ ଜୀବନ ରେ ଅନେକ ବିଘ୍ନ ମଧ୍ୟ ଆସିଥାଏ l

* ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଏହି ଜିନିଷ –
ଯଦି ଆପଣ ଡାକ୍ତରଙ୍କୁ ପରାମର୍ଶ କରିବା ପରେ ଔଷଧ ଆଣି ଠିକ ସ୍ଥାନରେ ରଖୁ ନାହାନ୍ତି ତେବେ ଜୀବନ ରେ ସର୍ବଦା ରୋଗ ବୈରାଗ ଲାଗି ରହିଥାଏ l ସବୁବେଳେ ଔଷଧ କିଣିବା ପରେ ଏହାକୁ କୌଣସି ଡବା ରଖିବା ଜରୁରୀ l କଦାପି  ଔଷଧ ଡବା କୁ ଦକ୍ଷିଣ ଦିଗରେ ରଖିବେ ନାହିଁ l

* ଏହି ଦିଗକୁ ମୁହଁ କରି ଔଷଧ ଖାଆନ୍ତୁ  –
ଯଦି କୌଣସି ବଡ଼ ରୋଗରେ ପୀଡିତ ଅଛନ୍ତି ତେବେ ଉତର ଦିଗକୁ ସର୍ବଦା ମୁଖ କରି ଔଷଧ ଖାଆନ୍ତୁ , ଏହା ଶରୀରକୁ ଉପଯୁକ୍ତ ପ୍ରଭାବ ଦେଇଥାଏ ଏବଂ ରୋଗ ଠାରୁ ଦୁରେଇ ରଖିଥାଏ l

Nalco

Leave A Reply