ନୂଆଦିଲ୍ଲୀ : ପାକିସ୍ତାନ କୁ ଆମେରିକାର ବଡ଼ ଝଟକା, ଆମେରିକା ପକ୍ଷରୁ ପାକିସ୍ତାନ କୁ ମିସାଇଲ ପାଇଁ ଟେକ୍ନିକାଲ ସାହାଯ୍ୟ କରୁଥିବା ବେଳରୁଷ ର ଗୋଟିଏ ଓ ଚୀନ ର ତିନିଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି l ଆମେରିକାର ଏହି ପଦକ୍ଷେପ କୁ ନେଇ ପାକିସ୍ତାନ ଅସନ୍ତୁଷ୍ଟ ପ୍ରକାଶ କରିଛି ଏବଂ କହିଛି ଯେ ଏକ୍ସପର୍ଟ କଣ୍ଟ୍ରୋଲ ର ରାଜନୈତିକ ବ୍ୟବହାର କରାଯାଉଛି l ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ଆମେରିକା ପକ୍ଷରୁ ୪ଟି କମ୍ପାନୀ କୁ ପ୍ରତିବନ୍ଧକ ଲାଗି ବାକୁ ନେଇ ନିନ୍ଦା କରାଯାଇଛି l ଅନ୍ୟପକ୍ଷରେ ବିଦେଶ ମନ୍ତ୍ରଣାଳୟ ବେଲାରୁଷ ର ଗୋଟିଏ କମ୍ପାନୀ ଓ ରୁଷ ର ତିନିଟି କମ୍ପାନୀ କୁ ପ୍ରତିବନ୍ଧକ ଲଗାଇଛି l
ଆମେରିକା ଆରୋପ ଲାଗିଛି ଯେ ଏହି ୪ଟି କମ୍ପାନୀ ପାକିସ୍ତାନ କୁ ବେଲିସ୍ଟିକ ମିସାଇଲ ପ୍ରସ୍ତୁତ ପାଇଁ ସହଯୋଗ କରୁଛନ୍ତି l ଏବଂ ଆହୁରି ମଧ୍ୟ ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଏହି କମ୍ପାନୀ ଗୁଡିକୁ ବ୍ୟାନ କରିବାର ଅର୍ଥ ନୁହେଁ ଯେ ଏମାନଙ୍କୁ କୌଣସି ଦଣ୍ଡ ଦେବା, ଏହାର ଅର୍ଥ ହେଉଛି ଏମାନଙ୍କ ମଧ୍ୟରେ ପଜିଟିଭ ଚେଞ୍ଜ ଆଣିବା l ଉକ୍ତ କମ୍ପାନୀ ଗୁଡିକ ର ଆମେରିକୀୟ ସମ୍ପତ୍ତିକୁ ମଧ୍ୟ ବ୍ଲକ କରିଦିଆ ଯାଇଛି l ଯେତେବେଳେ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିବନ୍ଧ ର ସୂଚନା ଦିଆଯାଇ ଥିଲା, ସେହି ସମୟ ରେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ମଧ୍ୟ ଗୋଟିଏ ବୟାନ ଜାରି କରିଥିଲା l ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ କହିଥିଲା ଯେ ଆମେ ଏକ୍ସପୋର୍ଟ କଣ୍ଟ୍ରୋଲ ର ରାଜନୈତିକ ବ୍ୟବହାର କୁ ପ୍ରତ୍ୟାଖାନ କରୁଛୁ l ଆମେରିକା ସେହି ଦେଶ ଯିଏକି କିଛିଟା ଦେଶ ପାଇଁ ଆଡ଼ଭାନ୍ସ ଟେକ୍ନୋଲୋଜି ପାଇଁ ଲାଇସେନ୍ସ ଆବଶ୍ୟକତାକୁ ମଧ୍ୟ ଏଡାଇ ଦେଇଛି l ଆମେରିକାର ଏହି ମନୋମୁଖୀ କାର୍ଯ୍ୟ କୁ ପାକିସ୍ତାନ ଗଭୀର ନିନ୍ଦା କରିଛି l