Odisha news

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଚେତାବନୀ ଗାଈ ମାନଙ୍କ ଠାରୁ ବ୍ୟାପି ପାରେ ବଡ଼ ମହାମାରୀ  

0

ଏକ୍ସପର୍ଟ ଙ୍କ ମତରେ ପ୍ରତ୍ୟେକ ଜିନିଷ କୁ ଦେଖିଚାହିଁ ଖାଇବା ଜରୁରୀ l ଗୋଟିଏ ରିପୋର୍ଟ ଅନୁସାରେ H5N1 ଫ୍ଲୁ ସାରା ବିଶ୍ୱରେ ମହାମାରୀ ବ୍ୟାପିବାର କାରଣ ହୋଇଯିବ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ H5N1 ଫ୍ଲୁ ଜୀବଜନ୍ତୁ ଙ୍କ ନିକଟରୁ ମଣିଷ ନିକଟକୁ ଆସିଥାଏ l ବିଶେଷ ଭାବରେ ଏହି ଫ୍ଲୁ ଦ୍ୱାରା ଗ୍ରାସିତ ଜୀବଜନ୍ତୁ ଙ୍କ ଦୁଗ୍ଧ ଅଧିକ କ୍ଷତିକାରକ ହୋଇଥାଏ l କିନ୍ତୁ ବର୍ତମାନ ସୁଧା ମଧ୍ୟ ଜଣାପଡି ନାହିଁ ଯେ ଏହି ଭାଇରସ ଦୁଗ୍ଧ ରେ କେତେ ସମୟ ପର୍ଯ୍ୟନ୍ତ ରହିଥାଏ l

ନିକଟରେ ଆମେରିକାରେ କିଛି ଗାଈ H5N1 ଫ୍ଲୁ ଦ୍ୱାରା ପୀଡିତ ହୋଇଥିଲେ, ଏବଂ ଉକ୍ତ ଗାଈଙ୍କ ସେବା କରୁଥିବା ଜଣେ ବ୍ୟକ୍ତି ମଧ୍ୟ H5N1 ଫ୍ଲୁ ରେ ଆକ୍ରାନ୍ତ ହୋଇଯାଇ ଥିଲେ l ବର୍ତମାନ ପର୍ଯ୍ୟନ୍ତ ବାର୍ଡ଼ ଫ୍ଲୁ ପକ୍ଷୀ ମାନଙ୍କ ନିକଟରୁ ବ୍ୟାପୁଥିଲେ କିନ୍ତୁ ପ୍ରଥମ ଥର ପାଇଁ ଏହା ଗାଈ ମାନଙ୍କ ନିକଟରୁ ବ୍ୟାପୁଛି l ଏବଂ ସବୁଠୁ ଚିନ୍ତା ଜନକ କଥା ହେଲା ଏହି ଭାଇରସ ଗାଈ ଦୁଗ୍ଧ ରେ ମିଳୁଛି l ଆସନ୍ତୁ ଜାଣିବା ଏହି ଦୁଗ୍ଧ ଆମ ପାଇଁ କେତେ ସୁରକ୍ଷିତ l

H5N1 ଫ୍ଲୁ କଣ ?
H5N1 ଗୋଟିଏ ପ୍ରକାରର ଫ୍ଲୁଅଟେ l ଏହା ମଣିଷ ମାନଙ୍କର ଫ୍ଲୁ ନୁହେଁ, ଏହା ପକ୍ଷୀ ମାନଙ୍କର ଫ୍ଲୁ ଅଟେ l ସେଥିପାଇଁ ଏହାକୁ ବାର୍ଡ଼ ଫ୍ଲୁ ମଧ୍ୟ କୁହାଯାଇଥାଏ l ଏହି ଭାଇରସ ବିଶେଷ ଭାବରେ ପକ୍ଷୀ ମାନଙ୍କ ନିକଟରେ ମିଳିଥାଏ, ଏବଂ ଅନେକ ସମୟ ରେ ସ୍ତନ ଧାରୀ ପଶୁ ମାନଙ୍କ ନିକଟକୁ ମଧ୍ୟ ବ୍ୟାପିଥାଏ l ଯଦି ଆମେ ରୋଗ ଗ୍ରସ୍ତ ପକ୍ଷୀ ସହିତ ରହିବ କିମ୍ବା ତା ସଂସ୍ପର୍ଶ ରେ ଆସିବା ତେବେ ଆମେ ମଧ୍ୟ ପୀଡିତ ହୋଇପାରିବା l

H5N1 ଫ୍ଲୁ ରେ ପୀଡିତ ହେବା ଦ୍ୱାରା ଜ୍ୱର, କାଶ, ଗଳାରେ ଯନ୍ତ୍ରଣା, ଫୁସଫୁସ ରେ ଇନଫେକ୍ସନ ଅନେକ ସମୟରେ ହୋଇଥାଏ l H5N1 ଫ୍ଲୁ ଭାଇରସ ସର୍ବ ପ୍ରଥମେ ୧୯୯୬ ରେ ଗାଈ ମାନଙ୍କ ନିକଟରେ ମିଳିଥିଲା l ଏହାପରେ କରୋନା  ସମୟରେ ୨୦୨୦ ରେ ଏହା ଦ୍ରୁତ ବେଗରେ ବ୍ୟାପି ଥିଲା l H5N1 ଫ୍ଲୁ ଭର୍ସ ଦ୍ୱାରା କେବଳ ପକ୍ଷୀ କି ଗାଈ ପ୍ରଭାବିତ ହେଉ ନାହାନ୍ତି, ବରଂ ଜଙ୍ଗଲ ରେ ରହୁଥିବା ପକ୍ଷୀ, ପାଣିରେ ରହୁଥିବା ଜଳଚର ଜୀବ ମଧ୍ୟ ସଂକ୍ରମିତ ହେଉଛନ୍ତି l

ବର୍ତମାନ ମଣିଷଙ୍କୁ ମଧ୍ୟ ଵ୍ୟାପୀବ ଏହି ଭାଇରସ –
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଏହି ଭାଇରସ ଦ୍ରୁତ ବେଗରେ ମଣିଷଙ୍କୁ ବ୍ୟାପିବାର ସମ୍ଭାବନା ରହିଛି ଯେଉଁ କାରଣରୁ ବିଶ୍ୱ ଆଉ ଗୋଟିଏ ବଡ଼ ମହାମାରୀ ର ଶିକାର ହେବ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବର୍ତମାନ ଦୁଗ୍ଧ  କୁ କଞ୍ଚା ସେବନ କରିବା ଠିକ ନୁହେଁ, ଯଦି ଦୁଗ୍ଧ କୁ ୧୦୦ ଡିଗ୍ରୀ ଟେମ୍ପରେ ଚର ରେ ଗରମ କରାଯାଇ ସେବନ କରାଯିବ ତେବେ H5N1 ଫ୍ଲୁ ଭାଇରସ ଠାରୁ କିଛି ମାତ୍ରାରେ ସୁରକ୍ଷା ମିଳିବ l

କଞ୍ଚା ଦୁଗ୍ଧ ରେ ବ୍ୟାକ୍ଟେରିଆ ଅଧିକ ମାତ୍ରାରେ ରହିଥାଏ, ଯାହାକି ଜୀବନ ପ୍ରତି ବିପଦ ର କାରଣ ଅଟେ l  ଯଦିବି ଆପଣ ପାଶ୍ଚରାଇଜଡ଼ ଦୁଗ୍ଧ ଅର୍ଥାତ ପ୍ୟାକେଟ ଦୁଗ୍ଧ ସେବନ କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ, ଏହା ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟାର କାରଣ l

Har Ghar Tiranga

Leave A Reply