Odisha news

କଣ ଆପଣ ଜାଣିନ୍ତିକି ଦୁନିଆର ସବୁଠୁ ପୁରୁଣା ଧର୍ମ ଗୁଡିକ କଣ ? ଆସନ୍ତୁ ଜାଣିବା

0

ଦୁନିଆରେ ବିଭିନ୍ନ ଧର୍ମ ର ଲୋକେ ରହିଛନ୍ତି, ହିନ୍ଦୁ, ମୁସଲିମ, ଶିଖ, ଈସାଈ, ବୌଧ, ଇହୁଦୀ, ଜୈନ ଇତ୍ୟାଦି l କିନ୍ତୁ କଣ ଆପଣ ଜାଣିଛନ୍ତି ଏହିସବୁ ଧର୍ମ ମଧ୍ୟରୁ ଦୁନିଆର ସବୁଠୁ ପୁରୁଣା ଧର୍ମ କଣ ? ପୌରାଣିକ ଓ ଐତିହାସିକ ମାନ୍ୟତା ଅନୁସାରେ ସନାତନ ଧର୍ମ ବା ହିନ୍ଦୁ ଧର୍ମ କୁ ପୁରାତନ ଧର୍ମ ବୋଲି କୁହାଯାଇ ଥାଏ l ଏହା ଦୁନିଆର ପ୍ରାଚୀନ ଧର୍ମ ବୋଲି କୁହାଯାଇ ଥାଏ l ହିନ୍ଦୁଙ୍କ ର ପ୍ରତୀକ ଚିହ୍ନ ଓଂ ଓ ସ୍ୱସ୍ତିକ ଅଟେ l ଏହା ପୃଥିବୀର ସର୍ବ ପୁରାତନ ଧର୍ମ ପ୍ରଥା ମଧ୍ୟ ଅଟେ l ଦୁନିଆର ଐତିହାସିକ ଓ ବିଦ୍ୱାନ ମାନେ ହରପା ଓ ମହେଞ୍ଜୋଦାର ସଭ୍ୟତା ରେ ଏହାର ପ୍ରମାଣ ମିଳିଛି l ପ୍ରାଚୀନ କାଳରେ ହିନ୍ଦୁଙ୍କର ଦେବତା ପଶୁପତି ମହାଦେବ ଥିଲେ , ଏହା ସହିତ ପୂର୍ବେ ଅଜ୍ଞାତ ମାତୃଶକ୍ତି କୁ ମଧ୍ୟ ପୂଜା କରାଯାଉ ଥିଲା l

ହିନ୍ଦୁ ଧର୍ମରେ ପିପାଳ ବୃକ୍ଷ ପୂଜନ, ଶିବଲିଙ୍ଗ ପୂଜନ ଦେବୀ ମାନଙ୍କୁ ପୂଜନ ପ୍ରଥା ପୁରାତନ ସମୟ ରୁ ରହିଛି l ଦେବୀ ଦେବତା ଙ୍କ ପୂଜା କରୁଥିବା ହିନ୍ଦୁ ମାନଙ୍କୁ ମୁନି -ଋଷି ଙ୍କ ସଂଜ୍ଞା ଦିଆଯାଇଛି l ସେମାନେ ସଂସ୍କୃତ ଭାଷାରେ ବେଦ ପୁରାଣ ରଚନା କରିଥିଲେ l ବୈଦିକ ମନ୍ତ୍ର ଉଚ୍ଚାରଣ ଦ୍ୱାରା ନିଜ ଆରାଧ୍ୟ ଦେବତା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ଳୋକ ର ରଚନା ହୋଇଥିଲା l ଦୁନିଆର ପ୍ରଥମ ଭାଷା ବୈଦିକ ଭାଷା ବା ସଂସ୍କୃତ ଭାଷା ଅଟେ l ରୁଷି ମୁନି ମାନେ ସର୍ବ ପ୍ରଥମେ ବେଦ ର ରଚନା କରିଥିଲେ l ତାହା ଥିଲା ଋକବେଦ l ଋକବେଦ କୁ ସର୍ବ ପୁରାତନ ଧର୍ମଗ୍ରନ୍ଥ ବୋଲି କୁହାଯାଇ ଥାଏ l

ପୂର୍ବେ ସନାତନ ଧର୍ମ କୁ ଅନୁସରଣ କରି ସନ୍ଧ୍ୟାପରେ ଭୋଜନ ଗ୍ରହଣ ନକରିବା, ଜୀବ ହତ୍ୟା ନିଷେଧ, ସୂର୍ଯ୍ୟ ପୂଜନ ପରମ୍ପରା ରହିଥିଲା l ଯାହା ବର୍ତମାନ ମଧ୍ୟ ପ୍ରଚଳିତ l ସୂର୍ଯ୍ୟ ଦେବଙ୍କୁ ଦୁନିଆର ପ୍ରଥମ ଦେବତା ବା ଆଦିଦେବ ଭାବ୍ବାରେ  ଗ୍ରହଣ କରାଯାଉ ଥିଲା l

Leave A Reply