Odisha news

ଧରାକୋଟ ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ

0
ଧରାକୋଟ,18/4/24 : ଆସନ୍ତା ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଧରାକୋଟ ପୋଲିସ ପକ୍ଷରୁ ଥାନା ଅଧିନସ୍ଥ ଜାହାଡା, ମୁଣ୍ଡମରାଇ, ବରିଗୁଡା, ଘା ସିବିଲି,କୁଷରାବ ପ୍ରଭୃତି ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ନିର୍ବାଚନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା,ଅପରାଧିକ କାର୍ଯ୍ୟକଳାପ କୁ ଦୂରେଇବା,ନିରପେକ୍ଷ ଭାବରେ ନିର୍ବାଚନ ପରିଚାଳନା ଓ ଭୟ ମୁକ୍ତ ଭାବରେ ମତଦାନ ପାଇଁ ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ସଚେତନତା କରାଯାଇଥିଲା । ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି, ସବ ଇନ୍ସପେକ୍ଟର ବାଲ୍ମିକୀ ପ୍ରଧାନ,ସୁଭଲକ୍ଷ୍ମି କହଁର, ଏ ଏସ ଆଇ ରାଜେନ୍ଦ୍ର ରାଉତ, ଅଭିମନ୍ୟୁ ପାଣ୍ଡେ, ବରିଷ୍ଠ ପୋଲିସ କର୍ମଚାରୀ ସଦାନନ୍ଦ ବେହେରା, ମନୋଜ ବେହେରା,ହିରେନ୍ଦ୍ର ଗୌଡ଼ ଙ୍କ ସମେତ ବହୁ ଅଧିକାରୀ ଓ ଫୋର୍ସ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପ୍ରତି ସତର୍କ ଦୃଷ୍ଟି ରଖାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ସୂଚନା ଦେଇଛନ୍ତି।
Nalco

Leave A Reply