ବାରିପଦା : ଏକ ମାନବବାଦୀ ଆଭିମୁଖ୍ୟ ନେଇ ବାରିପଦାରେ ‘ଆମେ ମଣିଷ’ ନାମରେ ଏକ ନୂତନ ସଂଗଠନ ଗଠନ କରାଯାଇଅଛି । ଯାହା ପ୍ରାଥମିକ ଭାବେ ଆଞ୍ଚଳିକ, ଜାତୀୟ ତଥା ଆନ୍ତର୍ଜାତୀୟ ବିଭିନ୍ନ ବିଷୟ ଉପରେ କାର୍ଯ୍ୟକ୍ରମ ମାଧ୍ୟମରେ ଆଜିର ଯୁବପିଢି, ସଚେତନ ନାଗରିକ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରସାର ସାଙ୍ଗକୁ ଏକ ବିଚାର ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବାରିପଦା ଲାଇନ୍ସ କ୍ଲବ ଠାରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଶ୍ୱ ବ୍ୟାଙ୍କର ପ୍ରାକ୍ତନ ପରାମର୍ଶ ଦାତା ତଥା ବିଖ୍ୟାତ ଅର୍ଥନିତୀଜ୍ଞ, ଫକୀରମୋହନ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡଃ କୁମରବର ଦାସ, ଅନୁଷ୍ଠାନର ପ୍ରତିଷ୍ଠାତା ଖ୍ୟାତି ସମ୍ପନ୍ନ ବଣ୍ୟ ଜୀବ ଜଙ୍ଗଲ ସୁରକ୍ଷା ଓ ପରିବେଶ କର୍ମୀ ତଥା କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ବିରଜା ପ୍ରସାଦ ନାୟକ, ଶିଳ୍ପଦ୍ୱେୟାଗୀ ତଥା ସମାଜସେବୀ ଅନୁଷ୍ଠାନର ଯୁଗ୍ମ ନିଦେ୍ର୍ଦଶକ ରୋଟାରିଆନ୍ କମଲ କୁମାର ଜେନା, ସମାଜ ସେବୀ ଲାୟନ୍ ଦୀନେଶ ଖଣ୍ଡେଲୱାଲ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ଆସନ୍ତ ଏପି୍ରଲ ୨୧ତାରିଖ ରବିବାର ସକାଳ ୭ଟାରେ ବାରିପଦା ଜଗନ୍ନାଥ ମନ୍ଦିର ରଥ ପଡିଆ ନିକଟରୁ ଏକ ପଦଯାତ୍ରା ବାହାରି କଲେଜ ଛକ ଓ ଟ୍ରାଫିକ୍ ଛକ ଦେଇ ସକାଳ ୮ଟା ରେ ବିଜୁ ପଟ୍ଟନାୟକ ଛକରେ ‘ଫେରିଆସ ପକ୍ଷୀ’ ବାର୍ତ୍ତା ନେଇ ପହଞ୍ଚିବ । ଏହି ପଦଯାତ୍ରାରେ ଦ୍ୱିଶତାଧିକ ଛାତ୍ର, ଯୁବକ, ଜନସାଧାରଣ ଓ ପ୍ରକୃତି ପ୍ରେମି ଅଂଶଗ୍ରହଣ କରିବେ ବୋଲି ଆକଳନ କରାଯାଇଅଛି । ସମ୍ପ୍ରତି ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ ସହର ପାଲଟିଥିବାରୁ ଏଠାରେ ପକ୍ଷୀକୁଳ ଅତ୍ୟଧିକ ଗ୍ରୀଷ୍ମ ଦାଉରୁ ଛଟପଟ ହୋଇ ଅଜଣା ସ୍ଥାନକୁ ଚାଲିଯାଇଥିବା ବେଳେ ସହର ଶ୍ରୀହୀନ ହୋଇପଡିଛି । ଏହା ମାନବ ସମାଜ ପାଇଁ ଏକ ଅଶୁଭ ସୂଚନା । ପକ୍ଷୀମାନଙ୍କୁ ଫେରାଇ ଆଣିବାକୁ ବ୍ୟାପକ ବୃକ୍ଷ ରୋପଣ, ମାଟି ଜଳପାତ୍ର ବଣ୍ଟନ ଓ ପରିବେଶ ତଥା ଜଳ ବଞ୍ଚାଇବାକୁ ଏକ ସଚେତନତାର ବାର୍ତ୍ତା ପ୍ରଦାନ କରିବା ଏହି ପଦଯାତ୍ରାର ଉଦେ୍ଦଶ୍ୟ । ସେହିଦିନ ପୂର୍ବାହ୍ନ ୮ଟା ରୁ ୧୦ଟା ମଧ୍ୟରେ ପଦଯାତ୍ରା ସମପନାନ୍ତେ ବିଜୁ ପଟ୍ଟନାୟକ ଛକ ଠାରେ ଜନସାଧାରଣଙ୍କୁ ନିଃଶୁଳ୍କ ମାଟି, ଜଳ ପାତ୍ର ବଣ୍ଟନର କାର୍ଯ୍ୟକ୍ରମ ରହିଛି । ସେହିପରି ପୂର୍ବାହ୍ନ ୧୧ଘଟିକାରୁ ୬ଘଟିକା ପର୍ଯ୍ୟନ୍ତ ବାରିପଦା ତକତପୁର ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ସଭାଗୃହରେ ‘ଫେରିଆସ ପକ୍ଷୀ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ବହୁଭାଷୀ କବିତା ପାଠୋସôବ ଓ ଆଲୋଚନା ଚକ୍ର ଆୟୋଜନ କରାଯାଉଅଛି । ଏହି ସମସ୍ତ କାର୍ଯ୍ୟକ୍ରମ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ, ଜିଲ୍ଲାପ୍ରଶାସନ, ଜିଲ୍ଲା ଜରୁରୀକାଳୀନ ବିଭାଗ, ବାରିପଦା ବନଖଣ୍ଡ ଓ ବାରିପଦା, ବାଲେଶ୍ୱର ତଥା କଟକର ବିଭିନ୍ନ ବ୍ୟସାୟିକ ତଥା ଶିଳ୍ପାନୁଷ୍ଠାନର ମିଳିତ ସହଯୋଗରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଅଛି । ଏହି କାର୍ଯ୍ୟକ୍ରମଗୁଡିକ ଜନସାଧାରଣଙ୍କର ସଦୟ ଉପସ୍ଥିତି କାମନା କରାଯାଇଛି ।