ଚୈତ୍ର ନବରାତ୍ରି ର ଷଷ୍ଠ ଦିନ ମା କାତ୍ୟାୟନୀ ଙ୍କୁ ବିଧିବଦ୍ଧ ଭାବରେ ପୂଜାର୍ଚନା କରାଯାଇ ଥାଏ, ମା କାତ୍ୟାୟନୀ ଙ୍କୁ ପୂଜାର୍ଚନା କରିବା ଦ୍ୱାରା ଉପାସନା ଆରାଧନା କଲେ ଖୁବ ସହଜ ରେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ୪ଟି ଫଳ ପ୍ରାପ୍ତି ହୋଇଥାଏ l ଏହାଦ୍ୱାରା ରୋଗ, ଶୋକ, ସଂତାପ ଓ ଭୟ ରୁ ମୁକ୍ତି ମିଳିଥାଏ l ଜନ୍ମ ର ସମସ୍ତ ପାପ ନଷ୍ଟ ହୋଇଥାଏ l ମା କାତ୍ୟାୟନୀ ନିଜ ଭକ୍ତ ମାନଙ୍କର ସମସ୍ତ ଦୁଃଖ ବିନାଶ କରନ୍ତି ଓ ପାପ ନାଶ କରନ୍ତି l
କାତ୍ୟା ଗୋତ୍ର ରେ ବିଶ୍ୱପ୍ରସିଦ୍ଧ ମହର୍ଷି କାତ୍ୟାୟନ ଭଗବତୀ ପରାମ୍ବା ର ଉପାସନା କରିଥିଲେ, କଠିନ ତପସ୍ୟା କରିଥିଲେ, ତାଙ୍କର ଇଚ୍ଛା ଥିଲା କି ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହେଉ, ଏହାପରେ ମା ଭଗବତୀ ତାଙ୍କ ଘରେ କନ୍ୟା ଭାବରେ ଜନ୍ମ ନେଇଥିଲେ l ସେଥିପାଇଁ ଏହି ଦେବୀ ମା କାତ୍ୟାୟନୀ ଭାବରେ ପ୍ରତିଷ୍ଠା ହୋଇଥିଲେ l ମା କାତ୍ୟାୟନୀ ଙ୍କ କୃପା ରୁ ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି ହୋଇଥାଏ l
ବ୍ରଜ ର ଗୋପୀ ମାନେ ମା କାତ୍ୟାୟନୀ ଙ୍କୁ ପୂଜାର୍ଚନା କରି ଶ୍ରୀକୃଷ୍ଣ ଙ୍କ ପ୍ରେମ ଲାଭ କରିବା ପାଇଁ ମା କାତ୍ୟାୟନୀ ଙ୍କୁ ପୂଜାର୍ଚନା କରିଥିଲେ l ଏହି ପୂଜା କାଳିନ୍ଦୀ ଓ ଯମୁନା କୂଳରେ କରାଯାଇ ଥିଲା l ଏଥିପାଇଁ ବ୍ରଜମଣ୍ଡଳ ର ଅଧିଷ୍ଠାତ୍ରୀ ଦେବୀ ଭାବରେ ମା କାତ୍ୟାୟନୀ ପୂଜିତ l ମାଙ୍କ ର ଏହି ସ୍ୱରୂପ ଖୁବ ଭବ୍ୟ ଓ ଦିବ୍ୟ ଅଟେ l
ମା କାତ୍ୟାୟନୀ ୪ ଭୁଜା ବିଶିଷ୍ଟ ଅଟନ୍ତି l ମାଙ୍କ ର ଦକ୍ଷିଣ ପାର୍ଶ୍ଵର ଉପର ପାର୍ଶ୍ଵ ହାତ ଅଭୟମୁଦ୍ରା ରେ ରହିଥାଏ ତଳ ପାର୍ଶ୍ଵ ହାତ ବର ମୁଦ୍ରାରେ l ମା ଙ୍କର ବାମ ପାର୍ଶ୍ଵର ଉପର ହାତ ରେ ଖଡ୍ଗ ଓ ତଳ ପାର୍ଶ୍ଵର ହାତରେ ପଦ୍ମ ଫୁଲ ରହିଥାଏ, ଏବଂ ଏହାଙ୍କର ବାହନ ସିଂହ ଅଟେ l
ଏହାଙ୍କର ଉପାସନା ଆରାଧନା ଦ୍ୱାରା ଭକ୍ତ ଙ୍କର ଅର୍ଥ, ଧର୍ମ, କାମ ଓ ମୋକ୍ଷ ଚାରି ଫଳ ପ୍ରାପ୍ତି ହେବା ଦ୍ୱାରା ଲୋକେ ରୋଗ, ଶୋକ, ସନ୍ତାପ ଓ ଭୟ ନଷ୍ଟ ହୋଇଥାଏ l ତେଣୁ କୁହାଯାଇ ଥାଏ ଯେ ଏହି ଦେବୀ ଙ୍କ ଉପାସନା କରିବା ଦ୍ୱାରା ପରମ ପଦ ପ୍ରାପ୍ତି ହୋଇଥାଏ l