Odisha news

ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତିଚଳଚଞ୍ଚଳ ହୋଇଉଠିଛି ମହାପ୍ରଭୁ ଗଙ୍ଗେଶ୍ୱରଙ୍କ ପୀଠ

0
ସାଲେପୁର(୧୩-୪):-ପବିତ୍ର ମହା ବିଷୁବ ପଣା ସଂକ୍ରାନ୍ତି ଅବସରରେ ସାଲେପୁର ବ୍ଳକ ମିର୍ଜାପୁର ପଂଚାୟତ  ଗଙ୍ଗେଶ୍ଵର ମହାପ୍ରଭୂଙ୍କ ପୀଠରେ ପବିତ୍ର ଝାମୁଯାତ୍ରା ବା ପାଟୁଆ ଯାତ୍ରା ୧୦ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମହାପ୍ରଭୁ ଗଙ୍ଗେଶ୍ୱରଙ୍କ ପୀଠ। କିମ୍ବଦନ୍ତୀ କହେ ଜଣେ ଗଙ୍ଗଦତ୍ତ ବଙ୍ଗାଳି ନାମକ ବ୍ୟକ୍ତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା ସେହି ଦିନ ଠାରୁ ଚ୍ୟୈତ୍ରମାସରେ  ବଙ୍ଗାଳି ମାନେ ପାଟୁଆ ହୋଇଯାତ୍ରା କରିଆସୁଛନ୍ତି l ଏହି ପୀଠରେ  ଦେଢ଼ସହରୁ ଉର୍ଦ୍ଧ୍ବ ପାଟୁଆ ହୋଇଥାନ୍ତି। ଖଣ୍ଡା ପାଟୁଆ. କଣ୍ଟା ପାଟୁଆ, ଅଗ୍ନୀପାଟୁଆ, ଶ୍ରୀ ପାଟୁଆ,ବେତ ପାଟୁଆ ହୋଇଥାନ୍ତି। ପାଟୁଆମାନେ ଉପବାସରହି ଦେହକୁ କଷ୍ଟ ଦେଇ ଝାମ୍ମୁ ଲାଗିବା ଯାଏ କିଛିବି ଅନ୍ନ ଜଳ ଗ୍ରହଣ କରିନଥାନ୍ତି। ଦେହକୁ କଷ୍ଟ ଦେଇ ପାଟୁଆ ହୋଇଥାନ୍ତି।ଗଙ୍ଗେସ୍ଵରରେ ପାଟୁଆ ହେବାପାଇଁ ଜିଲ୍ଲା ଓ ଜିଲ୍ଲାବାହାରୁ ଆସିଥାନ୍ତି ମାନସିକଧାରୀ ପାଟୁଆ ହେବାପାଇଁ।ମାନସିକଧାରୀ ମାନେ ଠାକୁରଙ୍କୁ ଟୋପର ଓ ଝୁଣା ଲାଗି କରିଥାନ୍ତି। ଏଥିସହ ମାନସିକଧାରୀ ମନେ ଉପବାସରହି ଗଙ୍ଗେଶ୍ଵର ମହାପ୍ରଭୂଙ୍କୁ ଦର୍ଶନସାରି ପାଦୁକ ଧଣ୍ଡା ପାଇ ଓଷା ଫିଟେଇଥାନ୍ତି।  ମୁଗସିଝା ଛତୁଆ ଫଳଖାଇ ଦିନକାଟିଥାନ୍ତି l ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତ ଗଙ୍ଗେସ୍ୱର ମନ୍ଦିରରେ ୧୦ ଦିନ ଧରି ଯାତ୍ରା ଚାଲିଥାଏ ।ବହୁଘରକରଣା ସାମଗ୍ରୀ କିଣିବା ପାଇଁ ଏଠାରେ ଦୋକାନ ବଜାର ପଡିଥାଏ ।ବହୁ ଦୂରଦୁରାନ୍ତ ରୁ ଭକ୍ତମାନେ ଦର୍ଶନକରିବା ସହିତ ଦୋକାନରୁ  ଘରକରଣା ସାମଗ୍ରୀ କିଣି ନେଇଥାନ୍ତି। ଯାତ୍ରା ପରିଚାଳନା ପାଇଁ ପଂଚାୟତ କମିଟି ଓ ସ୍ତାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା  କରାଯାଇଛି। ମିର୍ଜାପୁର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପ୍ରୀତି ରଞ୍ଜନ ମହାନ୍ତି, ନିରଞ୍ଜନ ବେହେରା, ଆଲୋକ ଭୂୟାଁ, ଧୀରେନ୍ଦ୍ର ଦାସ, ଗୌରାଙ୍ଗ ବେହେରା, ତ୍ରିଲୋଚନ ଦାସ, ପ୍ରକାଶ ରଞ୍ଜନ ବାରିକ, ଅଶୋକ ମହାନ୍ତି, ସୁକାନ୍ତ ସାହୁ, ମଦନ ମୋହନ ସାହୁ, ପ୍ରଭାକର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଯାତ୍ରା କୁ ସୁଚାରୁ ରୂପେ ପରିଚାଳନା କରିଥାନ୍ତି
Nalco

Leave A Reply