Odisha news

ଗନ୍ଧର୍ବପୋଖରୀରେ ହନୁମାନଜୀୟୁଙ୍କ ବାର୍ଷିକ ଉତ୍ସବ

0

ତିହିଡି, ୧୩/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଗନ୍ଧର୍ବପୋଖରୀରେ ହନୁମାନଜୀୟୁଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଶତାଧିକ ମହିଳା ଓ ପୁରୁଷମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଗ୍ରାମଦେବତୀ ଜାଡି ଠାକୁରାଣୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି କଳସ ଶୋଭାଯାତ୍ରା ଗନ୍ଧର୍ବପୋଖରୀ, ଆରୁହା, ସିନେ୍ଦାଳ, ମଲ୍ଲିକସାହି ଓ ରଥସାହି ପରିକ୍ରମା କରିବା ପରେ ଆରୁହାସ୍ଥିତ ଲକ୍ଷ୍ମୀନାରାୟଣ ପୋଖରୀରେ କଳସ ବୁଡା ଯାଇଥିଲା । ଦିନ ତମାମ ଗୁରୁପୂଜା, ଗୋପୂଜା, ସୂର୍ଯ୍ୟପୂଜା ପରେ ଯଜ୍ଞ କାର୍ଯ୍ୟାରମ୍ଭ ହୋଇଛି । ସଂଧ୍ୟାରେ ଭଜନ ସମାରୋହ କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ନାମଯଜ୍ଞ ଲାଗି ଅଧିବାସ ଓ ଅଙ୍କୁରାରୋପଣ କରାଯାଇଥିଲା । ରବିବାର ଗୋଧୂଳି ବେଳାରେ ଯଜ୍ଞର ପୂର୍ଣ୍ଣାହୂତି ହେବାର କାର୍ଯ୍ୟକ୍ରମ ରହିଛି । କର୍ତ୍ତାଭାବେ ଗଙ୍ଗାଧର ଦାସ ଓ ମୁଖ୍ୟ ପୂଜକଭାବେ ଶୁକୁଟା ପଣ୍ଡାଙ୍କ ସମେତ ଶ୍ୟାମସୁନ୍ଦର ମିଶ୍ର, ଶ୍ରୀଧର ମିଶ୍ର, ସିଦ୍ଧାର୍ଥ ଶଙ୍କର ମିଶ୍ର ଓ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ବେଦପଣ୍ଡିତ ଯଜ୍ଞ କାର୍ଯ୍ୟ କରୁଛନ୍ତି । ଶ୍ୟାମସୁନ୍ଦର ଦାସ, ଗୟାଧର ବଳ, ରାକେଶ ଦାସ, ରାଜେନ୍ଦ୍ର ବଳ, ରବିନ୍ଦ୍ର ଦାସ, ମୁକୁନ୍ଦ ଦାସ, ପ୍ରଫୁଲ ବଳ, ବାବୁଲି ଦାସ, ଦେବେନ୍ଦ୍ର ଦାସ, ଶିବପ୍ରସାଦ ଦାସ, ବସନ୍ତ ଦାସ, କୈଳାସ ଦାସ, ଅରୁଣୀ ବଳ, ଅଶ୍ୱନୀ ଦାସ, ଅଜୟ ଦାସ, ଶରତ ଦାସ, ସାଇରାମ ବଳ, କୈଳାସ ବଳ, ଗଣେଷ ବଳ, ରବିନ୍ଦ୍ର ଦାସ, ପ୍ରହ୍ଲାଦ ବଳ, ପାଗଳା ବଳ ଓ କୁନା ବଳ ପ୍ରମୁଖ ସମସ୍ତ ଗ୍ରାମବାସୀ ପରି·ଳନା କରୁଥିବା ଜଣାଯାଇଛି ।

Nalco

Leave A Reply