Odisha news

ନିଖୋଜ ଯୁବକର ମୃତଦେହ ଉଦ୍ଧାର

0
ତେଲେଙ୍ଗା ପେଣ୍ଠ : ରବିବାର ରାତିରେ ବାରଙ୍ଗ ପୁରୀ ମେନ କେନାଲର ମରିଚିଆ ନିକଟରେ ଓଲା ସ୍କୁଟି ସହିତ କେନାଲ ପାଣିକୁ ଖସି ପଡ଼ିଥିବା ଯୁବକର ମୃତ ଦେହ ମଙ୍ଗଳବାର ସକାଳେ , କଟକ ସଦର ଥାନା ନିକଟସ୍ଥ ପ୍ରତାପନଗରୀ ସାଇଫନ ଠାରେ ଉଦ୍ଧାର କରାଯାଇଛି  । ମୃତ ଯୁବକର ନାମ ରାକେଶ ସାହୁ ୨୫ ବର୍ଷ । ତାଙ୍କ ନିଜ ଘର ନୟାଗଡ଼ ଜିଲ୍ଲା କୁଶଢିପି ଗ୍ରାମରେ । ବାପା ଭଗବାନ ସାହୁ କୁଶଢିପିରୁ ଆସି ଫୁଲନଖରା ନିକଟସ୍ଥ ଓମଫେଡ଼ କଲୋନୀରେ ରହି ଓମଫେଡ଼ ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ  ।  ରାକେଶ ରବିବାର ରାତିରେ କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ନିକଟସ୍ଥ ଅରିଲୋ ଠାରେ ଥିବା ଓମଫେଡ଼  ପ୍ଲାଣ୍ଟରୁ କାର୍ଯ୍ୟ ସାରି  ଘରକୁ ରାତି ୧୦ଟା ସମୟରେ ଫେରୁଥିଲା । କୌଣସି କାରଣ ବଶତଃ କାନପୁର ବ୍ରିଜର ଅନତି ଦୂର ମରିଚିଆ ସ୍ଥିତ ପୁରୀ ମୁଖ୍ୟ କେନାଲ ପାଣି ମଧ୍ୟକୁ ନିଜର ଓଲା ସ୍କୁଟି ସହ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ କେନାଲ ପାଣିରୁ ସ୍କୁଟିକୁ ବାହାରକରିରାସ୍ତା ଉପରକୁ ଆଣି ବାରଙ୍ଗ ପୋଲିସକୁ ଖବର ଦେଇଥିଲେ । ବାରଙ୍ଗ ପୋଲିସ ପହଞ୍ଚି ଏ ସଂପର୍କରେ ଘର ଲୋକଙ୍କୁ ଜଣାଇଥିଲେ । ଘଟଣାର ଖବର ପାଇ ରବିବାର ରାତିରେ ବାପା ଭଗବାନ ସାହୁ ବଡ଼ ଭାଇ ଅନିଲ ସାହୁ ଏବଂ ତାଙ୍କର ସଂପର୍କୀୟ ମାନେ ଘଟଣା ସ୍ଥଳରେ ରାତି ୧୨ ରେ ପହଞ୍ଚିଥିଲେ । ରାକେଶକୁ ଖୋଜାଖୋଜି କରି ନପାଇବାରୁ ବାରଙ୍ଗ ଥାନାରେ ଏତଲା ଦେଇଥିଲେ । ସୋମବାର ସକାଳ ୯ଟାରେ ବାରଙ୍ଗ ଅଗ୍ନିଶ୍ରମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବୋଟ ଯୋଗେ କେନାଲରେ ଗାଡ଼ି ପଡିଥିବା ସ୍ଥାନ ଠାରୁ  ଖୋଜାଖୋଜି କରିଥିଲେ ମଧ୍ୟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିଖୋଜ ଯୁବକ ରାକେଶକୁ ଉଦ୍ଧାର କରି ନପାରି ଫେରି ଯାଇଥିଲେ । ମଙ୍ଗଳବାର ସକାଳେ ପ୍ରତାପନଗରୀ ସାଇଫନ ନିକଟରେ ରାକେଶର ଶବ ଭାସୁଥିବା ଦେଖି ଶହଶହ ଲୋକଙ୍କ ଭିଡ଼ ଜମିଥିଲା । କଟକ ସଦର ପୋଲିସ ପହଞ୍ଚି ମୃତ ଯୁବକର ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଇ ଅଧିକ ତଦନ୍ତ କରୁଅଛି ।
Nalco

Leave A Reply