Odisha news

ଗରମ ପ୍ରକୋପ ରେ ବୃଦ୍ଧି ପାଉଛି ଉଚ୍ଚ ରକ୍ତଚାପ ଓ ହାର୍ଟ ସମସ୍ୟା, ତେଣୁ ନିୟମିତ ଧ୍ୟାନ ରଖନ୍ତୁ ଏହିସବୁ କଥାକୁ

0

ବ୍ଲଡ଼ ରେ ଶୁଗର ର ସ୍ତର ବୃଦ୍ଧି କାରଣରୁ ବ୍ଲଡ଼ ପ୍ରେସର ଓ ମଧୁମେହ ର ବିପଦ ଅଧିକ ଦେଖା ଦେଇଥାଏ , ଏହି କାରଣରୁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ବୃଦ୍ଧି ପାଇଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବିପି ଓ ସୁଗାର ସ୍ତର କୁ ଦେଖି ଅନେକ ଲୋକ ଅଜଣା ଥାଆନ୍ତି l ଯେଉଁ କାରଣରୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ l ସୁଗାର ଓ ବିପି ବୃଦ୍ଧି ହେବା ଦ୍ୱାରା ସ୍ଥିତି ଭୟଙ୍କର ହୋଇଥାଏ l ଏପରି ସ୍ଥିତିରେ ପ୍ରତିଦିନ ୨୫ ରୁ ୩୦ ପ୍ରତିଶତ ରୋଗୀ ଉଚ୍ଚ ରକ୍ତଚାପ ଓ ସୁଗାର ରେ ପୀଡିତ ହୋଇ ଥାଆନ୍ତି l

ଗରମ ଦିନରେ ହାର୍ଟ ମଧ୍ୟ ପ୍ରଭାବିତ ହୋଇଥାଏ, ଯାହାକି ଜୀବନ ପ୍ରତି ବିପଦ ପୁର୍ଣ ଅଟେ l ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଗରମ ଦିନରେ ହାର୍ଟ କୁ ଧ୍ୟାନ ରଖିବା ମଧ୍ୟ ନିହାତି ଆବଶ୍ୟକ l ଶରୀରରୁ ଜଳୀୟ ଅଂଶ କମିବା ଦ୍ୱାରା ମଧ୍ୟ ହାର୍ଟ ପ୍ରଭାବିତ ହୋଇଥାଏ l

* ହାର୍ଟ ହେଲଥ ପାଇଁ ଗ୍ରୀଷ୍ମ ଋତୁରେ ରଖନ୍ତୁ ଏହି ୫ଟି କଥାକୁ ଧ୍ୟାନ -:
– ହାବାର୍ଡ ହେଲ୍ଥ ର ସୂଚନା ଅନୁସାରେ ଗ୍ରୀଷ୍ମ ଋତୁରେ ବାହାରକୁ ବାହାରିବା ମାତ୍ରକେ ପ୍ରତି ୨୦ ମିନିଟ ରେ ଗୋଟିଏ ଗ୍ଲାସ ପାଣି ନିହାତି ସେବନ କରନ୍ତୁ l ଏହାଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ରହିଥାଏ ଓ ଶରୀରରେ ଜଳୀୟ ଅଂଶ ମଧ୍ୟ ଠିକ ଭାବରେ ରହିଥାଏ l ଟାଇମର ସେଟ କରି ପାଣି ପିଇବା ମଧ୍ୟ ଜରୁରୀ l ଅନ୍ୟ ପକ୍ଷରେ ଫ୍ରୁଟ ଜୁସ, ସୋଡ଼ା, ଆଲକୋହଲ ଓ କେଫିନ ସେବନ ଠାରୁ ଦୁରେଇ ରୁହନ୍ତୁ l କାହିଁକି ନା ଆଲକୋହଲ ମାତ୍ରା ବୃଦ୍ଧି ହେବା ଦ୍ୱାରା ହିଟ ଷ୍ଟ୍ରୋକ ମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ l

– ଶରୀର କୁ ଗ୍ରୀଷ୍ମ ପ୍ରକୋପ ରୁ ରକ୍ଷା କରିବା ପାଇଁ ଢିଲା ପୋଷାକ ପିନ୍ଧିବା ଜରୁରୀ l ଗରମ ରେ ବାହାରକୁ ବାହାରିବା ସମୟ ରେ ଫିକା ରଙ୍ଗର ପୋଷାକ ପିନ୍ଧିବା ଜରୁରୀ l ସନ ଗ୍ଲାସ ପିନ୍ଧନ୍ତୁ ଓ ଟୋପି ନିହାତି ପିନ୍ଧି ବାହାରନ୍ତୁ l ଯାହାଦ୍ୱାରା ଆଖି ଓ ମୁଣ୍ଡ ସୁରକ୍ଷିତ ରହିଥାଏ l

– ଗରମ ଦିନ ଉଚ୍ଚ ରକ୍ତଚାପ କୁ ସନ୍ତୁଳିତ ନିହାତି ରଖିବା ଜରୁରୀ l ତେଣୁ ଏହି ସମୟରେ ପ୍ରତିଦିନ ନିୟମିତ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ ନିହାତି କରିବା ଆବଶ୍ୟକ l ଏବଂ ଅଧିକ ମାତ୍ରାରେ ପାଣି ମଧ୍ୟ ପିଇବା ଜରୁରୀ l ରକ୍ତଚାପ ସନ୍ତୁଳିତ ରଖିବା ପାଇଁ ଖରାକୁ ବାହାରନ୍ତୁ ନାହିଁ l

– ଗରମ ଦିନରେ ଯଦି ଦେହ ଥକା ଲାଗୁଚି ତେବେ ଗରମ ରେ ପଦାକୁ ବାହାରନ୍ତୁ ନାହିଁ, ଘୋଳ ଦହି ବିନା ଲୁଣ ରେ ଗରମ ଦିନରେ ଗୋଟିଏ ଭଲ ମାଧ୍ୟମ ଅଟେ l ଏହାଛଡା ଅନ୍ୟାନ୍ୟ ହାଇଡ୍ରେଟ ଡ୍ରିଂକ୍ସ ଜଳଜୀରା , ଲେମ୍ବୁ ପାଣି ଇତ୍ୟାଦି ନିୟମିତ ସେବନ କରନ୍ତୁ l

Nalco

Leave A Reply