Odisha news

ମହିଳା ଙ୍କ ସୌନ୍ଦର୍ଯ୍ୟ ରେ ବାଧକ ସାଜିଥାଏ ବେଲି ଫ୍ୟାଟ, ଏହିସବୁ ଉପାୟ ଦ୍ଵାରା ତୁରନ୍ତ କରନ୍ତୁ ଦୂର

0

ବିଶେଷ ଭାବରେ ମହିଳା ମାନଙ୍କ ନିକଟରେ ବର୍ଦ୍ଧିତ ଆୟୁ ସହିତ ଓଜନ ବୃଦ୍ଧି ଦେଖିବାକୁ ମିଳିଥାଏ l ବିଶେଷ ଭାବରେ ପେଟର ଚର୍ବି ବୃଦ୍ଧି ହୋଇଥାଏ l ବାସ୍ତବରେ ଦେଖିବାକୁ ଗଲେ ୪୦ ବର୍ଷ ପରେ କିମ୍ବା ୪୦ ବର୍ଷ ପାଖାପାଖି ମହିଳାଙ୍କ ହର୍ମୋନ ଅସନ୍ତୁଳନ କାରଣରୁ ପେଟରେ ଚର୍ବି ବୃଦ୍ଧି ହୋଇଥାଏ l ଏହା ସହିତ ଫିଜିକାଲ ଆକ୍ଟିଭିଟି କମ ହେଉଥିବା କାରଣରୁ ଏଭଳି ଦେଖା ଯାଇଥାଏ l ଆହୁରି ମଧ୍ୟ ଦେଖିବାକୁ ଗଲେ ଏସ୍ଟ୍ରୋଜେନ ହ୍ରାସ ମଧ୍ୟ ଅନ୍ୟ ଗୋଟିଏ କାରଣ ଅଟେ l

ଏହାଦ୍ୱାରା ପର୍ସନାଲିଟି ଖରାପ ହୋଇଥାଏ l ଏବଂ ବେଲି ଫ୍ୟାଟ କୁ ସବୁଠୁ ଅନହେଲଦି ଫ୍ୟାଟ ବୋଲି କୁହାଯାଇଥାଏ l କାହିଁକି ନା ଏହା କେବଳ ସ୍କିଂ ନିକଟରେ ସୀମିତ ରହି ନଥାଏ ଏହା ଆମ ଅନ୍ତରୀଣ ଅଙ୍ଗକୁ କ୍ଷତି ଘଟାଇଥାଏ l

* ପେଟର ଚର୍ବି ହ୍ରାସ ପାଇଁ ବ୍ୟାୟାମ ସବୁଠୁ ଭଲ ଉପାୟ l ବ୍ୟାୟାମ ଦ୍ୱାରା ବେଲି ଫ୍ୟାଟ ହ୍ରାସ ହେବା ସହିତ ମନ ସ୍ଥିର ରହିଥାଏ l ତେଣୁକରି ପ୍ରତିଦିନ ସାଇକେଲ ଚଳାଇବା, ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କରିବା, ଯୁମ୍ବା ଏବଂ ସ୍ୱଇମିଙ୍ଗ ଇତ୍ୟାଦି କରିବା ଆବଶ୍ୟକ l

* ଯେତେବେଳେ ଜଣେ ମହିଳା ୪୦ ବର୍ଷ ଅତିକ୍ରମ କରିଯାଇଥାଏ ସିଏ ଯାହା କିଛିବି ଖାଇଥାଏ ତାହା ତାର ଅଣ୍ଟା ଓ ପେଟରେ ଚର୍ବି ଆକାରରେ ଜମି ଯାଇଥାଏ l ତେଣୁ ୪୦ ବର୍ଷ ପରେ ପ୍ରୋସେସଡ଼ ଫୁଡ, ଚିନି ଓ ହାଇ ଫ୍ୟାଟି ଫୁଡ ସେବନ କରିବା ଉଚିତ ନୁହେଁ l ତେଣୁକରି ବିଭିନ୍ନ ପ୍ରକାରର ଫଳ – ପନିପରିବା, ବିଭିନ୍ନ ଶସ୍ୟ ଜାତୀୟ ପଦାର୍ଥ, ଲୀନ ପ୍ରୋଟିନ ହେଲଦି ଫ୍ୟାଟସ ଆପଣଙ୍କ ପେଟରେ ଜମିଥିବା ଚର୍ବି କୁ ହ୍ରାସ କରିଥାଏ l

* ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଆପଣଙ୍କ ବିଚାର ଓ ଭାବନା ମଧ୍ୟ ଆପଣଙ୍କ ପେଟର ଚର୍ବି କୁ ପ୍ରଭାବିତ କରିଥାଏ l ମାନସିକ ଚାପ ଦ୍ୱାରା ହର୍ମୋନ ଅସନ୍ତୁଳନ ହୋଇଥାଏ ଏବଂ ପରିଣାମ ସ୍ୱରୂପ ପେଟରେ ଚର୍ବି ଜମିଥାଏ l

* ଷ୍ଟ୍ରେସ ଫ୍ରି ଲାଇଫ ଷ୍ଟାଇଲ, ମେଡ଼ିଟେସନ ଇତ୍ୟାଦି ଚର୍ବି ବୃଦ୍ଧି ହେବାକୁ ଦେଇନଥାଏ l ନିଜକୁ ଖୁସି ରଖିବା ମଧ୍ୟ ଜରୁରୀ l ତେଣୁ ଏହି ସମୟରେ ନିଜକୁ ଖୁସି ରଖି ଫିଟ ରୁହନ୍ତୁ l

Leave A Reply