Odisha news

ସମଷ୍ୟା ଘେରରେ..ଚିତାରମା : ଭୋଟ ବର୍ଜନ ପାଇଁ ଚେତାବନୀ

0
ସିନାପାଲି ୬/୪ :  ସରକାର ଗ୍ରାମାଞ୍ଚଳର ବିକାଶ ଲାଗି ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ବାତ୍ସବରେ ସେସବୁ ଯୋଜନା ଗ୍ରାମାଞ୍ଚଳରେ ଠିକ ଭାବେ ପହଞ୍ଚି ପାରୁନି। ନୂଆପଡା ଜିଲା ସିନାପାଲି ବ୍ଲକ ଘଟମାଲ ଗ୍ରାମପଞ୍ଚୟତ ଚିତାରମା ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳଠାରୁ ଆରମ୍ଭ କରି ବିଦ୍ୟୁତ୍ ବ୍ୟବସ୍ଥା ଭଳି ମୌଳିକ ସୁବିଧାରୁ ବାଦ୍ ପଡିଛି । ଏଥିପାଇଁ ଗ୍ରାମବାସୀ ୨୦୨୪ ନିର୍ବାଚନରେ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି ।ନିର୍ବାଚନ ଆସିଲେ ଗାଁକୁ ଆସି ନେତାମାନେ ଅନେକ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ନିର୍ବାଚନ ପରେ ସେହିସବୁ ପ୍ରତିଶ୍ରୁତିରେ ସୀମିତ ରହିଯାଏ
ସିନାପାଲି ବ୍ଲକ ଠାରୁ ପ୍ରାୟ ୨୫ କି.ମି. ନଙ୍ଗଳବୋର୍ଡ ଘଟମାଲ ସଂରକ୍ଷଣ ଜଙ୍ଗଲ ପାଦ ଦେଶରେ ଥିବା ଏହି ଗାଁ ଦୁର୍ଗମ ଓ ମାଓବାଦୀ ପ୍ରବଣ ହୋଇଥିବାରୁ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପାଦ ମଧ୍ଯ ପଡ଼ି ନ ଥାଏ। ଫଳରେ ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ଲୋକେ ଜାଣିପାରନ୍ତି ନାହିଁ କିମ୍ବା ସେସବୁର ଲାଭ ମଧ୍ୟ ଉଠାଇ ପାରନ୍ତି ନାହିଁ ଏହି ଆଦିବାସୀ ଗ୍ରାମର ଲୋକେ। ନାଁ ବଦଳି ପାରିଛି ରାସ୍ତାର ସମସ୍ୟା ନା ପାଣିର ସମସ୍ୟା, ଗାଁ ଶିକ୍ଷା ବ୍ୟବସ୍ଥା ଫେଲ ସ୍ବାସ୍ଥ୍ୟ ସେବା ନ କହିବା ଭଲ,ଆଜି ବି ଗାଁର ଅନେକ ଶିଶୁ ଅପପୁଷ୍ଟିର ଶିକାର ହୋଉଛନ୍ତି। ଗମନାଗମନର ସୁବିଧା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚୁ ନାହିଁ । ଫଳରେ ପ୍ରସୂତୀଙ୍କୁ ବାଧ୍ୟ ହୋଇ ପରିବାର ଲୋକେ ଖଟିଆ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥାନ୍ତି । ଏଠାକାର ଲୋକେ ନିଜର କୌଳିକ ବୃତ୍ତି ବାଉଁଶ ମାଧ୍ୟମରେ କୁଲା, ଚାଙ୍ଗୁଡି ଠାରୁ ଆରମ କରି ଅନେକଗୁଡିଏ ଘର କରଣା ସାମଗ୍ରୀ ତିଆରି କରିଥାନ୍ତି। ଏହା ସହିତ ଦ୍ରବ୍ୟ ମହୁଲ, କେନ୍ଦୁ, ଗାଁଆର କୋଳି ଆଦି ବିଭିନ୍ନ ବନଜାତ ଆଦି ବିଭିନ୍ନ କିସମର କନ୍ଦା, ସଂଗ୍ରହ କରି ନିର୍ବାହ କରିଥାନ୍ତି । କିନ୍ତୁ ସଚେତନତା ଓ ଗମନାଗମନ ବ୍ୟବସ୍ଥା ଠିକ୍ ନ ଥିବା ଓ ସରକାରଙ୍କ ତରଫରୁ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେ ସବୁ ଗୁଡିକୁ ଖୁବ୍ କମ୍ ଦରରେ ଦଲାଲଙ୍କ ହାତରେ ଟେକି ଦେଇଥାନ୍ତି।
.ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ ଓ ରାସ୍ତା ବିଜୁଳି । ଏହି ଗାଁରେ ଖରା ବର୍ଷ ସବୁ ଦିନ ପାନୀୟ ଜଳ ସମସ୍ୟା ଲାଗିରହିଥାଏ । ପୋଖରୀ ନ ଥିବାରୁ ଗାଁ ଲୋକେ ନଦୀ, ନାଳର ପାଣି ବ୍ୟବହାର କରି ବିଭିନ୍ନ ଚର୍ମ ରୋଗର ଶିକାର ହୋଇଥାନ୍ତି। ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ପୂରଣ ନକଲେ ଏଥର ଭୋଟ୍ ବର୍ଜନ କରିବାକୁ ବାଧ୍ଯ ହେତୁ ବୋଲି ଗ୍ରାମବାସୀ ଚେତାବନା ଦେଇଛନ୍ତି।
ଏ ନେଇ ସିନାପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିବାରୁ ମୁ ଆପଣଙ୍କ ଠାରୁ ଜାଣିଲି ଉପରିସ୍ଥ ଅଧିକାରୀ ସାଙ୍ଗେ କଥା ହେଇ ସମାଧାନ କରିବୁ ବୋଲି ପ୍ରତିକ୍ରିୟା ରଖିଲେ

Leave A Reply