ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅଞ୍ଚଳରେ ବିଭିନ୍ନ ମାମଲାରେ ସଂପୃକ୍ତ ୫ଜଣ ଅଭିଯୁକ୍ତ ପୋଲିସର ଗିରଫଦାରୀକୁ ଦୀର୍ଘ ଦିନହେବ ଏଡାଇ ଫେରାର ଥିବାରୁ ଶୁକ୍ରବାର ଦିନ ବଡଚଣା ପୋଲିସ ସେମାନଙ୍କୁ ପଳାତକ ଘୋଷଣା କରିଛି! ସିଆରପିସି ଧାରା ୮୨ ଆଧାରରେ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ସଦଳବଳେ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କ ଘରକୁ ଯାଇ ସ୍ଥାନୀୟ ଜଣାସୁଣା ବ୍ୟକ୍ତିଙ୍କ ଉପସ୍ଥିତିରେ ଡେଙ୍ଗୁରା ପିଟି ସେମାନଙ୍କୁ ପଳାତକ ଘୋଷଣା ଯାରୀ କରିଥିଲେ!ଏହି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ଘର ସହିତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ବେଳେ ସେମାନେ ଲୁଚି ରହିଥିଲେ! ପୋଲିସ ଓ କୋର୍ଟଙ୍କ ବାରମ୍ବାର ନୋଟିସ ସତ୍ୱେ ସେମାନେ ଆତ୍ମ ସମର୍ପଣ କରିନଥିଲେ! ଫଳରେ କୋର୍ଟ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଯାମିନବିହୀନ ଗିରଫ ପରଆନା ଯାରୀ କରାଯାଇଥିଲା! ତଥାପି ସପୃକ୍ତ ଅଭିଯୁକ୍ତ ମାନେ ଆତ୍ମ ସମର୍ପଣ କରିନଥିଲେ! ଫଳରେ ବଡଚଣା ପୋଲିସ ପକ୍ଷରୁ ଏହି ଅଭିଯୁକ୍ତ ମାନଙ୍କୁ ପଳାତକ ଘୋଷଣା ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା! ତେବେ ପୋଲିର ଆବେଦନକୁ କୋର୍ଟ ମଞ୍ଜୁର ଦେବାପରେ ବଡଚଣା ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ପଳାତକ ଘୋଷଣା କରିଥିବା ଜଣାପଡିଛି! ପଳାତକ ଘୋଷିତ ହୋଇଥିବା ଏହି ଅଭିଯୁକ୍ତ ମାନେ ହେଉଛନ୍ତି, ଦର୍ପଣଗଡ ଗ୍ରାମର ସେକ ଆସକଙ୍କ ପୁଅ ସେକ ଅଖତାର, ବନ୍ଦାଳ ଗ୍ରାମର ମକୁ ସ୍ୱାଇଁଙ୍କ ପୁଅ ଗୋକୁଳାନନ୍ଦ ସ୍ୱାଇଁ,ଅହମଦପୁର ଗ୍ରାମର ରମେଶଚନ୍ଦ୍ର ସେଠୀଙ୍କ ପୁଅ କାହ୍ନୁ ଓରଫ କଙ୍କଜକୁମାର ସେଠୀ,ସକୁନ୍ତଳାପୁର ଗ୍ରାମର ସୁରେନ୍ଦ୍ର ସ୍ୱାଇଁଙ୍କ ପୁଅ ରବିନ୍ଦ୍ର ସ୍ୱାଇଁ ଏବଂ ସୁଖାଦେଇପୁର ଗ୍ରାମର ପରିକ୍ଷୀତ ମହାରଣାଙ୍କ ପୁଅ ସନ୍ତୋଷ କୁମାର ମହାରଣା ଓରଫ କାଳିଆ! ତେବେ ଏହାପରେ ଯଦି ଏହି ଅଭିଯୁକ୍ତ ମାନେ ଆତ୍ମ ପୋଲିସ ବା କୋର୍ଟରେ ଆତ୍ମସମର୍ପଣ ନକରନ୍ତି ତେବେ ସିଆରପିସି ଧାରା ୮୩ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଭାବେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି! ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଏପରି ଚରମ କାର୍ଯ୍ୟାନୁଷ୍ଠାନ ବଡଚଣା ଥାନା ସମେତ ଯାଜପୁର ଜିଲ୍ଲାରେ ବିରଲ ବୋଲି ଆଲୋଚନା ହେଉଛି! ପୋଲିସର ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଅସାମାଜିକ ତତ୍ତ୍ୱମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି!