Odisha news

ପାରିବାରିକ କଳହ ଯୋଗୁଁ ଜେନାପୁର ସରପଞ୍ଚଙ୍କ ଆତ୍ମହତ୍ୟା 

0
ଚଣ୍ଡିଖୋଲ/ଚଡେଇଧରା :  ଏକ ଦୁଖଦ ଘଟଣା କ୍ରମରେ ପାରିବାରିକ କଳହକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଜେନାପୁର ପଞ୍ଚାୟତର ସରପଞ୍ଚ ଶିପାଲତା ମଲିକ ନିଜଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି! ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିଲା! ପାରିବାରିକ ଝାମେଲାକୁ ନେଇ ସରପଞ୍ଚ ଶିପାଙ୍କ ଘରେ କଳହ ଲାଗିଥିଲା! ଯାହାକୁ ନେଇ ସେ ଅତ୍ୟଧିକ ମାନଶୀକ ଆଘାତପ୍ରାପ୍ତ ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି! ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ ଗୁରୁବାର ଦିନ ସକାଳୁ ତାଙ୍କର ୮ବର୍ଷର ପୁଅକୁ କୌଣସି କାରଣରୁ ମାରଧର କରିଥିଲେ! ଯାହାକୁ ନେଇ ସ୍ୱାମୀ ଓ ପରିବାର ଲୋକେ ସରପଞ୍ଚ ଶିପାଲତାକୁ ପ୍ରତିବାଦ କରିବାସହ ବିରକ୍ତ ହୋଇଥିଲେ! ପରିବାର ସଦସ୍ୟଙ୍କ ଏପରି ପ୍ରତିବାଦରେ ସେ ମାନଶୀକ ଭାରସାମ୍ୟ ହରାଇ ବିଷପାନ କରିଦେଇଥିଲେ! ତାଙ୍କୁ ମୁମର୍ଷ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ! ଖବରପାଇ ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁକୁମାର ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଛେଦ ପାଇଁ ପଠାଇଥିଲେ! ସଂନ୍ଧ୍ୟା ହୋଇଯାଇ ଥିବାରୁ ଆସନ୍ତା କାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଧର୍ମଶାଳା ଡାକ୍ତରଖାନାରେ ତାଙ୍କର ଶବ ବ୍ୟବଛେଦ ହେବ ବୋଲି ପୋଲିସ ପ୍ରକାଶ କରିଛି! ମୃତ ସରପଞ୍ଚ ଶିପାଙ୍କର ସ୍ୱାମୀ ଓ ୮ବର୍ଷର ପୁଅ ସହିତ ୪ ବର୍ଷର ଛୋଟ ଝିଅଥିବା ଜଣାପଡିଛି! ତାଙ୍କର ଏପରି ଅସମୟ ମୃତ୍ୟୂକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି!

Leave A Reply