Odisha news

ଗ୍ରୀଷ୍ମ ପ୍ରବାହ ରେ ଏଲୋଭେରା ଓ ଅଁଳା ଜୁସ କୌଣସି ରାମବାଣ ଠାରୁ କମ ନୁହେଁ, ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହେବା ସହିତ ଗ୍ରୀଷ୍ମ ପ୍ରବାହ ରୁ ଆରାମ ଦେଇଥାଏ

0

ବର୍ତମାନ ସାରା ରାଜ୍ୟରେ ଦ୍ରୁତ ବେଗରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି , ଏବଂ ଉତ୍ତାପ ଧୀରେ ଧୀରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି l ଏପରି ସ୍ଥିତିରେ ଯେପରି ଶରୀରରୁ ଜଳୀୟ ଅଂଶ କମିନଯାଏ ସେଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ l ସେଥିପାଇଁ ବିଭିନ୍ନ ପ୍ରକାରର ହାଇଡ୍ରେଟ ପାନୀୟ ଶରୀର ପାଇଁ ନିହାତି ଆବଶ୍ୟକ l ଯାହାଦ୍ୱାରା ଗ୍ରୀଷ୍ମ ପ୍ରବାହ ସମୟରେ ଶରୀର ପାଇଁ କଇଁଆସି କ୍ଷତି ହେବ ନାହିଁ l

– ବିଶେଷ ଭାବରେ ଗରମ ଦିନରେ ବର୍ଦ୍ଧିତ ଉତ୍ତାପ କାରଣରୁ ପେଟ ଜନିତ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ l ଯେପରିକି ଗ୍ୟାସ, ଏସିଡ଼ିଟି ଓ ଅପଚ ସମସ୍ୟା ଇତ୍ୟାଦି ଦେଖା ଦେଇଥାଏ l  ଏଥିପାଇଁ ଏଲୋଭେରା ଓ ଅଁଳା ଜୁସ ବିଭିନ୍ନ ପେଟ ଜନିତ ସମସ୍ୟା ପାଇଁ ଖୁବ ହିତକାରୀ l  ଏହାଛଡା ଲିଭର ସମସ୍ୟା ମଧ୍ୟ ପାଇଁ ମଧ୍ୟ ଏଲୋଭେରା ଓ ଅଁଳା ଜୁସ ଖୁବ ଲାଭ ଦାୟକ l

– ଯେଉଁ ମହିଳା ମାନେ ହର୍ମୋନଲ ଚେଞ୍ଜସ ସହିତ ଗତି କରୁଛନ୍ତି ସେମାନଙ୍କ ନିକଟରେ ବିଶେଷ ଭାବରେ କେଶ ଝଡ଼ିବା ସମସ୍ୟା ଦେଖିବାକୁ ମିଳିଥାଏ l ଏହି ସମସ୍ୟା ପାଇଁ ଏଲୋଭେରା ଓ ଅଁଳା ଜୁସ ଖୁବ ହିତକାରୀ ଅଟେ l

– ଏଲୋଭେରା ଓ ଅଁଳା ଜୁସ ନିୟମିତ ସେବନ କରିବା ଦ୍ୱାରା ତ୍ୱଚା ର କୁଞ୍ଚନ ଦୂର ହୋଇଥାଏ l ଏବଂ ତ୍ୱଚା କୁ ଡିଟକ୍ସ କରି ରେ ଚମକ ଆଣିଥାଏ  l ତେଣୁ ନିୟମିତ ଏହାକୁ ସେବନ କରିବା ଜରୁରୀ l

– ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ଅଟେ ଏଲୋଭେରା ଓ ଅଁଳା ଜୁସ, ତେଣୁ ନିୟମିତ ସେବନ ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ l ଏବଂ ରକ୍ତଚାପ ସନ୍ତୁଳିତ ରହିଥାଏ l

– ଯେଉଁମାନେ ଉଚ୍ଚ କୋଲେଷ୍ଟ୍ରଲ ରେ ଗତି କରୁଛନ୍ତି ଏବଂ ଉଚ୍ଚ ରକ୍ତଚାପ ରେ ଗତି କରୁଛନ୍ତି ସେମାନେ ନିୟମିତ ଅଁଳା ଓ ଏଲୋଭେରା ଜୁସ ସେବନ ନିହାତି କରନ୍ତୁ l ସମସ୍ତ ସମସ୍ୟା ରୁ ଆରାମ ମିଳିଥାଏ l

– ଯେଉଁମାନେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରେ ଗତି କରୁଛନ୍ତି ସେମାନେ ନିୟମିତ ଏହି ଜୁସ ଟିକୁ ସେବନ କରନ୍ତୁ ଯାହାକି ଖୁବ ଆରାମ ଦେବାରେ ସାହାଯ୍ୟ କରିଥାଏ l

Leave A Reply