Odisha news

ଘଷିପୁରା ନିର୍ବାଚନ ମଣ୍ଡଳୀ ବିକାଶ ପଥର ସାରଥୀ : ବଦ୍ରି ପାତ୍ର

0

କେନ୍ଦୁଝର :  ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦେଶରେ ଅନୁପ୍ରାଣିତ ହୋଇ ଦୀର୍ଘ ୧୯ ବର୍ଷ ର ଅଧ୍ୟାପନା ଜୀବନରୁ ଅବସର ନେଇ ରାଜନୀତିକୁ ଓଲ୍ହାଇ ଆସିଥିଲେ। ସେ ମନରେ ଥିଲା କେବଳ ଏକ ଦୃଢ ସଂକଳ୍ପ। ନିଜ ଜନ୍ମତି ତଥା ଲୋକମାନଙ୍କ ର ସେବା କରିବା ମାତ୍ର ତାଙ୍କ ପାଇଁ ଏହା ଥିଲା ଏକା ଅଗ୍ନିପଥ ବା ଜଳନ୍ତା ନିଆଁ ତା ଠୁ ଆହୁରି କଠିନ ରାସ୍ତା। ମାତ୍ର ଏ ସବୁ ସତ୍ୱ ତାଙ୍କ ର ସେବା କରିବାର ସଂକଳ୍ପ ଓ ଲୋକମାନଙ୍କ ପ୍ରତି ତାଙ୍କ ର ପ୍ରତିବନ୍ଧତା ତାଙ୍କୁ ଆଜି ଲୋକ ପ୍ରିୟତା ର ଶିଖର ରେ ପହଞ୍ଚାଇ ପାରିଛି।୧୯୯୦ ମସିହାରେ ବିଧାୟକ ଭାବେ ବିଜୟ ଲାଭ କରି ରାଜନୈତିକ ଜୀବନ ର ଶୁଭାରମ୍ଭ କରିଥିଲେ। ଦୀର୍ଘ ୨୫ବର୍ବ ବିଧାୟକ ଭାବେ ନିର୍ବାଚିତ ହୋଇ ୨୦୨୪ରେ ଷଷ୍ଠଥର ପାଇଁ ବିଧାୟକ ଭାବେ ଘଷିପୁରାରୁ ଟିକେଟ ପାଇଁ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ପାଇଛନ୍ତି।୧୯୯୦ ମସିହାରୁ ଏ ପର୍ଯ୍ୟନ୍ତ ପ୍ରତିକୁଳ ପରିସ୍ଥିତି ର ସାମ୍ନା କରି ଲୋକଙ୍କର ଆଶା ଓ ବିଶ୍ୱାସ ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରାଜ୍ୟ ର ନଗର ଉନ୍ନୟନ ଉଚ୍ଚଶିକ୍ଷା ବିଜ୍ଞାନ ଓ ପ୍ରଯୁକ୍ତି କରଣ, ଗ୍ରାମ ଉନ୍ନୟନ, ଓ ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ସାରା କେନ୍ଦୁଝର ଜିଲ୍ଲା ବ୍ୟାପକ ଉନ୍ନୟନ କାର୍ଯ୍ୟକ୍ରମ ତ୍ୱରାନିୟୁତ କରିବାରେ ସଫଳ ହୋଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଥିଲେ।୧୯୪୭ ମସିହା ଭାରତ ସ୍ୱାଧୀନ ହେବା ପରେ ଯେଉଁ କାର୍ଯ୍ୟ ହୋଇନଥିଲା ଶ୍ରୀ ପାତ୍ର ତାଙ୍କୁ କରାଇବାରେ  ସଫଳ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ରାସ୍ତା ଘାଟ, ସେତୁ ନିର୍ମାଣ, ସ୍କୁଲ କଲେଜ, ପାନୀୟ ଜଳ ଯୋଗାଣ, ଜଳ ସେଚନ, କ୍ଷୁଦ୍ର ଜଳ ସେଚନ, ଉଠା ଜଳ ସେଚନ, ସରକାରୀ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ସହରାଞ୍ଚଳ ରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟକ୍ରମ ଖଣିଜ ପାଣ୍ଠି ରୁ ବ୍ୟାପକ ଅର୍ଥରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ବ୍ୟାପକ ବୃକ୍ଷ ରୋପଣ, ବ୍ୟାରେଜ ନିର୍ମାଣ, କୃଷକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା, ବିଦ୍ୟୁତ ବିଭାଗ ପକ୍ଷ ରୁ, ଜଙ୍ଗଲ ବିଭାଗପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ ଘରେ ଘରେ ଜଳ ଯୋଗାଣ, ସ୍କୁଲ କଲେଜ ନୂତନ ନିର୍ମାଣ ଉଚ୍ଚ ଜଳ ମଞ୍ଚ ଯୋଗେ ପାନୀୟ ଜଳ ଯୋଗାଣ, ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ପ୍ରସାର ପିଚୁରାସ୍ତା ନିର୍ମାଣ ସିସି ରାସ୍ତା ନିର୍ମାଣ, ଗ୍ରାମାଞ୍ଚଳ ରେ ପିଚୁରାସ୍ତା ଓ ସିସି ରାସ୍ତା ନିର୍ମାଣ, କ୍ରୀଡା ପାଇଁ ନୂତନ ଖେଳ ପଡିଆ ଜିଲ୍ଲା ର ପ୍ରତେକ ଚିକିତ୍ସାଳୟ କୁ ପୁନଃ ନିର୍ମାଣ, ବ୍ୟାପକ ଚିକିତ୍ସା ବ୍ୟବସ୍ଥା ସହିତ କେନ୍ଦୁଝର ଜିଲ୍ଲା ର ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବଦ୍ରି ବାବୁ ଙ୍କ ଦୃଢ ଦାବି ଓ ସରକାରୀ ସ୍ତରରେ ବ୍ୟାପକ ଉଦଯୋଗ ପାଇଁ ଐତିହାସିକ ସଫଳତା ମିଳିଛି। ବୈତରଣୀ ନଦୀରେ ବିଭିନ୍ନ ସ୍ଥାନରେ ସେତୁ ନିର୍ମାଣ ଇଣ୍ଡୋର ଷ୍ଟାଡିୟମ ଜିଲ୍ଲାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପ୍ରଭୁତି ତାଙ୍କ ରାଜ ନୈତିକ କ୍ଷମତା ସମୟରେ ସମ୍ଭବ ହୋଇପାରିଛି। ଏକଥାକୁ କେହି ମଧ୍ୟ ଅସ୍ବୀକାର କରିପାରିବେ ନାହିଁ। ୨୦୧୯ ରୁ ୨୦୨୩ ମଧ୍ୟ ରେ ମନ୍ତ୍ରିତ୍ୱ ନ ପାଇ ମଧ୍ୟ ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କରାଇବାରେ ପାରଙ୍ଗମତା କୁ ଦର୍ଶାଇ ପାରିଛନ୍ତି। ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରାଇ ଆଜି କେନ୍ଦୁଝର ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ରୂପେ ପରିଗଣିତ କରିବାରେ ବଦ୍ରିବାବୁଙ୍କ ର ଅବଦାନ ଅବିସ୍ମରଣୀୟ ରହିବ ବୋଲି ଜିଲ୍ଲା ର ତଥା ଘସିପୁରା ନିର୍ବାଚନ ମଣ୍ଡଳୀ ର ବୁଦ୍ଧିଜୀବୀ ମାନେ ସ୍ପଷ୍ଟ ମତବ୍ୟକ୍ତ କରିଛନ୍ତି। ସାରା ଭାରତ ରେ ଘଟଗାଁ ମା ତାରିଣୀ ପିଠ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ସେଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ଙ୍କ ର ସମାଗମ ହେଉଛି। ସେ ସ୍ଥାନରଉନ୍ନୟନ କାର୍ଯ୍ୟ କରିବାରେ  ସଫଳ ଲାଭ କରିଥିବାରୁ  ଶ୍ରୀ ପାତ୍ର ସାରା ରାଜ୍ୟ ରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ନବୀନବାବୁ ଙ୍କ ସରକାରରେ ଥାଇ ସେ ଏକ ଯାଦୁଗର  ଭଳି ଉନ୍ନୟନ କାର୍ଯ୍ୟ କୁ ତ୍ୱାରାନିତ କରି ଏକ ବିରଳ ପ୍ରତିଭା ର ଅଧିକାରୀ ହୋଇପାରିଛନ୍ତି । ୧୯୯୦ ରୁ ୨୦୨୪ ମଧ୍ୟରେ ୫ ଥର ନିର୍ବାଚିତ ୨୫ ବର୍ଷ  କ୍ଷମତା ଗ୍ରହଣ କରି  ବହୁ ପଛୁଆ ଗ୍ରାମାଞ୍ଚଳ , ଦୁର୍ଗମ ଅଞ୍ଚଳ କୁ ରାସ୍ତା ପୋଲ ସଂଯୋଗ କାରଣ କ୍ଷେତ୍ର ରେ ଆଜି ଯାଏ  ଯେଉଁ ବୈପ୍ଲବିକ ପରିବର୍ତ୍ତନ ଦେଖିବାକୁ  ମିଳିଛି କେନ୍ଦୁଝର ଜିଲ୍ଲାଭଳି ଆଦିବାସୀ ଅଧୁଶୀତ ଓ ଗମନ ଗମନ କ୍ଷେତ୍ର ରେ ପଛରେ ପଡ଼ିଥିବା ଜିଲ୍ଲା ପାଇଁ ବିକାଶ ର ମୁଖ୍ୟ ନାୟକ ସାଜିଛନ୍ତି। ବଦ୍ରିପାତ୍ର ଏଥି ସହିତ ୨୦୧୪ ବିଧାନସଭା ନିର୍ବାଚନ ର ଘସିପୁରା ନିର୍ବାଚନ ମଣ୍ଡଳୀ ରୁ ୮୮ ହଜାର ରେକର୍ଡ ସଂକ୍ଷକ ଭୋଟ ରେ ବିଜୟ ହୋଇ ସମଗ୍ର ରାଜ୍ୟରେ ଏକା ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିଥିଲେ ପ୍ରଫେସର ପାତ୍ର ଙ୍କ ଲୋକପ୍ରିୟତା ଓ ବିକାଶ ପାଖରେ ସମସ୍ତ ରାଜନୈତିକ ଦଳକୁ ମୁଣ୍ଡ ନୁଆଇଁ ବାକୁ ପଡିଥିଲା। ଯାହା ହେଉନା କାହିଁକି କେନ୍ଦୁଝର ଭଳି ଏକ ପଛୁଆ ଜିଲ୍ଲା ର ବିକାଶ କ୍ଷେତ୍ର ରେ ବଦ୍ରିଙ୍କ ଅବଦାନ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇରହିବ ଓ ତାଙ୍କ ସ୍ଥାନ ସବୁଦିନ ଅପୂରଣୀୟ ହୋଇ ରହିବ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ରାଜନୈତିକ ମହଲରେ ଓ ଜନସାଧାରଣରେ ସ୍ପଷ୍ଟ ମତ ପ୍ରକାଶ ପାଇଛି।

Har Ghar Tiranga

Leave A Reply