Odisha news

ଶାସ୍ତ୍ର ଅନୁସାରେ ପୂର୍ବ ଦିଗର ମାନ୍ୟତା କଣ ରହିଛି ଏବଂ କାହିଁକି ପୂର୍ବ ଦିଗକୁ ଈଶ୍ୱରଙ୍କ ଦିଗ ବୋଲି କୁହାଯାଇ ଥାଏ

0

ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତ୍ୟେକ ଦିଗ , ପ୍ରତ୍ୟେକ କାର୍ଯ୍ୟ ଏବଂ ପ୍ରତ୍ୟେକ ଜୀବିତ ବସ୍ତୁର ଅନେକ ମହତ୍ୱ ରହିଛି l କେଉଁ ଦିଗକୁ ଆମେ ମୁଖ କରି ଭୋଜନ କରିବା, କେଉଁ ଦିଗରେ ଶୋଇବା, କେଉଁ ଦିଗରେ ପ୍ରାର୍ଥନା କରିବା l ସେହିଭଳି ଠିକ ଦିଗକୁ ମୁଣ୍ଡ କରି ଶୋଇବାର ମଧ୍ୟ ଅନେକ ମହତ୍ୱ ରହିଛି l ଭୁଲ ଦିଗ ଆଡକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ମଣିଷ ଭାଗ୍ୟରେ କାଙ୍ଗାଳ ଘୋଟି ଯାଇଥାଏ l ଆଜି ଆସନ୍ତୁ ଜାଣିବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା କଣ ସବୁ ବିଘ୍ନ ହୋଇଥାଏ l

– ଶାସ୍ତ୍ରରେ ପୂର୍ବ ଦିଗକୁ ଖୁବ ଶୁଭ ଦିଗ ବୋଲି ଗ୍ରହଣ କରାଯାଇ ଥାଏ l ଏହି ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ଅଶୁଭ ହୋଇଥାଏ l

– ମାନ୍ୟତା ରହିଛି ଯେ ପୂର୍ବ ଦିଗରେ ସୂର୍ଯ୍ୟ ଦେବ ଙ୍କ ଉର୍ଜା ର ପ୍ରଭାବ ରହିଥାଏ, ତେଣୁ ଶୋଇବା ପାଇଁ ଏହା ବିପରୀତ ଦିଗ ବୋଲି କୁହାଯାଇ ଥାଏ l

– ପୂର୍ବ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ମନରେ ନକାରାତ୍ମକ ବିଚାର ଆସିଥାଏ, ଏବଂ ଏହି ଦିଗକୁ ଗୋଡ଼ କରିବା ଦ୍ୱାରା ମନରେ ଅଶାନ୍ତି ଆସିଥାଏ l

– ପୂର୍ବ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ରାତିରେ ଖରାପ ଖରାପ ସ୍ବପ୍ନ ଆସିଥାଏ, ଏହାଦ୍ୱାରା ମନରେ ଡର ଓ ଭୟ ଜାଗ୍ରତ ହୋଇଥାଏ l

– ପୂର୍ବ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ଜୀବନ ରେ ନିରାଶା ଭରି ଯାଇଥାଏ ଏବଂ ବ୍ୟକ୍ତି ପ୍ରତ୍ୟେକ ସମୟରେ ଥକାପଣ ଅନୁଭବ କରିଥାଏ l

– ପୂର୍ବ ଦିଗ ହେଉଛି ଭଗବାନ ସୂର୍ଯ୍ୟ ଙ୍କ ଦିଗ, ଏବଂ ଏହି ଦିଗରେ ସମସ୍ତ ଦେବଦେବୀ ଙ୍କ ବାସ ହୋଇଥାଏ l ତେଣୁ ଏହି ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ଦେବତା ଅସନ୍ତୁଷ୍ଟ ହୋଇ ଥାଆନ୍ତି l

Har Ghar Tiranga

Leave A Reply