Odisha news

ଚୈତ୍ର ମାସ ଶନିବାର ରେ ନିହାତି କରନ୍ତୁ ଏହି ସବୁ ଉପାୟ, ପ୍ରସନ୍ନ ହେବେ ମାଲକ୍ଷ୍ମୀ ଏବଂ ଦୂର ହେବ ସମସ୍ତ କ୍ଳେଶ

0

ଚୈତ୍ର ମାସର ଶନିବାରର ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି, ବିଶେଷ ଭାବରେ ଚୈତ୍ର ମାସ ଶନିବାର ଦିନ ଟି କୁ ଉଭୟ ଲକ୍ଷ୍ମୀ ଓ ହନୁମାନଙ୍କ ପାଇଁ ସମର୍ପିତ ଅଟେ l ଏହିମାସଟି ଗୋଟିଏ ଧାର୍ମିକ ମାସ ଅଟେ l ଏବଂ ଏହି ମାସରେ ଲୋକେ ବିଶେଷ ଭାବରେ ଧର୍ମ କାର୍ଯ୍ୟ କରିଥାଆନ୍ତି l ଏହି ମାସ ଶନିବାର ଦିନରେ କିଛିଟା କାର୍ଯ୍ୟ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l

– ଚୈତ୍ର ମାସ ଶନିବାର ଦିନ ଓସ୍ତ ବୃକ୍ଷକୁ ୭ଥର ପରିକ୍ରମା କରି ତା ଉପରେ ନାଲି ରଙ୍ଗ ଅର୍ପିତ କରନ୍ତୁ l ଏହାଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ଏବଂ ବିଭିନ୍ନ ପ୍ରକାର ନକାରାତ୍ମକ ଉର୍ଜା ଜୀବନ ରୁ ଦୂର ହୋଇଥାଏ l

– ଚୈତ୍ର ମାସ ସାରା କଦଳୀ ବୃକ୍ଷକୁ ବିଶେଷ ପୂଜାର୍ଚନା କରିବାର ବିଧି ରହିଛି l ମାସ ସାରା ଭଗବାନ ବିଷ୍ଣୁ ଙ୍କ ମନ୍ତ୍ର ପାଠ କରି କଦଳୀ ବୃକ୍ଷ କୁ ଗଙ୍ଗାଜଳ ଓ ଫୁଲ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l

– ଚୈତ୍ର ମାସରେ ସୂର୍ଯ୍ୟ ପୂଜନ ର ବିଶେଷ ବିଧି ରହିଛି, ମାନ୍ୟତା ରହିଛି ଯେ ସୂର୍ଯ୍ୟ ଦେବ ଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ରୋଗ ବୈରାଗ ଠାରୁ ମୁକ୍ତି ମିଳିଥାଏ l

– ଚଇତ ମାସରେ ଦାନ ଦକ୍ଷିଣା ର ବିଶେଷ ମହତ୍ୱ ରହିଛି l ଗୋଟିଏ ନାଲି କପଡ଼ାରେ ପାଞ୍ଚପ୍ରକାରର ନାଲି ଫୁଲ କୌଣସି ବ୍ରାହ୍ମଣ କୁ ଦାନ କରନ୍ତୁ l ଏହାଦ୍ୱାରା ଘରେ ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l

– ଚୈତ୍ର ମାସରେ ଜୀବଜନ୍ତୁ ଙ୍କୁ ଜଳ ଦାନ ଓ ଭୋଜନ ଦେବା ନିହାତି ଜରୁରୀ l ଏପରି କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ରିଷ୍ଟ ଖଣ୍ଡନ ମଧ୍ୟ ହୋଇଥାଏ l ଚୈତ୍ର ମାସରେ ଭଗବାନ ବିଷ୍ଣୁ ମତ୍ସ୍ୟ ସ୍ୱରୂପ ରେ ପୂଜା ପାଇ ଥାଆନ୍ତି l ତେଣୁ ଏହି ମାସରେ ମାଛ ମାନଙ୍କୁ ଭୋଜନ ଦେବା ଜରୁରୀ l  ଏହାଦ୍ୱାରା ବିଷ୍ଣୁ ଙ୍କ କୃପା ଲାଭ ହୋଇଥାଏ l

Nalco

Leave A Reply