Odisha news

କୁଆଁରୀ କନ୍ୟା ଆଦୌ କରିବା ଉଚିତ ନୁହେଁ ଏହି ୪ଟି କାମ , ନଚେତ ଜୀବନ ରେ ଆସିପାରେ ବଡ଼ ବଡ଼ ବିଘ୍ନ

0

ଆମ, ହିନ୍ଦୁ ଧର୍ମରେ ଏଭଳି ଅନେକ କାର୍ଯ୍ୟ ରହିଛି ଯାହାକୁ କରିବାର କିଛିଟା ବିଶେଷ ବିଧି ବିଧାନ ରହିଛି, ଏବଂ ଏଭଳି ଅନେକ କାର୍ଯ୍ୟ ଅଛି ଯାହାକୁ ଆମେ କରିବା ମଧ୍ୟ ଉଚିତ ନୁହେଁ l କାହିଁକି ନା ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛିଟା ବିଶେଷ ନୀତିନିୟମ ରହିଛି l ସେହିଭଳି ପୁରାତନ ସମୟରେ ହିନ୍ଦୁ ଧର୍ମରେ କୁଆଁରୀ କନ୍ୟା କିଛିଟା ଏଭଳି କାର୍ଯ୍ୟ ରହିଛି ଯାହାକୁ ସେମାନେ କରିବା ଉଚିତ ନୁହେଁ ବୋଲି କୁହାଯାଇଛି l ଆପଣ ଭାବୁଥିବେ ଏଭଳି କେଉଁ କାର୍ଯ୍ୟ କୁଆଁରୀ କନ୍ୟା କରିବା ଉଚିତ ନୁହେଁ l

– ମା ବୃନ୍ଦାବତୀ ବା ତୁଳସୀ ବୃକ୍ଷକୁ ମା ଲକ୍ଷ୍ମୀଙ୍କ ସହିତ ତୁଳନୀୟ ବୋଲି କୁହାଯାଇ ଥାଏ l ସେହିଭଳି ଏହାକୁ ନାରୀମାନେ ପୂଜା କରିବା କଥା ପୁରାଣ ରେ ବର୍ଣିତ ରହିଛି l ସ୍ୱୟଂ ମାଲକ୍ଷ୍ମୀ ତୁଳସୀ ମୂଳରେ ବିରାଜମାନ l ତେଣୁ ଜଣେ ନାରୀ ସମ୍ପୂର୍ଣ ଶୃଙ୍ଗାର ହୋଇ ତୁଳସୀ କୁ ପୂଜା କରିବା ଆବଶ୍ୟକ l ମାନ୍ୟତା ରହିଛି ଯେ କୁଆଁରୀ କନ୍ୟା ତୁଳସୀ ଙ୍କୁ ପ୍ରଣାମ କରିପାରିବେ କିନ୍ତୁ ଜଳ ଅର୍ପଣ ତୁଳସୀରେ କରିବା ଉଚିତ ନୁହେଁ l  ଏହାଦ୍ୱାରା ଗୃହର କ୍ଳେଶ ବୃଦ୍ଧି ହୋଇଥାଏ ଓ ସମୃଧିରେ ବାଧା ଆସିଥାଏ l

– ଆଜିକାଲି ସବୁକିଛି ଗୋଟିଏ ଷ୍ଟାଇଲ୍ ଭଳି ଚାଲିଛି l ସମସ୍ତେ ନିଜ ନିଜ ହିସାବ ରେ ଷ୍ଟାଇଲ କରୁଛନ୍ତି l ତେଣୁ କିଏ ବିବାହିତ ଏବଂ କିଏ ଅବିବାହିତା ଜାଣି ହେଉ ନାହିଁ l ସେହିଭଳି ଆଜିକାଲି ର ଆଧୁନିକ ସମାଜରେ ଗୋଡ଼ ମୁଦି ଗୋଟିଏ ଟ୍ରେଣ୍ଡ ଚାଲିଛି l ଏହାକୁ ଉଭୟ ବିବାହିତା ଓ ଅବିବାହିତା ଷ୍ଟାଇଲ ଦେଖାଇ ଧାରଣ କରୁଛନ୍ତି l କିନ୍ତୁ ଗୋଡ଼ ମୁଦି ର ସମ୍ବନ୍ଧ ସନ୍ତାନ ସୁଖ ସହିତ ରହିଛି l ତେଣୁ କୁଆଁରୀ କନ୍ୟା ଏହାକୁ ଧାରଣ କରିବା ଦ୍ୱାରା ଜୀବନରେ ବାଧାବିଘ୍ନ ଆସିଥାଏ l

– ଏମିତିରେ ତ କେଶ କୁ ମୁକୁଳା ରଖିବା ଉଚିତ ନୁହେଁ, ଏହା ଉଭୟ ବିବାହିତା ଓ ଅବିବାହିତା ମହିଳାଙ୍କ ପାଇଁ ଲାଗୁ ଅଟେ l ତେଣୁ କୁଆଁରୀ କନ୍ୟା ରାତିରେ କେଶ ମୁକୁଳା ରଖିବା ଉଚିତ ନୁହେଁ l  ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ଜୀବନ ଉପରେ ପଡିଥାଏ l

– କୁଆଁରୀ କନ୍ୟା ଙ୍କୁ ଦେବୀ ଙ୍କ ରୂପ ବୋଲି ଗଣନା କରାଯାଇଥାଏ l ତେଣୁ କୁଆଁରୀ କନ୍ୟା ସ୍ନାନ ସାରିବା ପରେ ତୁରନ୍ତ କାହାରି ପାଦ ସ୍ପର୍ଶ କରିବା ଉଚିତ ନୁହେଁ l ଏହାଦ୍ୱାରା ଉକ୍ତ ବ୍ୟକ୍ତି ଙ୍କ ଜୀବନ ରେ ଧନ ହାନି ସମସ୍ୟା ଦେଖା ଦେଇଥାଏ l

Nalco

Leave A Reply