Odisha news

ଶରୀରରେ ଥାଇରଏଡ ହର୍ମୋନ ସ୍ତର ଅସନ୍ତୁଳନ ହେବା ଦ୍ୱାରା ମିଳିଥାଏ ଏହି ୫ଟି ସଂକେତ

0

ଆଜିକାଲି ଥାଇରଏଡ ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖାଦେଇଛି l ଶରୀରରେ ଥାଇରଏଡ ହର୍ମୋନ ବୃଦ୍ଧି ହେବା ଦ୍ୱାରା ଶରୀରରେ ଅନେକ ଅଂଶରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ଯାହାକୁ ଆମେ ଅଣଦେଖା କରିବା ଉଚିତ ନୁହେଁ l ଆସନ୍ତୁ ଜାଣିବା ଥାଇରଏଡ ସମସ୍ୟା ବଢିବା ଦ୍ୱାରା କଣ ସବୁ ସମସ୍ୟା ହୋଇଥାଏ l

– ଥାଇରଏଡ ସମସ୍ୟା ବଢିବା ଦ୍ୱାରା ସର୍ବ ପ୍ରଥମେ ବେକରେ ଯନ୍ତ୍ରଣା ବୃଦ୍ଧି ହୋଇଥାଏ, କାହିଁକି ନା ଥାଇରଏଡ ଗ୍ଲାଣ୍ଡ ଗଳାର ସମୁଖ ଭାବରେ ରହିଥାଏ l

– ଥାଇରଏଡ ହର୍ମୋନ ଇମ୍ବlଲାନ୍ସ ହେବା ଦ୍ୱାରା ଏହି ଯନ୍ତ୍ରଣା ଧୀରେ ଧୀରେ କାନ ପର୍ଯ୍ୟନ୍ତ ପହଂଚିଥାଏ l ଏପରି ସ୍ଥିତି ଯଦି ଦୀର୍ଘଦିନ ରହୁଛି ତେବେ ଅଣଦେଖା କରନ୍ତୁ ନାହିଁ l

– ଥାଇରଏଡ ରେ ଶରୀର ର ଯନ୍ତ୍ରଣା ଗଳା ରୁ ଆରମ୍ଭ ହୋଇ ଧୀରେ ଧୀରେ ରୋଗୀଙ୍କର ଗୋଡ଼ର ଗଣ୍ଠି ନିକଟରେ ଯାଇ ପହଂଚିଥାଏ l ଏବଂ ଏହି ଯନ୍ତ୍ରଣା ଖୁବ କଷ୍ଟ ଦାୟକ ହୋଇଥାଏ l

– ଥାଇରଏଡ ରୋଗୀଙ୍କ ଯନ୍ତ୍ରଣା କେବଳ ଗଣ୍ଠି କିମ୍ବା ଗଳା ରେ ସୀମିତ ରହିନଥାଏ , ବରଂ ଏହା ମାଂସପେଶୀ କୁ ବ୍ୟାପି ଯାଇଥାଏ ଓ ଖୁବ ଯନ୍ତ୍ରଣା ଦାୟକ ହୋଇଥାଏ l

– ଥାଇରଏଡ ହର୍ମୋନ ଶରୀରରେ ବଢିବା ଦ୍ୱାରା ପାଦ ତଳରେ ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଯାହାକି ଚାଲିବା ପାଇଁ ଖୁବ କଷ୍ଟ ଦାୟକ ଅଟେ l

– ଥାଇରଏଡ ସମସ୍ୟା ଶରୀରରେ ଦେଖାଗଲେ ଅଚାନକ ଭାବରେ ଓଜନ ବୃଦ୍ଧି ହୋଇଥାଏ , ଯାହାକୁ ଅଣଦେଖା କରନ୍ତୁ ନାହିଁ l

– କେଶ ଝଡ଼ିବା ଥାଇରଏଡ ସହିତ ଜଡିତ ଗୋଟିଏ ବଡ଼ ସମସ୍ୟା ଅଟେ, ତ୍ୱଚା ରେ କଳା ଦାଗ ସମସ୍ୟା ମଧ୍ୟ ଦେଖା ଯାଇଥାଏ ଆକ୍ଷି ସବୁବେଳେ ଫୁଲା ରହିଥାଏ l

Nalco

Leave A Reply