Odisha news

ଲମ୍ବୋଦରଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା ପରେ ବିଜେଡ଼ି କର୍ମୀ ମହଲରେ ଉତ୍ସାହ

0
ନୂଆପଡା-୨୮/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭାବରେ ଲମ୍ବୋଦର ନିଆଲଙ୍କୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଖଡ଼ିଆଳ ବିଜେଡି କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି | ଲମ୍ବୋଦର ତୃଣମୂଳସ୍ତରରୁ ରାଜନୀତି ଆରମ୍ଭ କରିଥିଲେ l ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇ ଥିଲେ ଓ ବିଜେଡି ଦଳକୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଆଜି ଯାଏଁ କର୍ମି ମାନଙ୍କ ସହ ମିଶି ବିଜୁ ଜନତା ଦଳର ସଂଗଠନ କୁ ସୁଦୃଢ କରି ରଖିଥିଲେ | ଶ୍ରୀ ନିଆଲ ୧୯୯୨ ମସିହାରେ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଳ ପଞ୍ଚାୟତରୁ ସରପଞ୍ଚ ଓ ୧୯୯୭ ମସିହାରେ କରଙ୍ଗାମାଲ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଦ୍ବିତୀୟ ଥର ପାଇଁ ୨୦୦୨ ମସିହାରେ ଲିଟିସର୍ଗି ପଞ୍ଚାୟତରୁ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇ ବୋଡ଼େନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ। ୨୦୧୨-୧୭ ରେ  ଜୋନଂ ୧୧ ରେ ପ୍ରଥମ ଜିଲା ପରିଷଦ ନିର୍ବାଚିତ ହୋଇଥିଲେ । ୨୦୧୭-୨୦୨୨ ପୁଣି ଦ୍ବିତୀୟ ଥର ପାଇଁ ଜିଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ଓ ୨୦୧୯ ରେ ଦୁଇ ଥର ଖଡ଼ିଆଳ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ | ତେବେ ଗତ ୨୦୧୯ରେ ସେ ୨୮୦୦ ଭୋଟ୍ ବ୍ୟବଧାନରେ ପରାଜୟ ହୋଇଥିଲେ । ଏଥିସହ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଭାବରେ ମନୋନୀତ ହୋଇଥିଲେ । ଲମ୍ବୋଦର ନିଆଲ୍ ସାମାଜିକ ସଂଗଠନରେ ଦୀର୍ଘଦିନ ଧରି ଜଡ଼ିତ ହୋଇ ରହିଛନ୍ତି। ବର୍ତ୍ତମାନ ସେରାଜ୍ୟ ଉତ୍କଳ ଯାଦବ ସମାଜର ମହାସଚିବ ଦାୟିତ୍ଵ ନିର୍ବାହ କରୁଛନ୍ତି । ସେହିପରି ବିଜେଡି ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି । କଳାହାଣ୍ଡି ଲୋକସଭା ଆସନର ସମସ୍ତ ବିଧାନସଭା ଓ ଲୋକସଭାରେ ବିଜେଡି ପ୍ରାର୍ଥୀ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ଶ୍ରୀ ନିଆଲ ପ୍ରକାଶ କରିଛନ୍ତି । ଲମ୍ବୋଦର ଙ୍କୁ ସାଂସଦ ପାର୍ଥି ଭାବେ ଘୋଷଣା ହେବା ପରେ ଖଡ଼ିଆଳ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳୁଥିବାବେଳେ ଏକ ସ୍ଵାଗତ ସମାରୋହ ଆୟୋଜନ କରି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ନିଆଲ ଓ କର୍ମିମାନେ କୃତଜ୍ଞତା ଜ୍ଞାପନ କରିଥିଲେ।
Nalco

Leave A Reply