Odisha news

ଘୁମୁସର ର ସ୍ବର” ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ୧୩୫ ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

0
ବୁଗୁଡା :-ତା-୨୭-୦୩-୨୦୨୪ ଓଡ଼ିଆ ଭାଷା,ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ବାଲିପଦର ଗଞ୍ଜାମ ପକ୍ଷରୁ ୧୩୫ତମ ସାହିତ୍ୟ ଆଲୋଚନା ଚକ୍ର  ନିକଟସ୍ଥ ଝୋଲରୀ ଜୟ କିଶାନ ସେବାଶ୍ରମ ଠାରେ ପ୍ରତିଷ୍ଠାନର ସଭାପତି ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ସୁସାହିତ୍ୟିକ କବି ଅନନ୍ତ କର,ସ୍ତମ୍ବକାର ଶିବ ପ୍ରସାଦ ଦାସ, ଭଞ୍ଜମାଟିର ସଭାପତି କାମ ରାଜୁ ସାହାଣୀ, ସାହିତ୍ୟ ଘର ସଭାପତି ରଘୁନାଥ ସାହୁ, କବି କପିଳ ଚନ୍ଦ୍ର ମହାନ୍ତି, ଏନ.ରୀନା ଚୌଧୁରୀ,ଟି.ସତ୍ୟ ନାରାୟଣ ପାତ୍ର, ସମାଜସେବୀ କୈଳାଶ
ଚନ୍ଦ୍ର ପ୍ରଧାନ, ଖଲିପରିଡା, ଉତ୍କଳ କଳା ପରିଷଦ ସଭାପତି ଜି.ରାଜେଶ୍ବର ପାତ୍ର, ଜରାଶ୍ରମ ସଂଚାଳକ କାର୍ତ୍ତିକେଶ୍ବର ବିଷୋୟୀ, ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସାହିତ୍ୟ ସର୍ବଭାରତୀୟ ସାହିତ୍ୟକୁ ପ୍ରଭାବିତ କରି ପାରିଛି ଏହା ଓଡ଼ିଆ ଭାଷା ସାହିତ୍ୟ ବଞ୍ଚିଥିବା ଯାଏଁ ସମାଜର ସବୁ ସ୍ତରରେ ତାର ପ୍ରଭାବ ବିସ୍ତାର କରି ରହିବ ବୋଲି ବକ୍ତବ୍ଯରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।କଣ୍ଠଶିଳ୍ପୀ ଦୁର୍ଗାପ୍ରସାଦ ଦାସ, ନିତ୍ୟାନନ୍ଦ ସାହୁ, ସନ୍ତୋଷ କୁମାର ରାଉତ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିବା ବେଳେ କବି କପିଳ ଚନ୍ଦ୍ର ମହାନ୍ତି, ସମାଜସେବୀ ଏନ୍. ରୀନା ଚୌଧୁରୀଙ୍କୁ ସେମାନଙ୍କ ପାରଦର୍ଶିତା ପାଇଁ “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରା ଯାଇଥିଲା। କବି ଧ୍ରୁବ ପାଣିଗ୍ରାହୀ, ରାଜ ଗୋପାଳ ନାୟକ, ଏ. ସର୍ଭିସ୍ ଆଚାରୀ,ନିରଞ୍ଜନ ପାତ୍ର, ପ୍ରଦୀପ କୁମାର ମିଶ୍ର, ରଞ୍ଜିତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କବିତା ପାଠୋତ୍ସବକୁ ପରିଚାଳନା କରିଥିଲେ। ଶେଷରେ ଅନ୍ତେବାସୀଙ୍କୁ ଭୁରି ଭୋଜନ ପ୍ରଦାନ କରା ଯାଇଥିଲା।
Nalco

Leave A Reply