Odisha news

ଡାଲି ପରିବର୍ତେ ସେବନ କରନ୍ତୁ ଡାଲିପାଣି, ଯାହାକି ଓଜନ ହ୍ରାସ କରିବା ସହ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧି ପାଇଁ ଉପକାରୀ

0

ଆମେ ସାଧାରଣ ଭାବରେ ପଣିଆ ଡାଲି ପରିବର୍ତେ ବହଳିଆ ଡାଲି ଖାଇବାକୁ ପସନ୍ଦ କରିଥାଉ, ଏହା ଆମକୁ ସୁସ୍ୱାଦୁ ଲାଗିଥାଏ l ଏବଂ ଅନେକ ସମୟରେ ଆମେ ଡାଲି ସିଝାଇ ସାରିବା ପରେ ତା ଉପରେ ରହିଥିବା ପାଣିକୁ ଫୋପାଡ଼ି ଦେଇଥାଉ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବହଳିଆ ଡାଲି ପରିବର୍ତେ ଡାଲି ପାଣି ଶରୀର ପାଇଁ ଖୁବ ହିତକର ଅଟେ l ଏହା ଗୋଟିଏ ଏଭଳି ପ୍ରାକୃତିକ ଔଷଧି ଅଟେ ଯାହାକି ଅନେକ ରୋଗ ସମସ୍ୟା ପାଇଁ ଖୁବ ହିତକର ଅଟେ l

* ଡାଲି ପାଣି ଅନେକ ଗୁଡିଏ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ଅଟେ l ଏହି ଆଣ୍ଟିଅକ୍ସିଡାଣ୍ଟ ଆମକୁ କ୍ୟାନ୍ସର ଓ ଅନ୍ୟ ରୋଗ ନିକଟରୁ ରକ୍ଷା କରିବାରେ ସାହାଯ୍ୟ କରିବ ଏବଂ ଆମ ଶରୀରକୁ ଅନେକ ବିଶଗୁଣ ଠାରୁ ମଧ୍ୟ ଦୁରେଇ ରଖିଥାଏ l

* ଡାଲିପାଣି ନିୟମିତ ଗୋଟିଏ ଗ୍ଲାସ ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ l ଏଥିରେ ପ୍ରୋଟିନ ଭଲ ମାତ୍ରାରେ ରହିଥାଏ l ଯାହାକି ଆମ ପେଟକୁ ଦୀର୍ଘ ସମୟ ଧରି ଭରି ରଖିଥାଏ l ଏବଂ ଆମେ ଅଧିକ ଖାଇବାରୁ ଦୁରେଇ ରହିଥାଉ ଏବଂ ଓଜନ ନିୟନ୍ତ୍ରିତ ହୋଇଥାଏ l

* ଡାଲିପାଣି ଭିଟାମିନ ଓ ମିନେରାଲସ ରେ ଭରପୁର ଅଟେ l ଯାହାକି ଆମ ପାଚନ କ୍ରିୟା କୁ ସୁଧାରିବା ରେ ସାହାଯ୍ୟ କରିଥାଏ l ଏବଂ ଆମ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ଅପଚ ସମସ୍ୟା ଦୂର କରିଥାଏ l

* ଡାଲିପାଣି ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ l ଏହା ଆମ ରକ୍ତଚାପ କୁ ସାମାନ୍ୟ ସ୍ତର ରେ ରଖିବା ପାଇଁ ସାହାଯ୍ୟ କରିଥାଏ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟା ଦୂର କରିଥାଏ l

* ଡାଲି ଓ ଡାଲିପାଣି ରେ ଭିଟାମିନ ଓ ମିନେରାଲସ ଭଲ ମାତ୍ରାରେ ରହିଥାଏ, ଯେପରିକି ଆଇରନ, ମଗ୍ନେଶୀୟମ, ଫୋଲିକ ଏସିଡ, ଓ ଭିଟାମିନ ବି କମ୍ପ୍ଲେକ୍ସ ଭରପୁର ମାତ୍ରାରେ ରହିଥାଏ l ତେଣୁ ସ୍ୱାସ୍ଥ୍ୟ ପାଇଁ ଡାଲିପାଣି ଖୁବ ଉପଯୋଗୀ ଅଟେ l

Har Ghar Tiranga

Leave A Reply