Odisha news

ବିଜେଡିର ମେଣ୍ଟ ନିବେଦନକୁ କେନ୍ଦ୍ରୀୟ ବିଜେପି ପ୍ରତ୍ୟଖ୍ୟାନ, ବ୍ରହ୍ମପୁର ବିଜେପି ରେ ଖୁଶି ରେ ବାଜା  ଓ ବାଣ ଫୁଟାଇଲେ

0
ବ୍ରହ୍ମପୁର :  ଆଗାମୀ ନିର୍ବାଚନୀ ରେ ସମସ୍ତ ରାଜନୈତିକ ଦଳ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ ଆରମ୍ଭ କରି ଥିବା ବେଳେ ଶାସକ ବିଜେଡ଼ି ୨୦୨୪ରେ ପୁଣି ଓଡ଼ିଶା ରେ ବିଜୟୀ ହୋଇ ଶାସନ ବ୍ୟବସ୍ଥା ନିଜ ଅକ୍ତିଆରକୁ ଆଣିବା ପାଈଁ ଉଦ୍ୟମ ପ୍ରସ୍ତୁତି ଆରମ୍ଭ କରି ଥିଲେ। ହେଲେ ରାଜ୍ୟ ରେ ବିଜେଡି ଓ କେନ୍ଦ୍ର ରେ-ବିଜେପି ଶାସନ କରୁଛି। ରାଜ୍ୟ ରେ ବିଜେଡି ନବୀନ ପଟ୍ଟନାୟକ ସରକାର ୬ଷ୍ଠ ଥର ଓ କେନ୍ଦ୍ର ରେ ନରେନ୍ଦ୍ର ମୋଦି ସରକାର ତୃତୀୟା ରର ଶାସନ କ୍ଷମତାରେ ରହିବା ଆଶଙ୍କା କରି ଦୁଇ ଦଳ ମଧ୍ୟରେ ଚାଲି ଥିଲା ବିଚାର ବିମର୍ଶ। ଦୀର୍ଘ ଦିନ ଧରି ସମସ୍ତ ରାଜ୍ୟ ଓ କେନ୍ଦ୍ରୀୟ ଗଣମାଧ୍ୟମରେ ଏକ ଚର୍ଚ୍ଚ ଳ ବିଷୟ ପାଲଟି ଯାଇଥିଲା। ହେଲେ ଏହି ବିଜେଡି ଓ ବିଜେପି ମେଣ୍ଟ ପ୍ରସଙ୍ଗରେ ଅବସାନ ଘଟିଛି।
ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନ ହିତକାର ଯେଜନା ଦଳ ପକ୍ଷରୁ ବୁଥ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇ ଲୋକଙ୍କ ନିକଟତର ହୋଇ ଆସ୍ଥା ଭାଜନ ହେବାରେ ଲାଗିଥିବା ବେଳେ ବିଜେଡି ବିଜେପି ମେଣ୍ଟ ପ୍ରସଙ୍ଗରେ ସମସ୍ତ ଦଳିୟ କର୍ମୀ ଙ୍କ ମନ ବଳ ଭାଙ୍ଗି ଯାଇଥିଲା। ଏହି ସବୁ ଅବସାନ ର ଅନ୍ତ ଘଟିଛି।
ଦୀର୍ଘ ଦିନ ଧରି ବିଜେପି -ବିଜେଡି ମେଣ୍ଟ ଚର୍ଚ୍ଚା ରେ ଅବସାନ ଘଟିଲା। ରାଜ୍ୟ ରେ ଶାଶକ ବିଜୁ ଜନତା ଦଳର ନିବେଦନକୁ କେନ୍ଦ୍ରୀୟ ବିଜେପି ପ୍ରତ୍ୟଖ୍ୟାନ କରିଥିବାରୁ ମେଣ୍ଟ ହେବାର ସମ୍ଭାବନା ଭାଙ୍ଗିଗଲା ଓଡିଶା ବାସିଙ୍କ ବିଶ୍ୱାସକୁ କେନ୍ଦ୍ରୀୟ ବିଜେପି ସମର୍ଥନ କରିଥିବାରୁ ଧନ୍ୟବାଦ ଦିଆଯାଇଛି ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଡ଼ ସୁବାଷ ସାହୁ ଙ୍କ ନେତୃତ୍ୱରେ ସ୍ଥାନୀୟ କୋର୍ଟପେଟା ଛକ ଠାରେ ବିଜେପି କର୍ମୀ ମାନେ ବାଜା ବାଜଣା ସହ ବାଣ ଫୁଟାଇ ଥିଲେ,ଏଥିରେ ବିଜେପି ନେତା ତଥା ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ପ୍ରଭାତ କିରଣ ଷଢଙ୍ଗୀ, ରାଜକିଶୋର ପାତ୍ର,ବିଜେପି ଜିଲ୍ଲା ଏସ.ସି. ମୋର୍ଚ୍ଚା ର ଉପସଭାପତି ଶରତ କୁମାର ନାୟକ, ସନ୍ଦେଶ ଦାସ,ଦିନେଶ ଦୋରା, ଅଖିଳ ସାହୁ, ଶ୍ରୀଧର ସାହୁ,ଶରତ ଦାସ,ସନ୍ତୋଷ ସାବତ, କେ. ରବି ରାଓ,କମଲ ପାତ୍ର,ଉଦୟନାଥ ବେହେରା,ଶ୍ରୀକାନ୍ତ ମଲ୍ଲିକ,ସିମାଞ୍ଚଳ ପାଣିଗ୍ରାହୀ,ବଣ୍ଟି ସାହୁ, ଟୁଟୁ ମହାନ୍ତି,ହିମାଂଶୁ ପାଢ଼ୀ,ଙ୍କ ସମେତ ବିଜେପି ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Nalco

Leave A Reply