Odisha news

୬ଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ୩ଟି ବ୍ରଞ୍ଚ

0

ବାରିପଦା : ଚଳିତ ମାର୍ଚ୍ଚ ମାସ ୧୭ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର ବଡ ସଫଳତା । ମୟୂରଭଞ୍ଜ ଜିଲ୍ଲାର କୃତୀ ପ୍ରତିଯୋଗୀମାନେ ୬ଟି ସ୍ୱର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ଏବଂ ୩ଟି ବ୍ରଞ୍ଚ ପଦକ ହାସଲ କରିଛନ୍ତି । ମହିଳା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ୬୩କେଜି ବର୍ଗରେ ଦେବୀ ସିଂ, ୫୨କେଜି ବର୍ଗରେ ପ୍ରଭାତୀ ସିଂ, ୪୭କେଜି ବର୍ଗରେ ସୌମ୍ୟପ୍ରଭା ଟୁଡୁ, ୫୨କେଜି ବର୍ଗରେ (ଜୁନିଅର) ଧରିତ୍ରୀ ମହାନ୍ତ ପ୍ରମୁଖ ସ୍ୱର୍ଣ୍ଣ ପଦକ ଏବଂ ୮୪କେଜି ବର୍ଗରେ ମାମୁନି ପଲେଇ ବ୍ରଞ୍ଚ ପଦକ ବିଜେତା ହୋଇଥିବାବେଳେ ପୁରୁଷ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ୬୬କେଜି ବର୍ଗରେ ପ୍ରବୀର ପୃଷ୍ଟି, ୫୯କେଜି ବର୍ଗରେ ରଞନ ହାଁସଦାଃ ପ୍ରମୁଖ ସ୍ୱର୍ଣ୍ଣ ପଦକ, ୮୩କେଜି ବର୍ଗରେ ଚନ୍ଦନ ମହାନ୍ତ ରୌପ୍ୟ ଏବଂ ୫୩କେଜି ବର୍ଗରେ (ଜୁନିଅର) ବିକ୍ରମ ରାଜ ମହାନ୍ତ ଓ ୭୪କେଜି ବର୍ଗରେ (ସବ୍-ଜୁନିଅର) ଲଳିତ ମହାନ୍ତ ବ୍ରଞ୍ଚ ପଦକ ହାସଲ କରିଛନ୍ତି । ଜିଲା ଶକ୍ତିଉତ୍ତୋଳନ ସଂଘର ସଂପାଦକ ନବ କୁମାର ସାହୁ, ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାସ, ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସହ ସଂପାଦକ ସତ୍ୟବ୍ରତ ବେହେରା, ରାଜେନ୍ଦ୍ର ପରିଡା, ସୁମିତ କୁମାର ସାହୁ ଓ ନୀତେଶ ବାରିକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କ୍ରୀଡା ପ୍ରେମୀମାନେ କୃତୀ ପ୍ରତିଯୋଗୀମାନଙ୍କୁ ଶୁଭେଛା ଜଣଇଛନ୍ତି । ଏହି ସଫଳତାକୁ ନେଇ ଜିଲ୍ଲା କ୍ରୀଡା ମହଲରେ ଆନନ୍ଦର ଲହରୀ ଖେଳିଯାଇଅଛି ।

Nalco

Leave A Reply