Odisha news

ବୃନ୍ଦାବନ ରେ ରହିଛି ଏଭଳି ଗୋଟିଏ ଗଛ ଯାହାର ଫଳ ରାଧାରାଣୀଙ୍କ ଅଭିଶାପ କାରଣରୁ କଦାପି ପାଚି ନଥାଏ

0

ବୃନ୍ଦାବନ ଗୋଟିଏ ଏଭଳି ସ୍ଥାନ ଯେଉଁଠି ମନର ସବୁ ପୀଡା ଯାତନା ଦୂର ହୋଇଯାଇ ଥାଏ l ଏବଂ ଏହି ବୃନ୍ଦାବନ ରେ ଆଜି ମଧ୍ୟ ରହିଛି କିଛି ଏଭଳି ରହସ୍ୟ ଯାହାକି ମଣିଷ ର ମନକୁ ଅକ୍ରୁସ୍ତ କରିଥାଏ l ଏହି ବୃନ୍ଦାବନ ହେଉଛି ରାଧାକୃଷ୍ଣ ଙ୍କ ପ୍ରେମର ମୁକସାକ୍ଷୀ ଅଟେ l ଅନେକ ରହସ୍ୟକୁ ନେଇ ବୃନ୍ଦାବନ ଆଜି ମଧ୍ୟ ରହିଛି ମୁକ ସାକ୍ଷୀ ହୋଇ l ସେହିଭଳି ଗୋଟିଏ ଗଛ ବୃନ୍ଦାବନ ରେ ରହିଛି ଯାହାକି ଆଜି ମଧ୍ୟ ରାଧାରାଣୀ ଙ୍କ ଅଭିଶାପ କୁ ଭୋଗ କରୁଛି l ଏହି ସ୍ଥାନରେ ରହିଛି ଇମଲି ତଲା ମନ୍ଦିର ଯେଉଁଠି ବୃନ୍ଦାବନ ଲୀଳା ର ସମସ୍ତ ପ୍ରମାଣ ମିଳିଥାଏ l ମାନ୍ୟତା ରହିଛି ଯେ ଏଠାରେ ଥିବା  ଗଛଟି କୁ ରାଧାରାଣୀ ଅଭିଶାପ ଦେଇଥିଲେ ସେଥିପାଇଁ ଏହାର ଫଳ କଦାପି ପାଚି ନଥାଏ l ଏହି ମନ୍ଦିର ଟି ଯୁଗଳ ଘlଟ ନିକଟରେ ଅବସ୍ଥିତ ଅଟେ l  ମନ୍ଦିର ମଧ୍ୟରେ ଗୋଟିଏ ତେନ୍ତୁଳି ବୃକ୍ଷ ରହିଛି , ଏହା ସହିତ ଅନେକ ମାନ୍ୟତା ମଧ୍ୟ ରହିଛି l ଏହି ସ୍ଥାନଟି ଆଜକୁ ୫୫୦୦ ବର୍ଷ ପୁରୁଣା ଅଟେ ବୋଲି ମାନ୍ୟତା ରହିଛି l

ମାନ୍ୟତା ଅନୁସାରେ ଏହି କଥାଟି ଦ୍ୱାପର ଯୁଗ ର ଅଟେ l ଏକଦା ରାଧାରାଣୀ ଯମୁନା ରେ ସ୍ନାନ ସାରିବା ପରେ  ଶୃଙ୍ଗାର କରିସାରି  ଭ୍ରମଣ ସମୟ ରେ ଏହି ତେନ୍ତୁଳି ବୃକ୍ଷ ନିକଟରେ ବୁଲି ବୁଲି ପହଂଚି ଥିଲେ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରୁଥିଲେ l ଶାନ୍ତ ବାତାବରଣ ଓ ଶୀତଳ ପବନ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା l ଦ୍ୱାପର ଯୁଗରେ ଏହି ଗଛଟି ତେନ୍ତୁଳି ରେ ଭର୍ତି ହୋଇ ରହୁଥିଲା l  ଏହି ସମୟ ରେ ଗୋଟିଏ ପାଚିଲା ତେନ୍ତୁଳୀ ଗଛରୁ ଖସି ପଡିଥିଲା l ଏବଂ ରାଧାରାଣୀ ଙ୍କ ଶୃଙ୍ଗାର ନଷ୍ଟ ହୋଇଯାଇ ଥିଲା l ତେଣୁ ସେ କ୍ରୋଧିତ ହୋଇ ତେନ୍ତୁଳୀ ବୃକ୍ଷ କୁ ଅଭିଶାପ ଦେଇଥିଲେ ଓ କହିଥିଲେ ହେ ତେନ୍ତୁଳି ବୃକ୍ଷ ଯେଉଁ ପାଚିଲା ଫଳ ପାଇଁ ତୁ ଗର୍ବ ଅନୁଭବ କରୁଛୁ ଓ ମୋର ଶୃଙ୍ଗାର ନଷ୍ଟ କରିଛୁ , ତୋର ଫଳ ତ ହେବ କିନ୍ତୁ ତାହାକୁ ପାଚିବାର ଅନୁଭବ କରିପାରିବୁ ନାହିଁ l

Nalco

Leave A Reply