Odisha news

କଣ ରହିଛି ମସାଣି ହୋଲି ପଛର ପୌରାଣିକ କଥା ଏବଂ କାହିଁକି ଏହା ବିଶ୍ୱ ପ୍ରସିଦ୍ଧ

0

ଯେଉଁ ଭଳି ବ୍ରଜ ନଗରୀର ହୋଲି ସାରା ବିଶ୍ୱରେ ପ୍ରସିଦ୍ଧ ସେହିଭଳି କାଶୀରେ ସ୍ମଶାନ ହୋଲି ମଧ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ l କାଶୀର ମଣିକର୍ଣ୍ଣିକା ଘାଟ ରେ ସାଧୁସନ୍ଥ ମିଳିତ ଭାବରେ ଏହି ହୋଲି ଉତ୍ସବ କୁ ପାଳନ କରିଥାଆନ୍ତି l ଏହି ସମୟ ରେ ସମଗ୍ର କାଶୀ ନଗରୀ ଶିବମୟ ହୋଇଯାଇ ଥାଏ l ପୌରାଣିକ କଥା ଅନୁସାରେ ଦେବ ଦେବ ମହାଦେବ ବିବାହ ପରେ ପ୍ରଥମ ଥର ଖେଳିଥିଲେ ସ୍ମସାନ ହୋଲି , କଣ ଏହି ସ୍ମଶାନ ବା ମଶାଣି ହୋଲି ଏବଂ କଣ ରହିଛି ଏହା ପଛରେ ପୌରାଣିକ କଥା ଆସନ୍ତୁ ଜାଣିବା l
କାହିଁକି କାଶୀର ସ୍ମଶାନ ରେ ହୋଲି ଖେଳ ହୋଇଥାଏ –
ମହାଦେବ ଙ୍କୁ ବୈରାଗୀ ବୋଲି କୁହାଯାଇ ଥାଏ, କିନ୍ତୁ ମା ପାର୍ବତୀ ଙ୍କ ଘୋର ତପସ୍ୟା, ଆସ୍ଥା ଓ ସମର୍ପଣ କାରଣରୁ ମହାଦେବ ମା ପାର୍ବତୀ ଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ l ପୌରାଣିକ କଥା ଅନୁସାରେ ମହାଦେବ ନିଜ ବିବାହ ରେ ଭୁତ-ପ୍ରେତ, ଯକ୍ଷ, ଗନ୍ଧର୍ବ, ଏବଂ ପ୍ରେତ ଙ୍କୁ ଆମନ୍ତ୍ରିତ କରିଥିଲେ l ଭଗବାନ ଶିବ ନିଜ ବିବାହ ରେ ଦେବତା ମାନଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ l ଏହି ସମସ୍ତଙ୍କୁ ପାର୍ବତୀ ଙ୍କ ବିବାହ ର ମୁଖ୍ୟ ଅତିଥି ବୋଲି କୁହାଯାଇ ଥିଲା l ଭଗବାନ ଶିବ ବିବାହ ପରେ ପାର୍ବତୀ ଙ୍କୁ କାଶୀ ଭ୍ରମଣ କରାଇବାକୁ ନେଇଥିଲେ l ମାନ୍ୟତା ରହିଛି ଯେ ଏହିଦିନ ରଙ୍ଗଭରି ଏକାଦଶୀ ଥିଲା , ଏବଂ ଏହିଦିନ ମାତା ପାର୍ବତୀ ଓ ମହାଦେବ ରଙ୍ଗ ଓ ଅଭିର ଲଗାଇ ହୋଲି ଖେଳିଥିଲେ l ଏହାକୁ ଶିବ ଗଣ ଦୂରରୁ ଦେଖି ଆନନ୍ଦିତ ହୋଇଥିଲେ l ଏହାର ପରଦିନ ମହାଦେବ ଙ୍କ ଶିବଗଣ ଭୁତ ପ୍ରେତ ପିଶାଚ ଯକ୍ଷ ଇତ୍ୟାଦି ଇଚ୍ଛା କରିଥିଲେ ଯେ ମହାଦେବ ତାଙ୍କ ସହିତ ହୋଲି ଖେଳନ୍ତୁ l ମହାଦେବ ଜାଣି ପାରିଲେ ଯେ ତାଙ୍କ ଶିବ ଗଣ ଏହିସବୁ ରଙ୍ଗ ଠାରୁ ଦୂରରେ ରୁହନ୍ତି ଏହାପରେ ସେ ମସାଣି ରେ ପଡିଥିବା ଭସ୍ମ କୁ ଉଡାଇ ହୋଲି ଖେଳିଥିଲେ l ଏହାପରେ ସମସ୍ତ ବିଶେଷ ଶିବଗଣ ମିଶି ମଶାଣି ପାଉଁଶ ରେ ମହାଦେବ ଙ୍କ ସହିତ ହୋଲି ଖେଳିଥିଲେ l ମାନ୍ୟତା ରହିଛି ଯେ ଏହି ଦିନଠାରୁ କାଶୀ ର ମସାଣି ରେ ପାଉଁଶ ଉଡାଇ ହୋଲି ଖେଳାଯାଇ ଥାଏ l
କଣ ରହିଛି ମସାଣି ହୋଲି ର ମହତ୍ୱ –
ମାନ୍ୟତା ରହିଛି ଯେ ମଶାଣିରେ ହୋଲି ଖେଳିବାର ଅର୍ଥ ମୃତ୍ୟୁର ଉତ୍ସବ ପାଳନ କରିବା ସହିତ ସମାନ l ମସାଣି ହୋଲି ର ମହତ୍ୱ ହେଲା ଯେତେବେଳେ ବ୍ୟକ୍ତି ମୃତ୍ୟୁର ଭୟ କୁ ପଛରେ ଛାଡି ଭୟ କୁ କାବୁ କରି ଜୀବନ ର ଆନନ୍ଦ କୁ ଅନୁଭବ କରିବା ପାଇଁ ଏଭଳି ହୋଲି ଖେଳିଥାଏ l ଏବଂ ଚିତା ବା ପାଉଁଶ କୁ ଶେଷ ସତ୍ୟ ଭାବରେ ଗ୍ରହଣ କରାଯାଏ l ଏଥିରୁ ଶିଖିବାକୁ ମିଳିଥାଏ ଯେ ମଣିଷ ଯେତେ ଅହଂକାର, ଲୋଭ ଭଳି ବିକାରରେ ଥାଉ ତାର ଶେଷ ସମୟ ଏହି ପାଉଁଶରେ ଯିବ l

Leave A Reply