Odisha news

ଶାସ୍ତ୍ର ଅନୁସାରେ ଘରେ ଏହିସବୁ ସମସ୍ୟା ରହିବା ଦ୍ୱାରା ଆମେ ରୋଗରେ ପୀଡିତ ହୋଇଥାଉ

0

ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଗ୍ରହ, ନକ୍ଷତ୍ର ର ଖରାପ ଚଳନ ଦ୍ୱାରା ଖରାପ ସମୟର ଆଗମନ ହୋଇଥାଏ l ଯାହାଦ୍ୱାରା ଆମେ ଅନେକ ପ୍ରକାର ସମସ୍ୟାର ସମୁଖୀନ ହୋଇଥାଉ l ଏବଂ ଧନ ସମ୍ବନ୍ଧୀୟ ଅସୁବିଧାର ମଧ୍ୟ ସମୁଖୀନ ହୋଇଥାଉ l ତେଣୁ ଏଥିପାଇଁ ବିଶେଷ ଭାବରେ ବାସ୍ତୁ ଶାସ୍ତ୍ର କୁ ଗୁରୁତ୍ୱ ଦେବା ଜରୁରୀ l ଆଜି ଆସନ୍ତୁ ଜାଣିବା ବସ୍ତୁ ଅନୁସାରେ କେଉଁ ସବୁ ସମସ୍ୟା ସମସ୍ୟା କାରଣରୁ ଜୀବନ ରେ ବିପଦ ଆସିଥାଏ ଓ ମଣିଷ ଧନ ସମ୍ବନ୍ଧୀୟ ସମସ୍ୟାର ସମୁଖୀନ ହୋଇଥାଏ l

* ଯଦି ଘରର କବାଟ ଝରକା ଖୋଲିବା ସମୟ ରେ ଏହା ଶବ୍ଦ କରିଥାଏ ତେବେ ଏହା ନିଶ୍ଚିତ ଭାବରେ ମାନସିକ ଉତ୍ତେଜନାର କାରଣ ହୋଇଥାଏ l ତେଣୁ ଏହି ସବୁ କବାଟ ର କବ୍ଜା ରେ ତେଲ ପକାଇ ଯଥା ଶୀଘ୍ର ଠିକ କରନ୍ତୁ l

* ଯଦି ଆପଣ ଜଣ୍ଡିସ ର ଶିକାର ହେଉଛନ୍ତି ତେବେ ନିଶ୍ଚିତ ଔଷଧ ସେବନ କରନ୍ତୁ, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ମାଟି ପାତ୍ରରେ ମହୁ ପୁରାଇ ରଖନ୍ତୁ l ଏବଂ ଏହାର ଘୋଡଣି କୁ ଅଟା ରେ ବନ୍ଦ କରି ନିଅନ୍ତୁ l  ଏହାକୁ ଜଣ୍ଡିସ ରୋଗୀର ମୁଣ୍ଡ ରେ ୭ଥର ବୁଲାଇ ନିଛାଟିଆ ସ୍ଥାନରେ ରଖି ଦିଅନ୍ତୁ l

* ଯଦି ଆପଣ ଗଣ୍ଠି ସମସ୍ୟାରେ ପୀଡିତ ହେଉଛନ୍ତି ତେବେ ଜାଣିବେ ଯେ ଆପଣଙ୍କ ଶୋଇବା ଘରେ ଶନି ଙ୍କ ପ୍ରଭାବ ରହୁଛି l ତେଣୁ ଏପରି ସ୍ଥିତିରେ ଶନିବାର ଦିନ କଳା ବିରି ଶନି ଦେବଙ୍କୁ ଅର୍ପଣ କରି ଜଳରେ ପ୍ରବାହିତ କରିଦିଅନ୍ତୁ l

* ଅଣ୍ଟା ଓ ପିଠି ଯନ୍ତ୍ରଣା ର କାରଣ କେତୁ ହୋଇ ଥାଆନ୍ତି l ଏପରି ସ୍ଥିତିରେ କଳା – ଧଳା ରାଶି କୁ ନିଜ ଇଷ୍ଟ ଦେବୀ ଙ୍କୁ ସମର୍ପଣ କରି ନଦୀ ରେ ଭସାଇ ଦିଅନ୍ତୁ l ଏହାଦ୍ୱାରା ଯନ୍ତ୍ରଣା ରୁ ଆରାମ ମିଳିବ l

* କଦାପି ଘରେ କୌଣସି ରୋଗୀ ଙ୍କୁ ନୈଋତ କୋଣରେ ରଖିବା ଉଚିତ ନୁହେଁ l ଏହାଦ୍ୱାରା ରୋଗ ଦୀର୍ଘଦିନ ଧରି ଚାଲିଥାଏ l ରୋଗୀ ଙ୍କୁ ସର୍ବଦା ବାୟବ କିମ୍ବା ଐଶାନ୍ୟ କୋଣରେ ରଖିବା ଜରୁରୀ l

Leave A Reply