Odisha news

ସୋମବାର ଦିନ ମହାଦେବଙ୍କୁ କେଉଁ ଜିନିଷ ଅର୍ପଣ କରିବା ଦ୍ୱାରା ଜୀବନ ର କେଉଁ ସମସ୍ୟା ଦୂର ହୋଇଥାଏ

0

ସୋମବାର ଦିନ ମହାଦେବ ଙ୍କୁ ଭକ୍ତମାନେ ନିଷ୍ଠାର ସହିତ ପୂଜାର୍ଚନା କରି ଥାଆନ୍ତି l ମହାଦେବ ଙ୍କୁ ଦେବତା ମାନଙ୍କ ମଧ୍ୟରେ ମହାଦେବ କୁହାଯିବାର ବିଶେଷ କାରଣ ରହିଛି l ଶିବ ପୁରାଣ ଅନୁସାରେ ମହାଦେବ ସାଗର ମନ୍ଥନ ସମୟ ରେ ବିଷ ପାନ କରି ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିଲେ l ବେଦରେ ମଧ୍ୟ ଶିବ ଙ୍କୁ ସର୍ବ ଶକ୍ତିମାନ ବୋଲି କୁହାଯାଇ ଥାଏ l ସେ ସର୍ବ କଲ୍ୟାଣ କାରି ଅଟନ୍ତି l

ଶିବ କିଏ –
ଶିବ ପୁରାଣ ଅନୁସାରେ ଯାହାଙ୍କ ମଧ୍ୟରେ ସାରା ଜଗତ ଅନ୍ତର୍ଧ୍ୟାନ ହୋଇଯାଇ ଥାଏ, ସେ ହେଉଛନ୍ତି ଶିବ, ଯିଏ ସର୍ବ ବିକାର ରୁ ରହିତ ସେ ହେଉଛନ୍ତି ଶିବ, ଯିଏ ନିତ୍ୟ ସତ୍ୟ ଜଗତ ର ଆଧାର ସେ ହେଉଛନ୍ତି ଶିବ l ବିକାର ରୁ ଯିଏ ରହିତ ସେ ହେଉଛନ୍ତି ଶିବ l

ସୋମବାର ଦିନ ମହାଦେବ ଙ୍କୁ ପୂଜା କରିବାର ମହତ୍ୱ –
* ଶିବ ପୁରାଣ ଅନୁସାରେ ପ୍ରତି ସୋମବାର ଦିନ ସ୍ୱାମୀସ୍ତ୍ରୀ ଉଭୟ ମହାଦେବ ଙ୍କୁ ପୂଜା କରିବା ଦ୍ୱାରା ଜୀବନ ରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l ସ୍ୱାମୀସ୍ତ୍ରୀ ସୋମବାର ଦିନ ମିଳିତ ଭାବରେ ମହାଦେବ ଓ ପାର୍ବତୀ ଙ୍କୁ ଦର୍ଶନ କରିବା ଉଚିତ l ଏହା ଜୀବନ ସମସ୍ତ କଷ୍ଟ ଦୂର ହୋଇଥାଏ l

* ସୋମବାର ଦିନ ଦୁଗ୍ଧ ରେ ରାଶି ମିଶାଇ ଶିବ ଲିଙ୍ଗ ରେ ଅର୍ପଣ କରିବା ଦ୍ୱାରା ଜୀବନ ର ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ ଏବଂ କ୍ୟାରିଅର ରେ ସଫଳତା ପ୍ରାପ୍ତି ହୋଇଥାଏ l

* ପ୍ରତି ଷୋମବାର ଦିନ ଚନ୍ଦନ ର ଲେପ ଶିବ ଲିଙ୍ଗ ରେ କରିବା ଦ୍ୱାରା ସନ୍ତାନ ମାନଙ୍କ ଜିବନର ସମସ୍ତ ଅସୁବିଧା ଦୂର ହୋଇଥାଏ, ଏବଂ ସନ୍ତାନ ସୁଖ ଲାଭ ହୁଏ l

* ଗୋଟିଏ ପାତ୍ର ରେ ଗଙ୍ଗାଜଳ ଓ ମହୁ ମିଶାଇ ସୋମବାର ରେ ମହାଦେବ ଙ୍କୁ ଜଳ ଲାଗି କରିବା ସମୟରେ ମହାମୃତ୍ୟୁଞ୍ଜୟ ଜପ କରନ୍ତୁ l ଏହାଦ୍ୱାରା ରୋଗ ବୈରାଗ ଠାରୁ ଦୁରେଇ ରହିବେ ଏବଂ ଜୀବନ ସୁଖମୟ ହୋଇଥାଏ l

* ପ୍ରତି ସୋମବାର ଦିନ ଶିବ ପଞ୍ଚାକ୍ଷରୀ ୧୦୮ ଥର ଜପ କରନ୍ତୁ, ଏବଂ ଜପ କରିବା ସମୟ ରେ ହାତରେ ଚାଉଳ ଓ ଧଳା ପୁଷ୍ପ ଧରନ୍ତୁ l ଜପ କରି ସାରିବା ପରେ ଏହା ମହାଦେବ ଙ୍କୁ ଅର୍ପଣ କରନ୍ତୁ l  ଏପରି କରିବା ଦ୍ୱାରା ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇ ଥାଏ l

Leave A Reply