Odisha news

୮୫ତମ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

0

ଭଞ୍ଜନଗର : ୧୭/୦୩ ଭଞ୍ଜନଗର ଆମ ପୋଲିସ ସମିତିର ୮୫ ତମ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦଣ୍ଡ ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରକାଶ ଥାଉକି ଭଞ୍ଜନଗର ଥାନା ଇଲାକାରେ ଯେତେ ଦଣ୍ଡ ଯାତ୍ରା ପରିବେଷଣ କରିବାର ଦଳ ରହିଛନ୍ତି ସେହି ଦଳ ଗୁଡିକର ପରିଚାଳକ ମାନଙ୍କୁ ମଧ୍ୟ ଏହି ବୈଠକ କୁ ଡକାଯାଇଥିଲା। ବିଶେଷ ଭାବରେ ଦଣ୍ଡ ଯାତ୍ରା ପରିବେଷଣ ବେଳେ ଅସିଳ ନୃତ୍ୟ ପରିବେଷଣ ନ କରିବା ପାଇଁ ପରିଚାଳକ ମାନଙ୍କୁ ଅନୁରୋଧ କରାଯାଇଥିଲା। ସେମାନେ ମଧ୍ୟ ଏ ସଂକ୍ରାନ୍ତ ରେ ସହଯୋଗ ପ୍ରଦାନ ପାଇଁ ପ୍ରତିଶୃତି ଦେଇଥିଲେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ହେଉଥିବା ଦୃଷ୍ଟିରୁ ଆଦର୍ଶ ଆଚରଣ ଵିଧି ବର୍ତମାନ ଲାଗୁ କରାଯାଇଛି। ତେଣୁ ଆମ ପୋଲିସ ସମିତି ତରଫରୁ ସଠିକ ଭାବେ ମାନିବା ପାଇଁ ଅନୁରୋଧ କରାଗଲା। ସେଥିପାଇଁ ସମସ୍ତ ଦଣ୍ଡ ଦଳର ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ବୈଠକ ରେ ଆଖୁପଦର, ମୁଜାଗଡ଼, ଡୁଡୁହା କଇଠପଲି, କୁଲାଡ଼, ଜିଲୁଣ୍ଡି, କୁଶପଲ୍ଲୀ, ଭଞ୍ଜନଗର ର ସମସ୍ତ ଦଣ୍ଡ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଦଣ୍ଡନାଚ କେମିତି ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା ହୋଇଥିଲା। ଆଜିର ଏହି ବୈଠକ ଥାନାଧିକାରୀ କୁମର ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଥାନା ଏସଆଇ ଜ୍ୟୋସ୍ନାମୟୀ ସାହୁ, ଏ ଏସ ଆଇ ହରଷି ଜେନା ଉପସ୍ଥିତ ଥିଲେ। ଆମ ପୋଲିସ ସମିତିର ବରିଷ୍ଠ ସଦସ୍ୟ ଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ତ୍ରିପାଠୀ, କୃତିବାସ ବିଶ୍ୱାଳ, ପୁର୍ଣଚନ୍ଦ୍ର ତ୍ରିପାଠୀ, ଅନୁପମ ବାନାର୍ଜୀ, ଜଗବନ୍ଧୁ ଜେନା, ରବି ନାରାୟଣ ମାହାନ୍ତି,ଲୋକନାଥ କର, ପି. ମୃତ୍ୟୁଞ୍ଜୟ ସୁବୁଦ୍ଧି, ସୁଶାନ୍ତ ମହାପାତ୍ର, ଜଗଦିଶ ପାଣିଗ୍ରାହୀ, ବିଷ୍ନୁପ୍ରିୟା ସେନାପତି, ପି. ଗୀତା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଲେ।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Nalco

Leave A Reply