Odisha news

ମଣିଶଙ୍କର ସେବା ସଙ୍ଗଠନର ପ୍ରେସ୍ ମିଟ୍

0

ତିହିଡି,୧୬/୦୩ (ଯଦୁମଣି ପାଣିଗ୍ରାହୀ): ତିହିଡି ଅଞ୍ଚଳର ଅଗ୍ରଣୀ ସେବା ସଙ୍ଗଠନ ମଣିଶଙ୍କର ସେବା ସଙ୍ଗଠନ ପକ୍ଷରୁ ଏକ ପ୍ରେସ ମିଟ ଶୁକ୍ରବାର ସନ୍ଧ୍ୟାରେ ତିହିଡି କାଳୀପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଙ୍ଗଠନର ଆବାହକ ସୁମନ୍ତ କୁମାର ମହାନ୍ତି ଯୋଗ ଦେଇ ଏନଏସି ମାନ୍ୟତା ଦାବିରେ କରାଯାଉଥିବା ତିହିଡି ବନ୍ଦକୁ ମଣିଶଙ୍କର ସେବା ସଙ୍ଗଠନ ସମର୍ଥନ କରୁନାହିଁ ବୋଲି ପ୍ରକାଶ କରିଥିଲେ । ତାଙ୍କ ସଙ୍ଗଠନ ପକ୍ଷରୁ ତିହିଡିକୁ ଏକ ନିର୍ବାଚନମଣ୍ଡଳୀର ମାନ୍ୟତା ଦିଆଯିବା, ତିହିଡିରେ ହେଉଥିବା ବେଆଇନ ଚୋରା ନିଶା କାରବାର ଉପରେ ରୋକ ଲଗାଯିବା, ଭଦ୍ରକ-ଚାନ୍ଦବାଲି ରାସ୍ତାର ବିଭିନ୍ନ ସ୍ଥାନରେ ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯିବା, ବିଭିନ୍ନ ଆଳରେ ଦୋକାନୀ ମାନଙ୍କ ଠାରୁ କରାଯାଉଥିବା ବେଆଇନ ଚାନ୍ଦା ଆଦାୟକୁ ବନ୍ଦ କରାଯିବା ଓ ରାସ୍ତାଘାଟରେ ବୁଲି ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଥିବା ରୋଡ ରୋମିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଦି ଦାବି କରାଯାଉଛି ବୋଲି ଶ୍ରୀ ମହାନ୍ତି କହିବା ସହ ତାଙ୍କ ସଙ୍ଗଠନ ପକ୍ଷରୁ ଏଥିନେଇ ନିରନ୍ତର କାର୍ଯ୍ୟ କରାଯାଉଛି ଓ ଏଥିରେ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଥିଲେ ।

Nalco

Leave A Reply