Odisha news

୧୩ ପଞ୍ଚାୟତକୁ ନେଇ ବିଜେପିର ସାଙ୍ଗଠନିକ ବୈଠକ

0

ତିହିଡି,୧୬/୦୩(ଯଦୁମଣି ପାଣିଗ୍ରାହୀ) : ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୧୩ ପଞ୍ଚାୟତକୁ ନେଇ ବିଜେପିର ସାଙ୍ଗଠନିକ ବୈଠକ କୁବେରା ଠାରେ ଅନୁଷ୍ଠିତ ହୋଇଯାଇଛି । ଧାମନଗର ନିର୍ବାଚନମଣ୍ଡଳୀର ପ୍ରଭାରୀ ବୁଦ୍ଧଦେବ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ସଙ୍ଗଠନକୁ ତୃଣମୂଳସ୍ତରରୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ । ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ସେ ସୂଚନା ଦେବା ସହ ଭାରତକୁ ବିଶ୍ୱଗୁରୁ କରିବା ପାଇଁ ମୋଦି ସରକାର ଜାରି ରଖିଥିବା ପ୍ରୟାସ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ ଯୋଗଦେଇ ଧାମନଗର ତଥା ଭଦ୍ରକ ଜିଲ୍ଲାରେ ବିଜେପି ସଙ୍ଗଠନକୁ ମଜବୁତ କରିବା ପାଇଁ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ । ଏହି ଅବସରରେ କାଁପଡା ପଞ୍ଚାୟତର କୁନ୍ତଳା ମଳିକ ଏବଂ ୨ଜଣ ୱାର୍ଡସଭ୍ୟ ସୂର୍ଯ୍ୟମଣି ମଳିକ ଓ ଅପରାଜିତା ମଳିକ ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ । ସେହିପରି ତଳଗୋପବିନ୍ଧାର ସମିତିସଭ୍ୟ ମଦନମୋହନ ନାୟକ, ସୁରେନ୍ଦ୍ର ବେହେରା, ଗୁଆମାଳ ପଞ୍ଚାୟତର ରାଜକିଶୋର ନାୟକ ଓ ପ୍ରେମାନନ୍ଦ ପୁହାଣ ବିଜେଡି ତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବିଜେପି ଜିଲ୍ଲା ସଭାପତି ଦୀନବନ୍ଧୁ ପତି, ବିଜେପି ନେତା ରଘୁନାଥ ପାତ୍ର, ଦୁର୍ଗାଚରଣ ନାୟକ, ଦେବେନ୍ଦ୍ର ପୁହାଣ, ସୁଧାଂଶୁ ପାଣିଗ୍ରାହୀ, ସରପଞ୍ଚ ସଞ୍ଜିବ ବେହେରା, କୀର୍ତ୍ତି ସେଠୀ, ଉଷାକାନ୍ତ ନାୟକ, ସାଇଶରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶରତ ସାହୁ ଅତିଥି ପରିଚୟ ଓ ଶରତ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ ଓ କାନ୍ତକବି ମଣ୍ଡଳ ସଭାପତି ତପନ କୁମାର ପାଢୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Nalco

Leave A Reply