Odisha news

ହିନ୍ଦୁ ଧର୍ମରେ କଣ ରହିଛି ହୋଲି ପର୍ବର ଇତିହାସ, ଏବଂ କଣ ରହିଛି ଧାର୍ମିକ ମହତ୍ୱ

0

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତିବର୍ଷ ବର୍ଷର ଶେଷ ମାସ ଅର୍ଥାତ ଫାଲ୍ଗୁନ ମାସର ପୂର୍ଣିମା ଦିନ ହୋଲିକା ଦହନ ପାଳନ କରାଯାଇ ଥାଏ l ମାନ୍ୟତା ରହିଛି ଯେ ଏହି ପର୍ବ ଭାରତର ଗୋଟିଏ ପୁରାତନ ପର୍ବ ଅଟେ l ଭାରତରପ୍ରତ୍ୟେକ ରାଜ୍ୟରେ ଏହି ପର୍ବ ଟିକୁ ହର୍ଷ ଉଲ୍ଲାସ ରେ ପାଳନ କରାଯାଇ ଥାଏ l

ହୋଲି ର ଇତିହାସ ଓ ପୌରାଣିକ ତଥ୍ୟ –
-ସତ୍ୟ ଯୁଗରେ ଏହିଦିନ ଅସୁର ହିରଣ୍ୟକଶ୍ୟପ ର ଭଉଣୀ ହୋଲିକା ର ଦହନ ହୋଇଥିଲା l ଏବଂ ହିରଣ୍ୟକଶ୍ୟପ ଙ୍କ ପୁଅ ଭକ୍ତ ପ୍ରହଲ୍ଲାଦ ଙ୍କୁ ଭଗବାନ ବିଷ୍ଣୁ ରକ୍ଷା କରିଥିଲେ l ସେଥିପାଇଁ ହୋଲିକା ଦହନ କରାଯାଇ ଥାଏ l ଏହା ହୋଲି ର ପ୍ରଥମ ଦିନ ଅଟେ l

– ସତ୍ୟଯୁଗ ରେ ଏହିଦିନ ମହାଦେବ କାମଦେବ ଙ୍କୁ ଭସ୍ମ କରିବା ପରେ ଜୀବିତ କରାଇଥିଲେ l ଏହା ମଧ୍ୟ କୁହାଯାଇଥାଏ ଯେ ଏହିଦିନ ରାଜା ପୃଥୁ ନିଜ ରାଜ୍ୟର ଛୋଟ ପିଲାଙ୍କୁ  ରକ୍ଷା କରିବା ପାଇଁ  ରାକ୍ଷସୀ ଧୁଣ୍ଡି କୁ ନିଆଁ ରେ କାଠ ସଂଯୋଗ କରି ବଧ କରିଥିଲେ l ସେଥିପାଇଁ ମଧ୍ୟ ହୋଲିକା ଦହନ କରାଯାଇ ଥାଏ l

– ତ୍ୱରିତେୟା ଯୁଗ ର ପ୍ରାରମ୍ଭ ରେ ଭଗବାନ ବିଷ୍ଣୁ ଧୂଳି ବନ୍ଦନ କରିଥିଲେ, ସେଥିପାଇଁ ହୋଲିକା ଦହନ କରାଯାଇଥାଏ l

– ରଙ୍ଗର ଉତ୍ସବ ହୋଲି ପାଳନ କରିବାର ପ୍ରଥା ଦ୍ୱାପର ଯୁଗରୁ ଆରମ୍ଭ ହୋଇଥିଲା l ସେତେବେଳେ ଏହି ପର୍ବ ର ନାମ ଫଗବାହ ହୋଇଥିଲା l କାହିଁକି ନା ଏହା ଫାଲଗୁନ ମାସରେ ପାଳିତ ହୋଇଥାଏ l ଏବଂ ଏହିଦିନ ଶ୍ରୀକୃଷ୍ନ ରାଧା ଙ୍କୁ ରଙ୍ଗ ଲଗାଇଥିଲେ l

Har Ghar Tiranga

Leave A Reply