Odisha news

ଦୁଇ ବାଇକ ଉପରେ ଚଢିଗଲା ଲୁହାପଥର ବୋଝେଇ ଟ୍ରକ୍ : ଜଣେ ମୃତ, ୩ ଗୁରୁତର

0

ଆନନ୍ଦପୁର,୧୩ । ୩ : ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟି ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଅଗ୍ନିଶମ ବାହିନୀ କର୍ମ·ରୀଙ୍କ ସହାୟତାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଆନନ୍ଦପୁରର କାର୍ତିକ ସେଠୀ(୨୫) ଓ ଆହତମାନେ ସାଇଁକୁଳର ରାଜକିଶୋର ପରିଡା(୩୨), ସୋମନାଥ ସ୍ୱାଇଁ (୩୨) ଏବଂ ରାଇତୋଳା ଗ୍ରାମର ଭରତ ରଣା । ସୂଚନାଯୋଗ୍ୟ, ଶାଳପଡାସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ୨୦ ନଂ ଜାତୀୟ ରାଜପଥରେ ଏକ ଲୁହାପଥର ବୋଝେଇ ଟ୍ରକ୍ ଏବଂ ଦୁଇ ଗୋଟି ବାଇକ୍ ଯାଜପୁର ଅଭିମୁଖେ ଆସୁଥିଲେ । ସମ୍ମୁଖ ଭାଗରୁ ଏକ କାର ଆସିବାରୁ ଟ୍ରକଟି କାରକୁ ସାଇଡ୍ ଦେଉ ଦେଉ ବାଇକ ଉପରେ ଚଢିଯାଇଥିଲା । ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣାର ସୁତ୍ରପାତ ହୋଇଥିଲା । ସଂମ୍ପୃକ୍ତ ଅଂଚଳରେ ଜାତୀୟ ରାଜପଥ ଏକ ପାଖିଆ ରାସ୍ତାରେ ଚଳାଚଳ ହେଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ୩ ଜଣଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଘସିପୁରା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Nalco

Leave A Reply