Odisha news

ସୋନପୁରକୁ ଗଡିବ ଚାରିଟି ଟ୍ରେନ୍

0

  ଭୁବନେଶ୍ୱର-ବାଲାଙ୍ଗୀର ଏକ୍ସପ୍ରେସ ଏବଂ ଦୁଇ ଯୋଡି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ସୋନପୁରକୁ ସମ୍ପ୍ରସାରିତ ହେବ |

• ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଗୋଟିଏ ନୂଆ ଟ୍ରେନ୍ ପ୍ରଚଳନ |

ବଲାଙ୍ଗିର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର-ବଲାଙ୍ଗୀର ଏକ୍ସପ୍ରେସର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ :

12893 ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ 01ଘ.45ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ 03ଘ.15ମି.ରେ ସୋନପୁରରେ ପହଞ୍ଚିବ | ଫେରିବା ମାର୍ଗରେ 12894 ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ 01 ଘଟିକାରେ ଛାଡି ଅପରାହ୍ନ 02ଘ.25ମି.ରେ ବଲାଙ୍ଗୀରରେ ପହଞ୍ଚିବ | ଏହି ଟ୍ରେନ୍ ଅପରାହ୍ନ 02ଘ.45ମି.ରେ ବଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି 09ଘ.45ମି.ରେ ଭୁବନେଶ୍ୱରରେ ପହଞ୍ଚିବ |  ଏହି ଟ୍ରେନ 14.03.2024 ଠାରୁ ସୋନପୁରରୁ ଏବଂ 15.03.2024 ଠାରୁ ଭୁବନେଶ୍ୱରରୁ ନିୟମିତ ଭାବେ ଚଳାଚଳ କରି ସେବା ପ୍ରଦାନ କରିବ  |

12893/12894 ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମୟ ସାରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ | ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ |

ବଲାଙ୍ଗୀର-ବିଛୁପାଲି ପାସେଞ୍ଜର 15 ମାର୍ଚ୍ଚ 2024 ଠାରୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ :

08305/08306 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର ସୋନପୁରକୁ ସମ୍ପ୍ରସାରଣ କରାଯାଇଅଛି | ଏହି ଟ୍ରେନ୍ ବଲାଙ୍ଗୀରରୁ ପୂର୍ବାହ୍ନ 08ଘ.15ମି.ରେ ଛାଡି ସୋନପୁରରେ ପୂର୍ବାହ୍ନ 09ଘ.45ମି.ରେ ପହଞ୍ଚିବ | ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ପୂର୍ବାହ୍ନ 10ଘ.45ମି.ରେ ଛାଡି ମଧ୍ୟାହ୍ନ 12 ଘଟିକାରେ ବଲାଙ୍ଗୀରରେ ପହଞ୍ଚିବ |

08307/08308 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି | ଏହି ଟ୍ରେନ୍ ବଲାଙ୍ଗୀରରୁ ଅପରାହ୍ନ 12ଘ.50ମି.ରେ ଛାଡି ସୋନପୁରରେ ଅପରାହ୍ନ 02ଘ.20ମି.ରେ ପହଞ୍ଚିବ | ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ସନ୍ଧ୍ୟା 05 ଘଟିକାରେ ଛାଡି ସନ୍ଧ୍ୟା  06ଘ.15ମି.ରେ ବଲାଙ୍ଗୀରରେ ପହଞ୍ଚିବ |

15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ନୂତନ ଟ୍ରେନ ପ୍ରଚଳନ :

08309/08310 ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର 15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀରରୁ  ସନ୍ଧ୍ୟା 07ଘ.15ମି.ରେ ଛାଡି ସୋନପୁରରେ ସନ୍ଧ୍ୟା 08ଘ.45ମି.ରେ ପହଞ୍ଚିବ | ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ 16 ମାର୍ଚ୍ଚ 2024 ଠାରୁ ଭୋର 04ଘ.15ମି.ରେ ଛାଡି ବଲାଙ୍ଗୀର ଠାରେ ସକାଳ 05ଘ.30ମି.ରେ ପହଞ୍ଚିବ |

Nalco

Leave A Reply