Odisha news

ବ୍ଲକ ସ୍ତରୀୟ ଷଷ୍ଠ ମାଧ୍ୟମିକ ପ୍ରଧାନଶିକ୍ଷକ ସମ୍ମିଲନୀ ଅନୁଷ୍ଠିତ

0

ଭଞ୍ଜନଗର (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ୧୨/ ୦୩ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତଳଜୀବିକା ଉର୍ନ୍ନତ ଉଚ୍ଚ ବିଦ୍ୟାଳୟ ଠାରେ ଭଞ୍ଜନଗର ବ୍ଲକ ସ୍ତରୀୟ ଷଷ୍ଠ ମାଧ୍ୟମିକ ପ୍ରଧାନଶିକ୍ଷକ ସମ୍ମିଳନୀ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କହଁର, ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡlର ପ୍ରଧାନଶିକ୍ଷକ ସନ୍ତୋଷ ଜେନା ମଂଚାସୀନ ରହିଥିବା ବେଳେ ରିସୋର୍ସ ପେରସନ ଭାବେ ଗାଲେରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଓ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷl ବୈଜନ୍ତିମାଳl ପ୍ରିୟଦର୍ଶିନୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ଆରମ୍ଭପରେ ଚଳିତ ନବମ ଓ ଦଶମ ପରୀକ୍ଷାପରେ ଛାତ୍ରଛାତ୍ରୀ ମାନଙ୍କୁ ପରବର୍ତ୍ତୀ ପାଠ୍ୟଦାନରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ୱ ଓ ଶିକ୍ଷାଦାନ ଉପରେ ଆଲୋଚନା କରାଯାଇଥିଲା l ବିଶେଷକରି ପରୀକ୍ଷା ପରେପରେ ଦଣ୍ଡନାଚ ଆରମ୍ଭ ଓ ପରୀକ୍ଷା ପରବର୍ତ୍ତୀ ଛୁଟି ମନରେ ରହୁଥିବା ଯୋଗୁଁ ଏକ୍ଷେତ୍ରରେ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିଵା ଉପରେ ଗୁରୁତ୍ୱ ଦେବା ଆଲୋଚନା କରାଯାଇଥିଲା l ପରେ ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ସ୍ମାର୍ଟ କ୍ଲାସ,ଇ-ଲାଇବ୍ରେରୀ, ଲେବୋ ରଟାରୀ, ଶୌଚାଳୟ ବୁଲି ଦେଖି ସନ୍ତୁଷ୍ଟ ହୋଇଥିଲେ l ଏଥିରେ ବ୍ଲକ ର ସମସ୍ତ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଶେଷରେ ପ୍ରଧାନଶିକ୍ଷକ କେଦାରନାଥ ସେଠି ଧନ୍ୟବାଦ ପ୍ରଦାନ କରିଥିଲେ l

Nalco

Leave A Reply