Odisha news

କାହିଁକି ମହିଳା ମାନଙ୍କ ନିକଟରେ ଅଧିକ ଦେଖା ଯାଉଛି ହାର୍ଟ ଆଟାକ , କଣ ରହିଛି ଏହା ପଛର କାରଣ

0
ଗୋଟିଏ ଅଧ୍ୟୟନ ଅନୁସାରେ ଆଜିକାଲି ବିଶେଷ ଭାବରେ ମହିଳା ମାନଙ୍କ ଅଧିକ ହାର୍ଟ ଆଟାକ ବା ହୃଦଘାତ ସମସ୍ୟା ଦେଖା ଯାଉଛି l ମେଡିକାଲ ଜର୍ଣ୍ଣାଲ ଲେସେଣ୍ଟ ର ଗୋଟିଏ ରିପୋର୍ଟ ଅନୁସାରେ ଗତ ପାଞ୍ଚବର୍ଷ ମଧ୍ୟରେ ମହିଳା ମାନଙ୍କ ନିକଟରେ ଅଧିକ ହୃଦଘାତ ସମସ୍ୟା ଅଧିକ ଦେଖିବାକୁ ମିଳୁଛି l ଯାହାର ମୁଖ୍ୟ କାରଣ ଆଜିର ଜୀବନ ଶୈଳୀ l
ମହିଳା ମାନଙ୍କ ନିକଟରେ ହାର୍ଟ ଆଟାକ କେତେ ଭୟଙ୍କର –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ହାର୍ଟ ରୋଗରେ ପ୍ରତିବର୍ଷ ମହିଳା ମାନଙ୍କ ନିକଟରେ ୩୫ ପ୍ରତିଶତ  ପ୍ରତିବର୍ଷ ବୃଦ୍ଧି ହୋଇଥାଏ l ଯାହାକି କ୍ୟାନ୍ସର ଠାରୁ ମଧ୍ୟ ଭୟଙ୍କର l ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ଆୟୁ ସୀମା ମଧ୍ୟ ରହୁ ନାହିଁ l ଏହା ଅଧିକ ମୃତ୍ୟୁର କାରଣ ହେଉଛି l
କାହିଁକି ମହିଳା ମାନଙ୍କ ନିକଟରେ ଅଧିକ ଦେଖା ଯାଉଛି ହାର୍ଟ ଆଟାକ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ହାର୍ଟ ଡିଜିଜ ଦ୍ୱାରା ଉଭୟ ମହିଳା ଓ ପୁରୁଷ ପ୍ରଭାବିତ ହୋଇ ଥାଆନ୍ତି l ଯାହାର କାରଣ ଉଚ୍ଚ ରକ୍ତଚାପ, ମୋଟାପା, ଖରାପ ଜୀବନଶୈଳୀ, ହାଇ କୋଲେଷ୍ଟ୍ରଲ, ମଧୁମେହ ହାର୍ଟ ଆଟାକ ର ମୁଖ୍ୟ କାରଣ ବୋଲି କହିଛନ୍ତି l ଯାହାପ୍ରତି ପ୍ରତ୍ୟେକ ମହିଳା ସଚେତନ ରହିବା ଜରୁରୀ l

ମହିଳାଙ୍କ ନିକଟରେ ହାର୍ଟ ଆଟାକ ଆସିବାର କାରଣ –
– ଅତ୍ୟଧିକ ମାନସିକ ଚାପ ବୃଦ୍ଧି, ଓ ଷ୍ଟ୍ରେସ ସମସ୍ୟା ହାର୍ଟ ଆଟାକ ର କାରଣ l
– ଓଜନ ବୃଦ୍ଧି ଗୋଟିଏ ବଡ଼ କାରଣ ଏବଂ ଉଚ୍ଚ କୋଲେଷ୍ଟ୍ରଲ l
– ଧୁମ୍ରପାନ ମଧ୍ୟ ଗୋଟିଏ ବଡ଼ କାରଣ ହାର୍ଟ ଆଟାକ l

କିପରି ରଖିବେ ନିଜକୁ ସୁସ୍ଥ –
– ନିଜ ଲାଇଫ ଷ୍ଟାଇଲ କୁ ହେଲଦି ରଖନ୍ତୁ l
– ନିୟମିତ କିଛି ବ୍ୟାୟାମ କରନ୍ତୁ l
– ଉଚିତ ମାତ୍ରାରେ ନିଦ ରେ ସୁଅନ୍ତୁ ଓ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ l
– ନିଜ ଓଜନ ନିୟନ୍ତ୍ରଣ ରଖନ୍ତୁ l
– ନିଜକୁ ଷ୍ଟ୍ରେସ ଫ୍ରି ରଖିବାକୁ ଚେଷ୍ଟା କରନ୍ତୁ l

Nalco

Leave A Reply