Odisha news

ରାମାୟଣ ଓ ମହାଭାରତ ଶିକ୍ଷା ଦେଇଥାଏ ଘରର ମୁରବୀ କିଭଳି ହେବା ଜରୁରୀ

0

ଆଜିକାଲି ପ୍ରତ୍ୟେକ ମଣିଷ ସର୍ବ ପ୍ରଥମେ ନିଜର ଲାଭ ବିଷୟରେ ପ୍ରତ୍ୟେକ କାର୍ଯ୍ୟରେ ଚିନ୍ତା କରିଥାଏ l ଏବଂ ପରେ ସେ ଅନ୍ୟ ବିଷୟରେ କିମ୍ବା ପରିବାର ସଦସ୍ୟ ଙ୍କ ବିଷୟରେ ଚିନ୍ତା କରିଥାଏ l ଏବଂ ଯେଉଁଠି ବ୍ୟକ୍ତି ନିଜ ଲାଭ କ୍ଷତି ବିଷୟ ରେ ନଭାବି ସମସ୍ତ କାର୍ଯ୍ୟ କରିଥାଏ ସେଠାରେ ନଜରୀଆ ବଦଳି ଯାଇଥାଏ ଏବଂ ନିଜ ମଧ୍ୟରେ ପ୍ରେମ ସୌହାର୍ଦ୍ୟ ମଧ୍ୟ ବୃଦ୍ଧି ହୋଇଥାଏ l ପୁରାଣ ସମୟ ର ମହାଭାରତ ଓ ରାମାୟଣ ରୁ ଆମେ ସେହିଭଳି କିଛିଟା ପ୍ରସଙ୍ଗ କୁ ଦେଖିଲେ ଏକତା ଓ ସ୍ନେହ ବିଷୟରେ ଜାଣିପାରିବା l

* ମହାଭାରତ ସମୟ ରେ ଯେତେବେଳେ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୁହ ରଚନା କରିଥିଲେ ସେତେବେଳେ ଅଭିମନ୍ୟୁ କିଛି ଚିନ୍ତା ନକରି ସେହି ଚକ୍ରବ୍ୟୁହ କୁ ଭାଙ୍ଗିବା ପାଇଁ କିଛି ନଭାବି ନଚିନ୍ତା କରି ତା ମଧ୍ୟରେ ପ୍ରବେଶ କରିଥିଲେ ତାହାକୁ ଭାଙ୍ଗିବା ପାଇଁ l ଅଭିମନ୍ୟୁ ଜାଣିଥିଲେ ଯେ ଯଦି ଏହି ଚକ୍ରବ୍ୟୁହ କୁ ଭଙ୍ଗା ନାଗାଲା ତେବେ ପାଣ୍ଡଵ ମାନଙ୍କ ପରାଜୟ ସୁନିଶ୍ଚିତ l ଏପରି ସ୍ଥିତି ରେ ସେ ଜାଣିଥିଲେ ଯେ ତାଙ୍କ ଜୀବନ ମଧ୍ୟ ଯାଇପାରେ ତେଣୁ ନିଜ ପରିବାର ପାଇଁ ନିଜ ଜୀବନ ର ବଳିଦାନ ଦେଲେ l

* ସେହିଭଳି ରାମାୟଣ ରେ ଲକ୍ଷ୍ମଣ ଆଜୀବନ ପ୍ରଭୁ ଶ୍ରୀରାମ ଙ୍କ ସେବା କରିଥିଲେ l ସେ ଶୋଇବା ଖାଇବା ଛାଡି ନିଜ ଜ୍ୟେଷ୍ଠ ଭାଇ ଙ୍କ ସେବା ରେ ଲୀନ ହୋଇଗଲେ l ଠିକ ସେହିଭଳି ତାଙ୍କ ଛୋଟ ଭାଇ ଶତ୍ରୁଘ୍ନ ଭରତ ଙ୍କ ସହିତ ଛାଇ ଭଳି ରହିଥିଲେ l ଶତ୍ରୁଘ୍ନ ଜୀବନ ସାରା ଭରତ ଙ୍କ ସେବାରେ ନିଜର ଜୀବନ ବିତାଇ ଥିଲେ l

* ପ୍ରଭୁ ଶ୍ରୀରାମ ପରିବାର ର ଜଣେ ସୁଦକ୍ଷ ମୁଖିଆ ହେବାର ଉଦାହରଣ ଆମେ ରାମାୟଣ ରୁ ପାଇଥାଉ l ରାଜା ଦଶରଥ ଙ୍କ ମୃତ୍ୟୁ ପରେ ବଡ଼ ପୁତ୍ର ହୋଇଥିବା କାରଣରୁ ପ୍ରଭୁ ଶ୍ରୀରାମ ପରିବାରର ମୁରବୀ ପଦବୀ କୁ ଅଳଙ୍କୃତ କରିଥିଲେ l ବନବାସ ସମୟରେ ସେ ନିଜର ବଡ଼ ଭାଇ କୁ ରାଜ୍ୟ ଚଳାଇବା ଶିକ୍ଷା ଦେଇଥିଲେ l ଏବଂ ଶତ୍ରୁଘ୍ନ ଙ୍କୁ ବଡଭାଇ ଙ୍କ ଆଜ୍ଞା ମାନିବା ପାଇଁ l ବନବାସ ରୁ ଫେରିବା ପରେ ରାମଚନ୍ଦ୍ର ନିଜ ଭାଇ ମାନଙ୍କୁ ନେଇ ଅଲଗା ରାଜ୍ୟର ରାଜା କରାଇଲେ l କାହିଁକି ନା ଆଗକୁ ଯାଇ କାହା ମନରେ କିଛି ଗ୍ଲାନି ନଆସୁ l ସାନ ୩ଭାଇ ରାମଚନ୍ଦ୍ର ଙ୍କୁ ନିଜର ଆଦର୍ଶ ମାନି ନିଜ ନିଜର ରାଜ୍ୟକୁ ରାମରାଜ୍ୟ ଭଳି ସ୍ଥାପନା କଲେ l

Leave A Reply