ସାଧାରଣ ଭାବରେ ଭାରତୀୟ ମାନଙ୍କର ଗୋଟିଏ ଅଭ୍ୟାସ ହେଉଛି ମଧ୍ୟାହ୍ନ ଭୋଜନ ଖାଇସାରି କିଛି ସମୟ ପାଇଁ ଶୋଇବା ବା ବିଶ୍ରାମ ନେବା, କିନ୍ତୁ ଏହା ଆମେ କରିବା କି ନାହିଁ କିମ୍ବା ଏହା ଆମ ପାଇଁ କେତେ ଆବଶ୍ୟକ ? ଏହାକୁ ନେଇ ଏକ୍ସପର୍ଟ କଣ କହିଛନ୍ତି ଆସନକୁ ଜାଣିବା l ଏକ୍ସପର୍ଟ ଙ୍କ ମତ ରହିଛି ଯେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ପାଇଁ ଶୋଇବା ନିହାତି ଜରୁରୀ l ଏହା ସମ୍ପୂର୍ଣ ଶରୀର ପାଇଁ ଖୁବ ଜରୁରୀ l ଏହାଦ୍ୱାରା ମାନସିକ ଓ ଶାରୀରିକ ସ୍ତରରେ ଖୁବ ଲାଭ ମିଳିଥାଏ l କିନ୍ତୁ ଏହି ସମୟ ରେ କିଛିଟା କଥାକୁ ଧ୍ୟାନ ରଖିବା ଜରୁରୀ l
ଦ୍ୱିପ୍ରହର ସମୟରେ ଶୋଇବାର ଶରୀର ପକ୍ଷରେ ଲାଭ -:
– ହାର୍ଟ ହେଲ୍ଥ ଠିକ ରହିଥାଏ ଓ ରକ୍ତଚାପ ସନ୍ତୁଳିତ ରହିଥାଏ l
– କୌଣସି ସର୍ଜରୀ କରିବା ପରେ ଦ୍ୱିପ୍ରହର ସମୟରେ ଶୋଇବା ଲାଭ ଦାୟକ l
– ହର୍ମୋନସ ସନ୍ତୁଳିତ ରହିଥାଏ ଓ ମନ ପ୍ରଫୁଲ୍ଲିତ ରହିଥାଏ l
– ମଧୁମେହ, PCOD , ଥାଇରଏଡ ଓ ଓଭର ଇଟିଙ୍ଗ ଭଳି ସମସ୍ୟା ରୁ ଆରମ୍ଭ ମିଳିଥାଏ l
– ପାଚନଶକ୍ତି ଠିକ ରହିଥାଏ, କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ l
– ଡାନଡ୍ରଫ ଠାରୁ ମୁକ୍ତି ମିଳିଥାଏ l
– ରାତିରେ ନିଦ୍ରା ହୀନତାରୁ ଦୁରେଇ ରଖିଥାଏ l
– ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l
କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଶୋଇବା ଆଗରୁ କିଛିଟା କଥାକୁ ଧ୍ୟାନ ରଖିବା ଜରୁରୀ –
– ମଧ୍ୟାହ୍ନ ଭୋଜନ ପରେ କଡେଇ ହୋଇ ଶୋଇବା ଜରୁରୀ l
– ଏକ୍ସପର୍ଟ ଙ୍କ ମତରେ ମଧ୍ୟାହ୍ନ ଭୋଜନ ପରେ ୧୦ ରୁ ୨୦ ମିନିଟ ଶୋଇବା ଜରୁରୀ , ଅଧିକ ଶୋଇବା ଉଚିତ ନୁହେଁ l
– ବୟସ୍କ, ରୋଗୀ ଏବଂ ଛୋଟ ପିଲା ଦେଢ଼ ଘଣ୍ଟା ଶୋଇବା ଜରୁରୀ l
– ଖାଇ ସାରିବା ପରେ ତୁରନ୍ତ ସୂଅନ୍ତୁ ନାହିଁ l