Odisha news

ନୂତନ ଏସଡିପିଓ ଙ୍କୁ ଶୁଭେଚ୍ଛା ଜଣାଇଲା ୟୁଜେଏ ସଂଘ

0

ଭଞ୍ଜନଗର,୦୭/୦୩(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ନୂତନ ଏସ ଡି ପି ଓ ଭାବେ ସୁଜିତ କୁମାର ନାୟକ ଗତକାଲି ସନ୍ଧ୍ୟାରେ ଯୋଗ ଦେଇଛନ୍ତି। ଶ୍ରୀ ନାୟକ ପୂର୍ବରୁ ଗଞ୍ଜାମ ଜିଲ୍ଲା ଚିକିଟି ରେ ଏସଡିପିଓ ଭାବେ କାର୍ଯ୍ୟ କରିଆସୁଥିଲେ।ବର୍ତମାନ ଭଞ୍ଜନଗର ଅଂଚଳରେ କିଭଳି ଭାବରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବେ ଓ ଆଗକୁ ଦଣ୍ଡଯାତ୍ରା ଓ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ କିଭଳି ଭାବରେ ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟଭାର ସମାପନ କରିବେ ସେ ନେଇ ଏକ ଆଲୋଚନା କରିଥିଲେ।ଏଥି ପୂର୍ବରୁ ଏଠାରେ ଥିବା ଏସଡିପିଓ ବିଶ୍ୱମିତ୍ର ହରପଲଙ୍କୁ ଗଞ୍ଜାମ ଜିଲ୍ଲା ଚିକିଟିକୁ ବଦଳି ହୋଇଥିବା ଜଣାପଡିଛି। ଆଜି ସନ୍ଧ୍ୟାରେ ୟୁଜେଏ ସଂଘର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ ରାଜେଶ କୁମାର ପଣ୍ଡା, ସହ ସମ୍ପାଦକ ମନୋଜ କୁମାର ଗୌଡ଼, ଅନିଲ କୁମାର ସେଠି ପ୍ରମୁଖ ଫୁ୍ଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇ ଥିଲେ।

Nalco

Leave A Reply