Odisha news

୪୮ ଲକ୍ଷ ଟଙ୍କା ବ୍ୟୟରେ ଉପ – ନିବଦ୍ଧକ କାର୍ଯ୍ୟାଳୟ ଉଦଘାଟିତ

0
ସାଲେପୁର : ମଙ୍ଗଳବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ଅବସରରେ ସାଲେପୁର ଉପ-ନିବନ୍ଧକ କାର୍ଯ୍ୟଳୟ ନୂତନ ଗୃହର ଶୁଭଉଦଘାଟନ ହୋଇଯାଇଛି l ବିଧାୟକ ପ୍ରଶାନ୍ତ ବେହେରା ସକାଳ ୧୦ ଘଟିକା ସମୟରେ ସାଲେପୁର କଲେଜ ରୋଡ଼ ଛକରେ ପହଞ୍ଚି ଶତାଧିକ ଦଳୀୟ କର୍ମକର୍ତ୍ତାଙ୍କ ସହିତ ସେଠାରେ ଅବସ୍ଥିତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପୁଷ୍ପମାଲ୍ୟ ଦେଇଥିଲେ l ପରେ ପରେ ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉପ-ନିବନ୍ଧକ ନୂତନ ଗୃହର ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବ୍ଲକ ଅଧକ୍ଷ ରାମଚନ୍ଦ୍ର ଭୋଇ, ସାଲେପୁର ଉପ-ନିବନ୍ଧକ ଅଶୋକ କୁମାର ଦାଶ, ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ,ରଞ୍ଜିତା ସେଠୀ, ହରପ୍ରସନ୍ନ ବେହେରା,ଆତ୍ମା ସଭାପତି ଦିଲ୍ଲୀପ ଦାଶ, ସାଂସଦ ପ୍ରତିନିଧି ଗୁଲରେଜ ଅଲ୍ଲୀ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ କର,ସମିମ ଅକ୍ତର,ବ୍ଲକ ଛାତ୍ର ସଭାପତି ଶୁଭମ ଦାଶ,ସରପଞ୍ଚ ପବିତ୍ର ସାମଲ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ସମିତି ସଭ୍ୟା ପୁଷ୍ପିତା ଭୂୟାଁ, ଗୌତମୀ ମଲ୍ଲିକ, ତ୍ରିପୁରା ବେହେରା,ମାନସ ଦାଶ ରାଜେଶ ମହାନ୍ତି, ସୋମ୍ୟ ରଞ୍ଜନ ମଲ୍ଲ, ଅନିଲ ଦାସ, ଜୟରାମ ବେହେରା, ଜୟଦେବ ଷଢଙ୍ଗୀ, ପ୍ରୀତି ମହାନ୍ତି, ପୁଷ୍ପଲତା କର, ସଂଯୁକ୍ତା ଭୁୟାଁଙ୍କ ସମେତ ବହୁ ମହିଳା,ଯୁବ, ଛାତ୍ର ବିଜେଡିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଉପ-ନିବନ୍ଧକ କାଯ୍ୟଳୟର ବରିଷ୍ଠ କରାଣୀ ଦେବେନ୍ଦ୍ର କର, ନମିତା କର, ଜ୍ୟୋତିରିମୟୀ ସାହୁ ଓ ସାଲୋନୀ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Nalco

Leave A Reply