Odisha news

ବାରିପଦା ପୌରପାଳିକାର ଲୋକାର୍ପଣ କାର୍ଯ୍ୟକ୍ରମ, ନୂଆ ରୂପରେ ବିଜୁ ପଟ୍ଟନାୟକ ପାର୍କ ଓ ୧୦ଟି ଆବର୍ଜନା ସଂଗ୍ରହ ଗାଡି ଲୋକାର୍ପଣ

0

ବାରିପଦା, (ସବୁ୍ୟ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବାରିପଦା ପୌରପାଳିକା ପକ୍ଷରୁ ମଙ୍ଗଳବାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ବାରିପଦା ସହର ଗଢି ତୋଳିବା ଲକ୍ଷ୍ୟ ନେଇ ନୂତନ ରୂପ ପାଇଥିବା ବିଜୁ ପଟ୍ଟନାୟକ ପାର୍କ ଉଦ୍ଘାଟିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା) ଜରିଆରେ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିନିଯୋଗରେ ରୂପାନ୍ତରିତ ବିଜୁ ପଟ୍ଟନାୟକ ପାର୍କର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଅନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଛନ୍ତି । ଉକ୍ତ ପାର୍କର ରୂପାନ୍ତରିତ କରାଯାଇଥିବା ବେଳେ ଜନସାଧାରଣଙ୍କ ଆକର୍ଷଣ ପାଇଁ ଲେଜର ସୋ ବ୍ୟବସ୍ଥା ହୋଇଛି । ଏଥି ସମେତ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଶିଶୁ ଖେଳ ସ୍ଥାନ ମଧ୍ୟ ତିଆରି ହୋଇଛି । ଏଥିସହିତ ପୌରପାଳିକା ପକ୍ଷରୁ ନୂତନ ଭାବେ ୧୦ଗୋଟି ଆବର୍ଜନା ସଂଗ୍ରହ ଗାଡି(ଏଲସିଭି) ଲୋକାର୍ପଣ ହୋଇଛି । ଏହାକୁ ମଧ୍ୟ ଅତିଥି ମାନେ ସବୁଜ ପତାକା ଦେଖାଇ ଲୋକାର୍ପିତ କରିଥିଲେ । ସହରକୁ ସଫା ସୁତୁରା ରଖିବା ପାଇଁ ପ୍ରତିଟି ଘର ଦୁଆରୁ ଅଳିଆ ଆବର୍ଜନା ସଂଗ୍ରହ କାର୍ଯ୍ୟ ଜାରି ରହିଛି । ପୂର୍ବରୁ ୨୦ଗୋଟି ଏଲସିଭି ଗାଡି, ୭ଗୋଟି ବିଓଭି ଓ ୪୦ଗୋଟି ଟ୍ରଲି ଦ୍ୱାରା ପ୍ରତିଟି ଘରୁ ଆବର୍ଜନା ସଂଗ୍ରହ ହେଉଥିବା ବେଳେ ଏବେ ନୂତନ ଭାବେ ଆଉ ୧୦ଗୋଟି ଆବର୍ଜନା ସଂଗ୍ରହ ଗାଡି ଲୋକାର୍ପିତ ହୋଇଛି । ସଫେଇ ଗାଡ଼ିକୁ ନିୟୋଜିତ କରି ବାରିପଦା ସହରକୁ ଅଳିଆ ଆବର୍ଜନା ମୁକ୍ତ କରି ସ୍ୱଚ୍ଛ ବାରିପଦା ଗଠନ କରିବା ପାଇଁ କାର୍ଯ୍ୟଧାରା ଜାରି ରହିଛି ବୋଲି ନଗରପାଳ ଶ୍ରୀ ମହାନ୍ତି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ ।

 

Nalco

Leave A Reply