Odisha news

ମହାଶିବରାତ୍ରୀ ରେ ରାଶି ଅନୁସାରେ କରନ୍ତୁ ଉପାୟ, ଜୀବନରୁ ଦୂର ହେବ ସମସ୍ତ ଦୁଃଖକଷ୍ଟ

0

ମହାଶିବରାତ୍ରୀ ଚଳିତ ବର୍ଷ ମାର୍ଚ୍ଚ ମାସ ୮ ତାରିଖ ରେ ପାଳିତ ହେବାକୁ ଯାଉଛି l ଏହିଦିନ ଟି ଶୈବ ଉପାସକ ମାନଙ୍କ ପାଇଁ ଗୋଟିଏ ବିଶେଷ ଦିନ ଅଟେ l ଶୈବ ଉପାସକ ମାନେ ଏହିଦିନ ବିଧିବଧ ଭାବରେ ମହାଦେବ ଙ୍କୁ ପୂଜା କରି ବ୍ରତ ଧାରଣ କରି ଥାଆନ୍ତି ଓ ଇଚ୍ଛା ମୁତାବକ ବର ଲାଭ କରନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୃଥିବୀ ପୃଷ୍ଠର ସମସ୍ତ ଜୀବଜନ୍ତୁ ମହାଦେବ ଙ୍କର ଖୁବ ପ୍ରିୟ ଅଟନ୍ତି l କିନ୍ତୁ ଏଭଳି ୩ଟି ରାଶି ରହିଛି ଯାହାକୁ କି ଭୋଳାନାଥ ଙ୍କ ବିଶେଷ କୃପା ମିଳିଥାଏ l

ଚଳିତ ବର୍ଷ ମହାଶିବରାତ୍ରୀ ରେ ଘଟୁଛି କିଛିଟା ଦୁର୍ଲଭ ଯୋଗ, ଯେଉଁ କାରଣରୁ କିଛିଟା ରାଶିଙ୍କ ଉପରେ ରହିବ ମହାଦେବ ଙ୍କ ବିଶେଷ କୃପା ଓ ଏହି ରାଶିମାନେ ଲାଭ କରିବେ ସୁଖ ଓ ସମୃଦ୍ଧି l

– ମେଷରାଶି ର ବ୍ୟକ୍ତି ମାନେ ମହାଦେବଙ୍କ କୃପା ପାଇବା ପାଇ ସମସ୍ତ କାର୍ଯ୍ୟରେ ସଫଳତା କରିବେ l ମହାଦେବଙ୍କ କୃପା ଲାଭ କରିବା ପାଇଁ ମହୁ ଓ ଦୁଗ୍ଧରେ ଅଭିଷେକ କରନ୍ତୁ ଓ ୧୦୮ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ l ଏହି ଦିନଠାରୁ ସମସ୍ତ ସଙ୍କଟ ର ସମାପ୍ତି ଘଟିବ l

– ମକର ରାଶିର ବ୍ୟକ୍ତିଙ୍କ ପାଇଁ ଶିବରାତ୍ରି ଠାରୁ ଭଲ ସମୟ ଆସିବ , ଧନ ସମ୍ବନ୍ଧିତ ସମସ୍ୟାର ସମାଧାନ ଘଟିବ l ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l ମହାଶିବରାତ୍ରୀ ଦିନ ମକର ରାଶିର ଲୋକେ ଗଙ୍ଗାଜଳ ରେ ଶାମି ବୃକ୍ଷର ପତ୍ର କୁ ନେଇ ମହାଦେବ ଙ୍କୁ ଅର୍ପଣ କରନ୍ତୁ l ଏବଂ ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ l

– ମହାଦେବଙ୍କ କୃପାରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ସୁଖ ବୃଦ୍ଧି ହୋଇଥାଏ l  ଆୟର ସ୍ରୋତ ବୃଦ୍ଧି ହେବ l  କାର୍ଯ୍ୟ କ୍ଷେତ୍ରରେ ହେଉଥିବା ସମସ୍ତ ଅସୁବିଧା ଦୂର ହେବ l କୁମ୍ଭ ରାଶିର ବ୍ୟକ୍ତି ମହାଶିବରାତ୍ରୀ ଦିନ ଶିବ ଲିଙ୍ଗ ଉପରେ ଆଖୁ ରସ ଅର୍ପଣ କରନ୍ତୁ l ଏହାଦ୍ୱାରା ଜିବନର ସମସ୍ତ ଦୁଃଖ କଷ୍ଟ ଦୂର ହେବ l

Nalco

Leave A Reply