Odisha news

ପୁଣି ଅଶାନ୍ତ ହେଉଛି କଳିଙ୍ଗନଗର : ନୀଳାଚଳ ବିସ୍ଥାପିତଙ୍କ ଆନ୍ଦୋଳନରେ ସାମିଲ ହେଲା ବିସ୍ଥାପନ ବିରୋଧୀ ଜନମଞ୍ଚ 

0
ଦାନଗଦି : ନିଳାଚଳ ବାସଚ୍ୟୁତ ପରିବାର ପକ୍ଷରୁ କାରଖାନା ସମ୍ମୁଖରେ ଚାଲିଥିବା ଧାରଣା ରେ ସୋମବାର ଠାରୁ ବିସ୍ଥାପନ ବିରୋଧୀ ଜନମଞ୍ଚ ସୁକିନ୍ଦା ଆନ୍ଦୋଳନରେ ସାମିଲ ହୋଇଛି l
ଅପରାହ୍ନରେ ସୁକିନ୍ଦାର ଏକାଧିକ ସଂଗଠନ ସହିତ ଜନମଞ୍ଚ ସଦସ୍ୟ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେଠାରେ ବସିବା ସହିତ ସବୁ ପ୍ରକାର ସମର୍ଥନ ଦେବାକୁ ଘୋଷଣା କରିଛନ୍ତି l ଏହି ଅବସରରେ କାରଖାନା ସମ୍ମୁଖ ରାସ୍ତାରେ ବୈଠକରେ ଭୂମି ମୁକ୍ତି ସଂଗଠନ, ସୁକିନ୍ଦାର ଉପଦେଷ୍ଟା ଆବାହକ କ୍ଷୀରୋଦ ଜେନା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜନମଞ୍ଚ ସଭାପତି ରବିନ୍ଦ୍ର କାରିକା, ଉପ ସଭାପତି ସନିଆ ତିରିଆ, ବରିଷ୍ଠ ସଭ୍ୟ ନଟି ଆଙ୍ଗରାଇ, ମହୀରାମ ପୁର୍ତ୍ତୀ, ହିନ୍ଦୁରାମ ଜାମୁଦା, ସିନି ସଏ, ସ୍ଵର୍ଣ୍ଣଲତା ବାନରା, ୨୯ ମୌଜା ଭୂମି ମୁକ୍ତି ସଂଗଠନର ଆବାହକ ବିଶ୍ଵ ରଞ୍ଜନ ସ୍ଵାଇଁ, ଆଦିବାସୀ ନେତା ଚକ୍ରଧର ଆଲଡା, ହରିଶ ହାଇବୃ କଳିଙ୍ଗନଗର ଠିକା ଶ୍ରମିକ ସାମ୍ମୁଖ୍ୟ ର ସଭାପତି ସୁଧାଂଶୁ ସାହୁ ପ୍ରମୂଖ ସାମିଲ ରହି ବାସଚ୍ୟୁତ ଙ୍କ ମୃତ୍ୟୁପରେ ଉତ୍ତରାଧିକାରୀ ଙ୍କୁ କାରଖାନାରେ ନିଯୁକ୍ତି ନଦେଲେ କାରଖାନା କୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ l
ଅନ୍ୟପକ୍ଷରେ ଟାଟା କାରଖାନା ଠାରୁ ସଂସାଇଲୋ ପର୍ଯ୍ୟନ୍ତ ଭୂତଳ ରେଳ ପ୍ରକଳ୍ପ କୁ ବନ୍ଦ କରିବା ଓ ନୀଳାଚଳ ବାସଚ୍ୟୁତ ଙ୍କ ଦାବି ଅବିଳମ୍ବେ ପୂରଣ କରିବା ପ୍ରଭୃତି ଦାବୀ ପୂରଣ ନହେଲେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆନ୍ଦୋଳନରେ ସାମିଲ ଆଦିବାସୀ ନେତା ମାନେ ଚେତାବନୀ ଦେଇଥିଲେ l
ଏଠାରେ ସୂଚନା ଯୋଗ୍ୟ ଯେ ବିସ୍ଥାପିତ ପରିବାର ଲୋକେ ମୃତ୍ୟୁ ବରଣ କଲେ ସେମାନଙ୍କ ଉତ୍ତରାଧିକାରୀ ଙ୍କୁ କାରଖାନା ରେ ସ୍ଥାୟୀ ନିଯୁକ୍ତି ମିଳୁନି, ଯାହାକି ବିସ୍ଥାପିତ ପରିବାର ଲୋକେ ଏ ସବୁ ଦାବିକୁ ନେଇ କାରଖାନାର ଫାଟକ ସମ୍ମୁଖରେ ଦୀର୍ଘ ୨୫ ଦିନ ହେଲା ଧାରଣା ରେ ବସିରହିଛନ୍ତି। ହେଲେ କାରଖାନା କତୃପକ୍ଷ ଏଯାଏ କର୍ଣ୍ଣପାତ କରୁନାହିଁ। ଯାହାଫଳରେ କଳିଙ୍ଗନଗର ପୁଣି ଥରେ ଅଶାନ୍ତ ଆଡ଼କୁ ଗତିକରୁଛି
Nalco

Leave A Reply