Odisha news

ଦ୍ଵାଦଶ ରେ ଦେବରାଜଙ୍କ ସ୍ମୃତି ଚାରଣ

0

ଭଞ୍ଜନଗର(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଦେଶଭକ୍ତ ସାଇ ଦେବରାଜ ସ୍ୱାଇଁ ଙ୍କ ଆଜି ଦ୍ଵାଦଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାଇ ସେବକ ପଂହଁଚି ଦେବରାଜଙ୍କ ସ୍ମୃତି ଚରଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ୧୯୪୪ ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ଦେବରାଜ ସ୍ୱାଇଁ ଗତ ଫେବ୍ରୁଆରୀ ୨୨ ତାରିଖ ଦିନ ୮୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଭଞ୍ଜନଗର ଲଣ୍ଡେଇସାହିର ସେ ସ୍ଥାୟୀ ବାସିନ୍ଦା । ସେ ଭାରତୀୟ ଆର୍ମିରେ କାର୍ଯ୍ୟ କରି ଅନେକ ମେଡାଲ ପ୍ରାପ୍ତ କରିଛନ୍ତି । ସେ ଜଣେ ଏକାଧାରରରେ ଦେଶ ପ୍ରେମୀ, ସାଇ ସେବକ, ମେକାନିକାଲ ଇଞ୍ଜିନିୟର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୨୦୦୩ ମସିହାରେ ଅବସର ନେବା ପରେ ସାଇ ସେବକ ଭାବେ ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ ଶେଷ କାଳ ପର୍ଯ୍ୟନ୍ତ ଜାରି ରଖିଥିଲେ । ନିଜ ଦୁଇ ପୁଅ ପ୍ରଦୀପ ସ୍ୱାଇଁ ଓ ପ୍ରତାପ ସ୍ୱାଇଁ ଙ୍କୁ ଜୀବନରେ ବଡ଼ ମଣିଷ ନ ହୋଇ ଭଲ ମଣିଷ ହେବାକୁ ଶିକ୍ଷା ଦେବାସହ ମାନବ ସେବା ହିଁ ମାଧବ ସେବା ଶିଖାଇଛନ୍ତି । ତାଙ୍କର ଦୁଇ ସୁପୁତ୍ର ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ତାଙ୍କ ବାସଭବନ ଠାରେ ଉପସ୍ଥିତ ରହି ସ୍ବର୍ଗତ ସ୍ୱାଇଁ ଙ୍କ ବିଭିନ୍ନ ସ୍ମୃତି କୁ ମନେପକାଇବା ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply